ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ..! ମଦ ମାଫିଆ ସକ୍ରିୟ

କାହା ନିର୍ଦ୍ଧେଶ ରେ ଗଞ୍ଜାମ ଜିଲ୍ଲାରେ ଚୋରା ମଦ ବ୍ୟବସାୟୀ ସକ୍ରିୟ ?…!


ବ୍ରହ୍ମପୁର ୨୮-୨ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମଦ ବ୍ୟବସାୟ ହେଉଛି।ଆଗକୁ ସାଧାରଣ ନିର୍ବାଚନ ଥିବା ଯୋଗୁଁ କୁଆଡ଼େ ମଦ ମାଫିଆ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଉପରୁ ନିର୍ଦ୍ଧେଶ ଆସିଥିବା ନେଇ ଜୋର ରେ ଚର୍ଚ୍ଚା ହେଉଛି। ମଦ ମାଫିଆ ମାନେ ନିଜର ସୁରକ୍ଷା ପାଇଁ ରାଜନୈତିକ ଦଳ ମାନଙ୍କ ସହ ହାତକୁ ହାତ ମିଶାଇ ନିଜର ବ୍ୟବସାୟ ର ସାମ୍ରାଜ୍ୟ ଚଳାଉ ଥିବାର ନଜିର ରହିଛି। ଜିଲ୍ଲାରେ ଥିବା ଅବକାରୀ ବିଭାଗ କାର୍ଯ୍ୟ କେବଳ ଧର୍ମକୁ ଆଖିଠାର। ମାଫିଆ ମାନଙ୍କ ନିର୍ଦ୍ଧେଶ ରେ ବେଳେ ବେଳେ ଚଢ଼ାଉ ହୁଏ ଯେଉଁ ଗରିବ ଶ୍ରେଣୀର ଲୋକ ମାନେ ସେମାନ ନିକଟରୁ ମଦ ନିୟନ୍ତି ନାହିଁ ସେହି ଲୋକଙ୍କୁ କେବଳ ଧରପଗଡ଼ ହେଉଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ସରକାରୀ ମଦ ଭାଟିରେ ବେନିୟମ କାର୍ଯ୍ୟ ହେଉଥିବା ନେଇ ରୀତିମତ ଖବର ପ୍ରକାଶ ହେଲେ ବି କୌଣସି ଫରକ ପଡୁନାହିଁ। ଦେଶୀ ମଦ ପ୍ରସ୍ତୁତି ବେଳେ ମହୁଲ ର କେବଳ ନାଁ ରେ ଭାଟି ଚାଲୁଥିବା ଅଭିଯୋଗ ହେଉଛି। ମଦ ପ୍ରସ୍ତୁତ ପୂର୍ବରୁ ଯେଉଁ ପୋଚ ପ୍ରସ୍ତୁତ ହୁଏ। ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ, ୟୁରିଆ ଓ ଇଷ୍ଟ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହେଉଛି। ଆଜି ସୁଦ୍ଧା ଉକ୍ତ ପୋଚ କୁ କେମିକାଲ ଯାଞ୍ଚ ପାଇଁ ଲେବ୍ରୋଟେରି କୁ ପଠା ଯାଇନଥିବା ନେଇ ଶୁଣିବାକୁ ମିଳୁଛି। ଏହି ଅପମିଶ୍ରଣ ମଦ କାରବାର ଯୋଗୁଁ ମାଫିଆ ମାନଙ୍କ ସହିତ ବାବୁ ମାନେ ମାଲେ ମାଲ ହେଉଥିବା ବେଳେ ସରକାର ରାଜସ୍ୱ ହରାଉଛନ୍ତି। ଗଞ୍ଜାମ ଜିଲ୍ଲାରେ ଆଜି ସୁଦ୍ଧା ନା ମଦ ମାଫିଆଙ୍କ କଳା ଟଙ୍କା ଉପରେ ଇଡ଼ି କିମ୍ବା ଆଇଟି ବିଭାଗ ପକ୍ଷରୁ ରେଡ଼ ହୋଇନାହିଁ। କୁବେର ବାବୁଙ୍କ ଲମ୍ବା ହାତ ଯୋଗୁଁ ଦୁର୍ନୀତି ନିବାରଣ ବିଭାଗର ଛାଇ ମଧ୍ୟ ପଡୁନଥିବା ଏବେ ଚର୍ଚ୍ଚା ହେଉଛି। ଜିଲ୍ଲାର କୋଣ ଅନୁକଣ ରେ ଏବେ ଅପମିଶ୍ରଣ ମଦ କାରବାର ଚାଲୁଥିବା ନେଇ ଚର୍ଚ୍ଚା ହେଉଛି। ଆଗକୁ ଅଛି ସାଧାରଣ ନିର୍ବାଚନ ମାଫିଆ ମାନଙ୍କ ଦୟାରେ ସରକାର ନିର୍ବାଚନୀ ବୈତରଣୀ ପାର ହେବା ର ଲକ୍ଷ୍ୟ ରଖିଥିବା ମନେ ହୁଏ ଏହି କିଛି ମାସ ହେଲା ଅବକାରୀ ବିଭାଗ କିମ୍ବା ପୋଲିସ ପକ୍ଷରୁ ଚଢ଼ାଉ କରାଯାଉ ନାହଁ, ବୋଧେ ଉପରୁ ନିର୍ଦେଶ ଆସିଛି ନିର୍ବାଚନ ଶେଷ ହେବା ଯାଏ ଚୁପ ରହିବାକୁ l ଯାହା ଫଳ ରେ ଅପମିଶ୍ରଣ ମଦ କାରବାର ଏହୁତୁକ ଭାବରେ ଜିଲ୍ଲା ରେ ବୃଦ୍ଧି ପାଇବାରେ ଲାଗିଛି l ଏହି ଅପମିଶ୍ରଣ ମଦ ଆଉ ଏକ ମଦ ମୃତ୍ୟୁ କୁ ନିମଂତ୍ରଣ କରିବା ସଦୃଶ୍ୟ କହିଲେ କିଛିବି ଭୁଲ ହେବ ନାହିଁ l ଗଞ୍ଜାମ ଜିଲ୍ଲା ରୁ ଏହି ଅପମିଶ୍ରଣ ମଦ ପଡୋଶୀ ଜିଲ୍ଲା ମାନଙ୍କୁ ମଧ୍ୟ ଚାଲାଣ ହୁଏ କିନ୍ତୁ ସରକାରୀ ବାବୁ ମାନେ ଚୁପ କାରଣ ଯିଏ ଯେତେ ପରିମାଣ ରେ ନିର୍ବାଚନ ପାଣ୍ଠି ଦେଇ ପାରିବ ତାକୁ ସେତେ ପରିମାଣରେ ସୁରକ୍ଷା ଯୋଗାଇ ଦେବ ପ୍ରଶାସନ ଏହି ବ୍ୟବସ୍ଥା ଚାଲିଛି ବୋଲି ବୁଦ୍ଧିଜୀବି ଓ ସାଧାରଣ ରେ ଚର୍ଚ୍ଚା ହେଉଛି l

nis-ad
Leave A Reply

Your email address will not be published.