ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହିଁସାସୁର ପଞ୍ଚାୟତ ପଡିଆରେ ଗତକାଲି ରାଜନଗର ମିଶନ ଶକ୍ତି ତରଫରୁ ବ୍ଲକର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ନେଇ ଵ୍ଲକ ସ୍ତରୀୟ ମିଶନଶକ୍ତି ସୁଧ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଶକ୍ତ ମହିଳା ଓଡ଼ିଶା କାର୍ଯ୍ୟକ୍ରମକୁ ମାନ୍ୟଵର ମୁଖ୍ୟମନ୍ତ୍ରୀ ଭିଡିଓ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ବ୍ଲକ ମିଶନ ଶକ୍ତିର ସଂଯୋଜୀକା ଶ୍ରୀମତୀ ସାଗରୀକା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାଵେ ଵିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆ, ବିଡିଓ ନିଶାନ ମିଶ୍ର, ସିଡିପିଓ ଶ୍ରୀମତୀ ସନ୍ତୋଷିନୀ ଭୋଇ, ଗ୍ରାମ୍ୟ ଵ୍ୟାଙ୍କ ପରିଚାଳିକା ସୌଦାମିନୀ ରଣା, ଜୀଵିକା ମିଶନ ସଂଯୋଜକ ରଶ୍ମିରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଯେଉଁ ସ୍ବୟଂସହାୟକ ଗୋଷ୍ଠୀମାନେ ରୂଣ ନେଵାପରେ ସୁଧ ପରିଶୋଧ କରିଥିଲେ, ସେ ସୁଧକୁ ରାଜ୍ୟ ସରକାର ଏହି ମେଳାରେ ଫେରସ୍ତ କରିଛନ୍ତି। ଏଣିକି ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ୫ଲକ୍ଷ ଵଦଳରେ ଵିନା ସୁଧରେ ୧୦ଲକ୍ଷ ଟଙ୍କା ରୁଣ ଦିଆଯିବ ଵୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବ୍ଲକର ମୋଟ ୧୨୯୫ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଵ୍ଲକର ମୋଟ ୨୯ଟି ପଞ୍ଚାୟତ ମଧ୍ୟରୁ ପ୍ରତି ପଞ୍ଚାୟତରୁ ଗୋଟିଏ ଲେଖାଏଁ ଗୋଷ୍ଠୀଙ୍କୁ ଚେକ୍ ପ୍ରଦାନ କରାଯାଇଛି ଵୋଲି ସଂଯୋଜୀକା ସାଗରୀକା ମଲ୍ଲିକ ପ୍ରକାଶ କରିଛନ୍ତି।