ସରକାରୀ ଅର୍ଥ ହେରଫେର ଅପରାଧରେ ବିଦ୍ୟାଳୟ ଶିକ୍ଷା କମିଟି ସଭାପତିଙ୍କୁ ୩ ବର୍ଷ ଜେଲ, ୧୦ ହଜାର ଜରିମାନା

ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମରବିଳାସ ବେହେରା, ଆଜି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଂଚଳର ଶିକବାଡି ପ୍ରାଥମିକ ବିଦ୍ୟାଳୟର ପୁର୍ବତନ ଶିକ୍ଷା କମିଟି ସଭାପତି ମନେ୍ଧକ୍ସ ପ୍ରଧାନଙ୍କୁ ସାଖ୍ୟ ଓ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିବା ସହିତ ତାଙ୍କୁ ୩ ବର୍ଷ ସଶ୍ରମ କାରା ଦଣ୍ଡ ସମେତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଅଧିକ ସଶ୍ରମ କାରା ଦଣ୍ଡ ଭୋପଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ତେବେ ବିଚାରପତି ତାଙ୍କ ବିରୋଧରେ ଥିବା ଧାରା ୪୦୯ ଏବଂ ୧୨୦-ବି ରେ ତାଙ୍କୁ ସମାନ ଭାବରେ ଦୁଇଟି ଦଣ୍ଡାଦେଶ ଶୁଣାଇଥିବା ବେଳେ ଉଭୟ ଦଣ୍ଡ ସମାନ୍ତରାଳ ଭାବରେ ଚାଲିବ ବୋଲି ରାୟ ଶୁଣାଇଛନ୍ତି ବିଚାରପତି । ସୂଚନା ଅନୁସାରେ ମନୋଜଙ୍କ ବିରୋଧରେ ବିଦ୍ୟାୟଳୟର ନୁତନ ଶ୍ରେଣୀ ଗୃହ ନିର୍ମଣା ପାଇଁ ଥିବା ୫ ଲକ୍ଷ ୮୩ ହଜାର ୬୯୦ ଟଙ୍କାକୁ ସେ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଅଧାରରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତାଙ୍କ ବିରୋଧରେ ଏକ ମାମଲା ୫୭/ ୧୪.୧୨.୨୦୧୭ ରୁଜ୍ଜୁ କରି ଭିଜିଲାନ୍ସ ଡିଏସପି ରବିକାନ୍ତ ସୁନାଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଆଜି ଉପୋରୋକ୍ତ ମାମଲାର ବିଚାରଣା କରି ବିଚାରପତି ଏହି ରାୟ ଶୁଣାଇଛନ୍ତି ବିଚାରପତି । ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି.ଭି.ରାମଦାସ ପରିଚାଳନା କରୁଥିଲେ ।

nis-ad
Leave A Reply

Your email address will not be published.