ନିଃସର୍ତ ଯାହା ଲେଖେ ତାହା ସତ ହୁଏ…!

ପୂର୍ବ ଅନୁମାନ ସତ ହେଲା : ବି ଜେ ଡି ର ଗୋଷ୍ଟି କନ୍ଦଳ ହାଟରୁ ଯାଇ ଦାଣ୍ଡରେ ଗଡ଼ିଲାଣି……!


ବ୍ରହ୍ମପୁର: ୨୯-୨ ନିସର୍ତ୍ତ ରାଜ୍ୟ ରାଜନୀତି ସାଙ୍ଗକୁ ଗଞ୍ଜାମ ଜିଲ୍ଲାର ରାଜନୀତି ଗତି ବିଧିର ପୂର୍ବ ଅନୁମାନ କରି ଯାହା ଲେଖିଥିଲା ତାହା ସତ୍ୟ ହୋଇଛି। ଆଗାମୀ ସାଧାରଣ ନିର୍ବାଚନ ଯେତିକି ନିକଟତର ହେଉଛି ଗଞ୍ଜାମ ଜିଲ୍ଲାରେ ରାଜନୈତକ ପାଣି ପାଗ ସେତିକି ସରଗରମ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲାର ଆସିକା, କବିସୂର୍ଯ୍ୟନଗର, ପୋଲସରା ଓ ଖଲ୍ଲିକୋଟ ରେ ବିଜେଡ଼ି ରେ ଗୋଷ୍ଟି କନ୍ଦଳ ତୀବ୍ର ହେବାରେ ଲାଗିଥିବା ନେଇ ଆମେ ରୀତିମତ ଲେଖି ଆସିଛୁ। ଆଜି ତାହା ପ୍ରମାଣ ହୋଇଛି। ଖଲ୍ଲିକୋଟ ଅଞ୍ଚଳ ର ସହ ସହ କର୍ମୀ ଓ ନେତା ମାନେ ବିଧାୟିକା ଓ ବ୍ଲକ ଅଧକ୍ଷଙ୍କ ଠାରୁ ଅତିଷ୍ଟ ହୋଇ ମେଳି ବାନ୍ଧି ବିଧାୟିକା ହଟାଓ ଖଲ୍ଲିକୋଟ ବଚାଓ ନାରା ଦେଇ ରାଜଧାନୀ ମୁହାଁ ହୋଇଛନ୍ତି। ଖଲ୍ଲିକୋଟ ବିଧାୟିକା ମହାଶୟା ବ୍ଲକ ଅଧକ୍ଷ ଦୈତାରୀ ବେହେରାଙ୍କ ଯୋଗୁଁ ନିଜର ଭାବମୂର୍ତ୍ତି ରେ କଳା ବାଦଲ ଖେଳି ଯାଇଥିବା ଯୋଗୁଁ ଆଜି ବଦନାମ ସାଙ୍ଗକୁ ନିଜର ଚୌକି ଟଳମଳ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ବାବୁଙ୍କ ଆକ୍ରୋଶ ର ଶିକାର କର୍ମୀ ମାନେ ଅତିଷ୍ଟ ହେବା ପରେ ଏବେ ନୂଆଁ ମୁହଁ ସନ୍ଧାନ ରେ ବାହାରି ଶେଷରେ ଦଳ ମୁଖିଆଙ୍କ ନିକଟରେ ଫେରାଦ ହୋଇଥିବା ଖବର ମିଳିଛି। ୟେତ ଗଲା ଖଲ୍ଲିକୋଟ କଥା ଏବେ ପୋଲସରା ବିଧାୟକଙ୍କ ଅବସ୍ଥା ସେହିପରି ହୋଇଥିବା ଚର୍ଚ୍ଚା କୁ ଆସୁଛି। ସଂଯୁକ୍ତାଙ୍କ ସହ ତିକ୍ତତା ଯୋଗୁଁ ବାବୁଙ୍କ କୁଆଡ଼େ ମନ୍ତ୍ରୀ ପଦ ଚାଲି ଯାଇଥିବା ବେଳେ ଏବେ ବିଧାୟକ ଚୌକି ଟଳମଳ ହେବେରେ ଲାଗିଥିବା ଚର୍ଚ୍ଚା ହେଲାଣି। କବିସୂର୍ଯ୍ୟ ନଗର ରେ ନିଜ ନିର୍ବାଚନ ମଣ୍ଡଳୀ ର ଜଣେ ନେତାଙ୍କୁ ନେତୃତ୍ୱ ଦେବାକୁ ଦାବୀ ହୋଇ ଆସୁଛି।କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ନିକଟରୁ କର୍ମୀ ମାନେ ମୁହଁ ମୋଡ଼ି ନୂଆଁ ମୁହଁ ଦେବାକୁ ଭିତରେ ଭିତରେ ମେଳି ବାନ୍ଧି ଥିବା ଶଙ୍ଖ ଭବନ ଯିବାକୁ ସୁଯୋଗ ଖୋଜୁଥିବା ନେଇ ଚର୍ଚ୍ଚା ହେଲାଣି। ଆସିକା କଥା ନ କହିଲେ ଭଲ ଦୀର୍ଘ ଦିନ ହେଲା ମା ପୁଅ ହଟାଓ ଆସିକା ବଞ୍ଚାଓ ନାରା ଆଡ଼କୁ ବହୁ ଆଗ ଧାଡିର ନେତାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଠାରେ ମଧ୍ୟ ନୂଆଁ ମୁହଁ ପାଇଁ ଦାବୀ ହୋଇ ଆସୁଛି। ବୈଠକ ପରେ ବୈଠକ ବସିଲେ ବି ପର୍ଯ୍ୟବେକ୍ଷକ ମଧ୍ୟ ନାକେଦମ ହୋଇଗଲାଣି ଲେଖା ଛିଡୁନି। ଯଦି ଦଳ ମୁଖିଆ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟ ନଗର ଓ ଆସିକା ଲେଖା ନଛିଡ଼ାଇଲେ ଦୀର୍ଘ ବର୍ଷ ହେଲା ନିଜ ଅଧୀନ ରେ ଥିବା ଗଡ଼ ଦୋହଲିଯିବ ବୋଲି ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଲେଖା ଛିଡ଼େଇବା ଘଟଣା କିଛି ଦିନ ହେଲା ଚର୍ଚ୍ଚାର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲାର ଏହି ଚାରୋଟି ନିର୍ବାଚନ ମଣ୍ଡଳୀ କୁ ପାଣିପାଗ ଏଲୋ ନା ରେଡ଼ କେଉଁ ୱାର୍ନିଙ୍ଗ ଦେଉଛି ଦେଖିବାକୁ ବାକି ରହିଲା। ନିସର୍ତ୍ତ ସବୁ ବେଳେ ଲୋକଙ୍କ ସାଙ୍ଗରେ ରହିଛି ରହିବ….

nis-ad
Leave A Reply

Your email address will not be published.