ସୂଚନା ଦେଉନାହାନ୍ତି ସୂଚନା ଅଧିକାରୀ ୫-ଟି ଓ ସ୍ୱଛତାର ଢୋଲ ପିଟୁଛନ୍ତି ରାଜ୍ୟସରକାର

ଆର,ଉଦୟଗିରି : ହଁ ଆଜ୍ଞା ଆପଣମାନେ ଭାବୁଥିବେ ଓଡ଼ିଶାର ଶାସକଦଳ ୫ ଟି ର ନାରା ନେଇ ରାଜ୍ୟସାରା ଶାସନର ସ୍ୱଚ୍ଛତା କଥା କହିବୁଲୁଥିବା ବେଳେ ବାସ୍ତବ ଚିତ୍ର ଯେ ଆକାଶ ଓ ପାତାଳର ଫରଖ ରହିଛି ତାହା ଗଜପତି ଜିଲ୍ଲା ର ଆର,ଉଦୟଗିରି ବ୍ଲକ ରେ ଆପଣମାନେ ଦେଖିବାକୁ ପାଇବେ କାରଣ ଲୋକ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଦାୟିତ୍ଵରେ ଥିବା ମୋଟା ବେତନଧାରୀ ଅଧିକାରୀ ଅନେଇଥାନ୍ତି ଯେ କେବେ ୩୦ ଦିନ ପୁରିବ କାରଣ ପରବର୍ତୀ ( ଫାଷ୍ଟ ଏପିଲ ) ଆବେଦନ କରିବା ସମସ୍ତଂକ ପକ୍ଷେ ସମ୍ଭବ ନାହିଁ ଓ ଆବେଦନ କାରୀଙ୍କୁ ତଥ୍ୟ ଦେବାକୁ ପଡ଼ିବନାହିଁ । ବାସ ଏତିକି ଏମିତି ଏକ ଧାରଣା ରହିଛି ଯେ ଏହି ଆଇନରେ ସୂଚନା ନଦେଲେ କ ‘ ଣ ହେବ ? ଏହାର ସତ୍ୟ ପ୍ରଶାସନିକ ବାବୁ ମାନେ ଜାଣନ୍ତି ଯାହା କିି ଆଇନ ଗତ ମାମଲା ହୁଏ ତାହାକୁ ଖର୍ଚ ନିଜ ପକେଟରୁ କରାଯାଉ ନାହିଁ । ତେଣୁ ସବୁକୁ ବେଖାତିର କରି ନିରବ ରୁହୁଛନ୍ତି ବ୍ଳକ ବାବୁମାନେ । ଏହାର ଏକ ଜଳନ୍ତ ଉଦାହରଣ ହେଲା ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକ ଅଥିନରେ ଥିବା ରା,ଉଦୟଗିରି ପଞ୍ଚାୟତ ଦ୍ବାରା ନିର୍ମାଣ ହୋଇଥିବା ଦୋକାନର ସବିଶେଷ ବିବରଣୀର ତଥ୍ୟ ଗୁଡିକ ସୂଚନା ଆଇନ ବଳରେ ସ୍ଥାନିୟ ପ୍ରତିକାର ସମ୍ବାଦିକ ଶ୍ରୀ ମନୋଜ ପାଢୀ ଲୋକ ସୂଚନା ଅଧିକାରୀଙ୍କୁ ମାଗିଥିଲେ । କିନ୍ତୁ ଲୋକ ସୂଚନା ଅଧିକାରୀ ନିଦ୍ଦିଷ୍ଟ ସମୟ ମଧ୍ୟରେ ସୂଚନା ଗୁଡିକ ପ୍ରଦାନ କରି ନାହାନ୍ତି । ରାଜ୍ୟ ସରକାରଙ୍କ ନିୟମ ଓ ସ୍ବଛ ଶାସନକୁ ସର୍ବଦା ଦଳିମକଚି ଦେଉଛନ୍ତି ଅଧିକାରୀ ମାନେ । ଏଠି ସରକାରଙ୍କ ନୀତିନିୟମ କାର୍ଯ୍ୟ କରେନି, ସୂଚନା ଆଇନରେ ତଥ୍ୟ ମିଳେନି ବରଂ କିଛି ନିଦ୍ଧିଷ୍ଟ ଅଫିସରଙ୍କ ଓ ଶାସକ ଦଳର କର୍ମୀଙ୍କ ରାଜ ଚାଲେ । ଏଠି ମନଇଛା ଦୋକାନକୁ ଲୋକଙ୍କ ଠାରୁ ଟଙ୍କା ନେଇ ଯେଉଁ ଦୋକାନ ଘର ଦିଆଯାଇଛି ଘର ପାଇଥିବା ବ୍ୟକ୍ତିମାନେ ନିଜେ ଦୋକାନ ନକରି ଅନ୍ୟକୁ ଭାଡାଦେଇ ଭଲକରି ଦୁଇ ପଇସା ଆଦାୟକରନ୍ତି ଏବଂ ଆଉ କିଛି ବ୍ୟକ୍ତି ବର୍ଷ ବର୍ଷ ଧରି ଘର ଭଡା ଦେଉନାହାନ୍ତି । ମୁଖ୍ୟ ରାସ୍ତକଡରେ ଦୋକାନ କରି ପରିବାର ପୋସଣ କରିଥିବା ଲୋକଙ୍କୁ ନ ଦେଇ ଏକ ନିଦିଷ୍ଟ ଦଳର କର୍ମୀମାନଙ୍କୁ ଏହି ଘର ଗୁଡିକ ଦିଆଯାଇଛି ଏହାନେଇ ଯୁବକ ସଂଘ ସଦସ୍ୟମାନେ ପଞ୍ଚାୟତ ଓ ବ୍ଲକ ଘେରାଉ ଆରାଯାଇଥିଲା ।

