ପୁଣି ବନବିଭାଗ କଵ୍ଜାରେ ଜଣେ ବେପାରୀ : ୨୦ ବସ୍ତା ବାତେରା ଓ ଗରାଣି ଚେର ଜବତ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଵାତେରା ଓ ଗରାଣି ଚେର ରାକେଟ ଦିନକୁ ଦିନ ଵୃଦ୍ଧି ପାଉଥିବା ବେଳେ ବନବିଭାଗ କର୍ମଚାରୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ମୂଲ୍ୟବାନ ଚେର ବାହାର ମାର୍କେଟରେ ବହୁ ଅର୍ଥରେ ବିକ୍ରି ହେଉଥିବାରୁ ଯେତେ ଵାଧାବିଘ୍ନ ହେଲେ ମଧ୍ୟ ଏହି ଚେରକୁ ସଂଗ୍ରହ କରିବାକୁ ଦଲାଲଙ୍କ ରାକେଟ ପଛଘୁଞ୍ଚା ନ ଦେଇ ବନଵିଭାଗର ମୁଣ୍ଡ ବଥାର କାରଣ ହୋଇଛି। ବନବିଭାଗ ବାରମ୍ଵାର ଏହି ଚେର ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଥିଲେ ବି ବନବିଭାଗକୁ ଚାଲେଞ୍ଜ ଦେଇ ନିୟମିତ ଏହି କାର୍ଯ୍ୟ କରିଚାଲିଛନ୍ତି। ଗତକାଲି ବୋଟ ଜଵତ ସହ 4ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ହେଵା 24 ଘଣ୍ଟା ନ ପୁରୁଣୁ ଆଜି ପୁଣି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ କନିକାରେଞ୍ଜ ଅଧିନସ୍ଥ ଆଜି କାଳିଭଞ୍ଜ ଡିଆ ସଂରକ୍ଷିତ ଜଙ୍ଗଲରେ ଗରାଣି ଓ ବାତେରା ଚେର ସଗ୍ରହ କରୁଥିବା ତାଳଚୁଆ ଅନ୍ତର୍ଗତ କନକନଗର ଗ୍ରାମର ଲବ ମଣ୍ଡଳ। ଏହି ଖବର ଜାଣି କନିକା ସହକାରୀ ବନ ସଂରକ୍ଷକ ଶ୍ରୀ ମାନସ କୁମାର ଦାସଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଶ୍ରୀ ପ୍ରଶାନ୍ତ କୁମାର ସିଂ, ବନକର୍ମଚାରୀ ସୁନୀଲ ରଞ୍ଜନ ରାଉତରାୟ, ସତିଶି ଲାକ୍ରା, ବଵୁଲୁ ପରିଡା, କଳ୍ପତରୁ ସେଠି, ଗୋରାଚାନ୍ଦ ସିଂ ପ୍ରମୁଖ ଏକଟିମ କାଳିଭଞ୍ଜ ଡିଆ ସଂରକ୍ଷଣ ଜଙ୍ଗଲରୁ ୨୦ବସ୍ତା ଵାତେରା ଓ ଗରାଣୀ ଚେର ଜଵତ କରି ସାମି ଲବ ମଣ୍ଡଳକୁ ଗିରଫ କରିଛନ୍ତି।ଏଥି ସହିତ ୩ଟି ଫାସ, ୨ଟି କୋଦାଳ, ଗୋଟିଏ କଟୁରୀ ଏଵଂ କୁରାଢି ଜବତ କରାଯାଇଛି। ଆସାମୀକୁ ବନ୍ୟପ୍ରାଣୀ ଆଇନ 1972 ଅନୁଯାୟୀ ସେକ୍ସନ 17(A)27,29,31ଦଫାରେ କୋର୍ଟ ଚାଲାଣ କରାଯାଇଛି। ଜାମିନି ନାମଞ୍ଜୁର ହେଵାରୁ ଆସାମିକୁ ଜେଲ ହେପାଜତକୁ ପଠାଯାଇଛି।

nis-ad
Leave A Reply

Your email address will not be published.