ଧରାକୋଟ ଅଞ୍ଚଳ ରେ ମାଳ ମାଳ ଇଟା ଭାଟି ସାଙ୍ଗକୁ ଅବାଧ ରେ ଚାଲିଛି ଚୋରା ବାଲି ଚାଲାଣ…

ଲେଖା ଛିଡେଇ ଦେବା ଯୋଗୁଁ ପ୍ରଶାସନ ପାଖରେ ଖବର ନାହିଁ ..!

ବ୍ରହ୍ମପୁର: ୨୯-୨ ଧରାକୋଟ ଅଞ୍ଚଳ ରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ରୁ ମାଳ ମାଳ ପୋଡ଼ା ଇଟା ଭାଟି ଆରମ୍ଭ ହେଲାଣି। ଏହା ସହିତ ବାଲି ମାଫିଆ ମାନେ ବେଆଇନ ଭାବେ ଦିନ ଓ ରାତ୍ର ସମୟରେ ହାଇୱା, ଟିପର ଓ ଟ୍ରକ ଯୋଗେ ଜିଲ୍ଲାର ବିଭିନ୍ନ ଅଞ୍ଚଳ କୁ ବାଲି ଚାଲାଣ କରୁଛନ୍ତି। ନଈ କୂଳରେ ଥିବା ଗ୍ରାମ ଗୁଡ଼ିକରେ ଗ୍ରୀଷ୍ମ ଋତୁ ଆରମ୍ଭରେ ଶହ ଶହ ବେଆଇନ ଇଟାଭାଟି ଗଢି ଉଠିଲାଣି। ଏହି ଇଟାଭାଟି ପାଇଁ ନଦୀ ପଠାରୁ ପ୍ରତ୍ୟେହ ମାଟି ଏବଂ ବାଲି ତାଡ଼ି ମାଫିଆ ମାନେ ବିକ୍ରି କରି ଚାଲିଛନ୍ତି। ନଦୀ ପଠାରୁ ବାଲି ଓ ମାଟି ତଡ଼ା ଯାଉଥିବାରୁ ବର୍ଷା ଦିନରେ ନଦୀ ସଲଗ୍ନ ଗ୍ରାମଗୁଡିକ ପାଇଁ ବିପଦ ରହିଛି।ଏ ସମ୍ପର୍କରେ ପରିବେଶବିତ୍ତ ଚିନ୍ତା ପ୍ରକଟ କରିବା ସହିତ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଟା ଭାଟି ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ଧରାକୋଟ ଅଞ୍ଚଳର ପୋଡ଼ା ଇଟାର ଚାହିଦା ଥିବା ଯୋଗୁଁ ମାଫିଆ ମାନେ ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଅଞ୍ଚଳ ରୁ ନିରୀହ ଗରିବ ଶ୍ରେଣୀର ପରିବାର ଲୋକଙ୍କୁ ଆଣି ଏହି କାର୍ଯ୍ୟରେ ସ୍ୱଳ୍ପ ମୂଲ ଦେଇ ନିୟୋଜିତ କରୁଛନ୍ତି। ଏହି ପରିବାର ମଧ୍ୟରେ ନାବାଳକ ନାବାଳିକା ଙ୍କୁ ମଧ୍ୟ ଇଟା ଭାଟିରେ କାର୍ଯ୍ୟରେ ଲଗାଯାଉଥିବା ଚର୍ଚ୍ଚା ହେଉଛି। ବେଆଇନ ଇଟାଭାଟି ବିଭିନ୍ନ ଅଞ୍ଚଳ ରେ ରହିଥିବାବେଳେ ନଦୀ ସଂଲଗ୍ନ ଗ୍ରାମ ଗୁଡ଼ିକରେ ବେଆଇନ ଇଟାଭାଟି ଗୁଡିକ କୂଟୀର ଶିଳ୍ପ ପରି ହୁହୁ ହୋଇ ବଢ଼ିଚାଲିଛି। ପୂର୍ବରୁ ନଦୀ ପଠାରେ ବିଭିନ୍ନ ଚାଷ ଜମି ସହିତ ପର୍ଯ୍ୟାପ୍ତ ପରିମାଣର ପନିପରିବା ଚାଷ କରା ଯାଉ ଥିଲା। ଏବେ ନଦୀ ପଠା ଚାଷ ଜମିରେ ପୋଡ଼ାଇଟା, ଅଙ୍ଗାର ଏବଂ ପାଉଁଶ ରେ ପୋତି ହୋଇ ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଇଟା ପୋଡ଼ା ଯାଉଥିବା ଯୋଗୁଁ ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଚୁପଚାପ ରହିବା ଯୋଗୁଁ ପରିବେଶବିତ୍ତ ଙ୍କପାଇଁ ଆଲୋଚନାର ବିଷୟ ପାଲଟିଛି। ଇଟା ଭାଟି ମାଫିଆମାନେ ଅଧିକାରୀଙ୍କୁ ହାତ କରି ମାସିକିଆ ବଟି ଦେଇ ସେମାନଙ୍କ ବେଆଇନ କାର୍ଯ୍ୟକଳାପ ଚଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।ପୋଡ଼ା ଇଟା ଭାଟିକୁ ସରକାର ବେଆଇନ ଘୋଷଣା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ଇଟାଭାଟି ମାଲିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଥ‌ିବା ବେଳେ ଜିଲ୍ଲା ପ୍ରଶାସନ ର ଆଶୀର୍ବାଦ ରେ ପୋଡ଼ା ଇଟା ଭାଟି ଚାଲୁଥିବା ନେଇ ଚର୍ଚ୍ଚା ହେଉଛି। ବାଲି ଓ ଇଟା ମାଫିଆଙ୍କ ବିରୋଧ ରେ ଅଭିଯୋଗ କରିଲେ କିଛି ଅଧିକାରୀ ସୂଚନା ଦେଇଥିବା ଲୋକଙ୍କ ଙ୍କ ଖବର ମଧ୍ୟ ଦେଉଛନ୍ତି। ସେ ଅଞ୍ଚଳର ଗୋଦି ମିଡ଼ିଆ କୁ ଫୋନ-ପେ ମାଧ୍ୟମରେ ମଧ୍ୟ ଇଟା ବାଲି ମାଫିଆ ମାନେ କିଛି ଅର୍ଥ ଦେଇ ଖବର ପ୍ରକାଶ ନ କରିବାକୁ ଚାପ ପ୍ରୟୋଗ କରିବା ମଧ୍ୟ ଚର୍ଚ୍ଚା ହେଉଛି। ବାବୁମାନଙ୍କ ଯୋଗୁଁ ବାଲିରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେବା ସହ ଇଟାଭାଟି ଯୋଗୁଁ ପ୍ରଦୂଷଣ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ଭଞ୍ଜନଗର ଉପ-ଜିଲ୍ଲାପାଳ ଙ୍କ ସହ ସାକ୍ଷାତ କରିବା ସମୟ ରେ ସେ କହିଛନ୍ତି ମୁଁ ଧରାକୋଟ ତହସିଲଦାର ଙ୍କୁ ଇଟା ଭାଟି ସମ୍ପର୍କରେ କହିଛି ସେ ଭାଟି ଚିହ୍ନଟ କରିଲେ ଆମେ ପଦକ୍ଷେପ ନେବୁ ବୋଲି। ହେଲେ ଇଟା ଭାଟି ମାଫିଆ ମାନେ ଇଟା ପ୍ରସ୍ତୁତ କରି ଇଟା ବିକ୍ରି କରବା ପୂର୍ବରୁ ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.