ସଗିସାହି ରାସ୍ତା ନିର୍ମାଣ ଦାବି ନେଇ ୮ ଘଣ୍ଟା ଧରି ପାରଳାଖେମଣ୍ଡି – ମୋହନା ମୁଖ୍ୟ ରାସ୍ତା ଅବରୋଧ

ଆର,ଉଦୟଗିରି : ଗାଁ ଗାଁକୁ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ କରାଯାଉଛି । ଗମନାଗମନ ସୁବିଧା ହେଲେ ଜରୁରୀ କାଳୀନସେବା ପାଇପାରିବେ ଗ୍ରାମବାସୀ ଲୋକଙ୍କ ଆର୍ଥିକସ୍ଥିତି ସୁଧାରିବ । ମାତ୍ର ଆଜିବି ଅନେକ ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀ ବହୁ ଅସୁବିଧା ଭୋଗୁଛନ୍ତି । ଏହିପରି ନୁଆଗଡ ବ୍ଳକ ଖଜୁରୀପଦା ପଞ୍ଚାୟତର ସଗିସାହି ରାସ୍ତା । ସୁଚନା ପ୍ରକାରେ ଖଜୁରୀପଦା ଠାରୁ ସଗିସାହି ପ୍ରାୟ ୭କିମି ରାସ୍ତା, ଏହି ରାସ୍ତା ଅବସ୍ଥା ସଂପୂଣ୍ଣ କଦର୍ଯ୍ୟ ବଡବଡ ମେଟେଲ୍ ବାହାରିଛି ଯାହାଫଳରେ ଚାଲିକି ଯିବାକୁ ମଧ୍ୟ ଭୟ ଲାଗୁଡଛି । ଏହି ସହ ରାଜାଆମ୍ବ ଏବଂ ମାଣିକପୁର ରହିଛି । ଏହି ୩ଟି ଗ୍ରାମର ପ୍ରାୟ ୭୦୦ ଜନ ସଂଖ୍ୟା ବସବାସ କରନ୍ତି । ଖଜୁରୀପଦା ବଜାର ଓ ସ୍ବାସ୍ଥ୍ୟକେନ୍ଦ୍ର ଭଳି ବିଭିନ୍ନ କାମରେ ସେହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ବର୍ଷା ହେଲେ ରାସ୍ତା ସଂପୂଣ୍ଣ ଧୋଇ ହୋଇ ଯାଉଛି । ଏହି ରାସ୍ତାକୁ ୩ଟି ଗ୍ରାମର ଲୋକେ ମିଶି ପୁଣି ରାସ୍ତା ନିର୍ମାଣ କରନ୍ତି । ଏହି ଗ୍ରାମ ଗୁଡିକରେ ଲୋକେ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ । ରୋଗୀଙ୍କୁ ଦୋଳାକରି ସ୍ବାସ୍ଥ୍ୟକେନ୍ଦ୍ର କୁ ନେବାକୁ ପଡୁଛି । ବର୍ଷା ଦିନ ହେଲେ ପିଲାମାନଙ୍କର ପାଠ ପଡାରେ ଯାତାୟତ ସମସ୍ୟା ଯୋଗୁଁ ଡରି ବନ୍ଧା ହୋଇଯାଇଛି ।

ଏହି ଗ୍ରାମର ରାସ୍ତା କୁ ପ୍ରଧାନମନ୍ତୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ଦାବି ନେଇ ଅନେକ ଥର ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଜଣାଇବା ସତେ ରାସ୍ତାକୁ ପ୍ରଧାନମନ୍ତୀ ସଡକଯୋଜନା ରାସ୍ତା ନିର୍ମାଣ ନହେବା ପରେ ପୂର୍ବ ନିଷ୍ପତ୍ତୀ ପ୍ରକାରେ ପ୍ରକାରେ ଆଜି ସକାଳ ୬ଟା ସମୟରେ ୩ଖଣ୍ଡ ଗ୍ରାମରୁ ଶହ ଶହ ପୁରୁଷ ମହିଳା ଖଜୁରୀପଦା ଠାରେ ଏକତ୍ରିତ ହୋଇ ଖଜୁରୀପଦା ବନବିଭାଗ କାର୍ଯ୍ୟାଳୟ ସାମ୍ମାରେ କାଠ ପକାଇ ପାରଳାଖେମଣ୍ଡି ରୁ ମୋହନା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଖବର ପାଇଁ ଜିଲ୍ଲାପାଳ ପାଇବା ପରେ ଜିଲ୍ଲାପାଳ ଜିଲ୍ଲାରୁ ଏଡିଏମ୍ ଜିଜେନ୍ଦ୍ର କୁମାର ଦାସ, ପାରଳାଖେମଣ୍ଡି ଏସଡିପିଓ ମାଧବନନ୍ଦ ନାୟକ, ସ୍ଥାନୀୟ ବିଡିଓ ଲୋକନାଥ ଶବର , ତହସିଲିଦାର ପ୍ରଫୁଲ କୁମାର ଡାକୁଆ, ସେରଙ୍ଗ ଥାନା ଅଧିକାରୀ ନଳିନୀ କହଁର, ରାମଗିରି ଓଆଇସି ଡି. ଗଜପତି ଏବଂ ପୁଲିସ ସଦଳ ଧରି ରାସ୍ତା ଅବରୋଧ ପହିଞ୍ଚି ଆନ୍ଦୋଳନକାରୀ ସହ ଆଲୋଚନା କରି କହିଥିଲେ ଅତିଶିଘ୍ର ରାସ୍ତା ନିର୍ମାଣ କରାବ ଯିବ ବୁଝାଇଥିଲେ । ଗ୍ରାମବାସୀ ଗୋଟିଏ ଜିଦି ଯେ ଜିଲ୍ଲାପାଳ ଆସି ଆମକୁ ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବନାହିଁ ବୋଲି ଅଡିବସିଥିଲେ । ପ୍ରଶାସନ ଅଧିକାରୀ ବହୁବୁଝା କରିବା ଜିଲ୍ଲା ଅଧିକାରୀ ଲିଖିତ ଭାବେ ପ୍ରତିଶୃତି ଦେବା ପରେ ୨ ସମୟରେ ରାସ୍ତା ଅବରୋଧ ହଟିବା ପରେ ଜିଲ୍ଲା ଅଧିକାରୀ ସହ ବ୍ଳକ ଅଧିକାରୀ ଚଳେଇ ଚଳେଇ ଗ୍ରାମର ରାସ୍ତା ଦେଖାଇଥିଲେ । ଏହି ରାସ୍ତା ଅବରୋଧ ଯୋଗୁଁ ଦୁଇପଟ ଯାତ୍ରୀବାହୀ ବସ ଓ ଟ୍ରକ ଅଟକିରହିଥିଲା ଯାତ୍ରୀମାନେ ବିଭିନ୍ନ କର୍ଯ୍ୟକୁ ବାଧାପାତ ସୃଷ୍ଟି ହୋଇଥିଲା । ରାସ୍ତା ଅବରୋଧ ହଟିଲା ୨ଟା ଗାଡି ମଟର ସୋବାବିକ ହୋଇଥିଲା ।

nis-ad
Leave A Reply

Your email address will not be published.