ମୁଖ୍ୟମନ୍ତ୍ରୀଙ୍କ ଆମ ବ୍ୟାଙ୍କ ସେବା ବିଶିପଡାରେ ଉଦଘାଟିତ…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ଆନ୍ତଗତ ବିଶିପଡା ଗ୍ରାମପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି l ଆଜିର ଆମ ବ୍ୟାଙ୍କ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବ୍ଲକ ଚେୟାରମ୍ୟାନ ସସ୍ମିତା କହଁର ଯୋଗଦାନ କରିଥିବା ବେଳେ ସନମାନୀତ ଅତିଥିଭାବେ ଫୁଲବାଣୀ ପଂଚାୟତ ସମିତି ଉପାଧ୍ୟାକ୍ଷା ଶ୍ରୀନିବାସ ମଳିକ, ବିଶିପଡା ସରପଞ୍ଚ ଶ୍ରୀମତି ସାକାଳୀ କହଁର, ଓ ପଂଚାୟତ ସମିତି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଫୁଲବାଣୀ ବଜାର ଶାଖା ପରିଚାଳକ ଅବିନାଶ ସେଠି ମହୋଦୟ ତଥା ବ୍ୟାଙ୍କ ଓ ପଂଚାୟତ ସମିତି ଅତିରିକ୍ତ ଯନ୍ତ୍ରୀ ସୁବ୍ରତ କୁମାର ମାଝୀ ଓ ବିଶିପଡା ଗ୍ରାମପଞ୍ଚାୟତ ରୋଜଗାର ସେବକ କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରିଥିଲେ l ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏକ ଲୋକାଭିମୁଖୀ “ଆମ ବ୍ୟାଙ୍କ ” ଯୋଜନା ଲୋକାର୍ପିତ କରାଯାଇଛି l ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି,ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ହାତ ପାଆନ୍ତାରେ ବ୍ୟାଙ୍କ ସେବା ପାଇପାରିବେ, ଲୋକଙ୍କୁ ଆଉ ବ୍ୟାଙ୍କ କାରବାର କରିବା ପାଈଁ ଦୁରକୁ ଯାଇ ମୂଲ୍ୟବାନ ସମୟ ନଷ୍ଟ କରିବାକୁ ପଡିବ ନାହିଁ l ଏମିତି ଆମେ ଆମ ବ୍ୟାଙ୍କ ରୁ ବହୁତ ସୁବିଧା ସୁଯୋଗ ମଧ୍ୟ୍ୟ ନେଇ ପାରିବା l ଅନ୍ୟ ମାନଙ୍କ ମଧ୍ୟରେ ସି ଏସ ପି ପ୍ଲଷର ପରିଚାଳିକା ଶ୍ରୀମତୀ ଶିବାନୀ ସାହୁ, ସମସ୍ତ ପ୍ରକାର ଅନୁସଙ୍ଗିକ ବ୍ୟବସ୍ଥା କରିବାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.