୪ମାସ ହେବ ଏହି ତଥ୍ୟ ଏହି ବ୍ଲକରେ ଥିବା ପୂର୍ବତନ ସଞ୍ଜୟ କୁମାର ଲେଙ୍କା ମଧ୍ୟ ଦୋକାନ ଉପରେ ତଥ୍ୟ ବ୍ଲକ ପ୍ରଶାସନ ମାଗିଥିଲେ ଆଜିସୁଧା ତଥ୍ୟ ବ୍ଲକ ପ୍ରଶାସନ ଦେଇନଥିବା ଅଭିଯୋଗ କରିଛନ୍ତି । ମନୋଜ ପାଢୀ ଓ ସଞ୍ଜୟ କୁମାର ଲେଙ୍କା ପ୍ରଥମ ଅପିଲ କତ୍ତୃପକ୍ଷଙ୍କ ନିକଟରେ ପ୍ରଥମ ଅପିଲ ମଧ୍ୟ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଥମ ଅପିଲ କୃତ୍ତପକ୍ଷ ଗୋଷ୍ଠ ଉନ୍ନୟନ ଅଧିକାରୀ ଶ୍ରୀ ଲରିମନ ଖର୍ସେଲ ଏହାକୁ ବିଚାର କରି ୭ ଦିନ ମଧ୍ୟରେ ମନୋଜ ପାଢୀ ଓ ସଞ୍ଜୟ କୁମାର ଲେଙ୍କା ଦେବା ନିମନ୍ତେ ଲୋକ ସୁଚନା ଅଧିକାରୀଙ୍କୁ ୧୫ -୧୧ –୨୦୨୩ ତାରିଖ ପତ୍ର ମାଧ୍ୟାମରେ ଅବଗତ କରିଥିଲେ । ପତ୍ରର ଏକାକିତା ଅବିକଲ ନକଲ କପି ଅପିଲକାରୀଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଦୀର୍ଘ ଦିନ ବିତିଥିଲେ ମଧ୍ୟ ଦାୟିତ୍ବରେ ଥିବା ଲୋକ ସୁଚନା ଅଧିକାରୀ ଶ୍ରୀ ପ୍ରବିତ୍ର ପଣ୍ଡା ସୂଚନା ପ୍ରଦାନ କରିନାହାନ୍ତି । ମନୋଜ ପାଢୀ ଓ ସଞ୍ଜୟ କୁମାର ଲେଙ୍କା ଓଡିଶା ସୂଚନା କମିଶନଙ୍କ ଠାରେ ଦ୍ବୁତୀୟ ଅପିଲ କରିଛନ୍ତି । ଦେଖିବାକୁ ବାକି ରହିଲା ଓଡିଶା ସୂଚନା କମିଶନର ଏହାର କଣ ବିଚାର କରିବେ ।

nis-ad
Leave A Reply

Your email address will not be published.