ଜିଲ୍ଲାସ୍ତରୀୟ ଗାଁ କଲ୍ୟାଣ, ମହିଳା ଆରୋଗ୍ୟ ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ

ଦେବଗଡ, ୨୭ା୨ : ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଆଶା ମାନଙ୍କୁ ନେଇ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱ ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ପ୍ରସଙ୍ଗ ଉପରେ ଆଲୋଚନା(ଫଟୋ) କରାଯାଇଥିଲା । ଡିପିଏଚଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏଡିପିଏଚଓ (କୁଷ୍ଠ ) ଧନୁର୍ଜୟ ମହନ୍ତ, ସମାଜ କଲ୍ୟାଣ ବିଭାଗ ପ୍ରକଳ୍ପ ଅଧିକାରୀ ରୋଜାଲିନ କେରକେଟ୍ଟା, ପୌର ପରିଷଦ ନିର୍ବାହୀ ଅଧିକାରୀ ଅଞ୍ଜନି କୁଜୁର, ଡ଼ିଏସପି କୈଳାଶ ଚନ୍ଦ୍ର ବୁରୁଡ଼ା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ପରିଚାଳକ ଉମେଶ ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଆଶା କର୍ମୀ, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତିର ସଦସ୍ୟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ସମାଜ ପ୍ରତି ସେମାନଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାର ଶ୍ରେଷ୍ଠ ବିବେଚିତ ଆଶା କର୍ମୀ, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତିକୁ ପୁରସ୍କୃତ କରାଯାଇଥିଲା । ଏଥିରେ ଶ୍ରେଷ୍ଠ ଆଶା କର୍ମୀ ଭାବେ ତିଳେଇବଣି ବ୍ଲକ ସୋଡୋ ପଞ୍ଚାୟତ କାଳଚିପୁଡାଡିହ ଗ୍ରାମର ଫ୍ଲୋରା ମିଞ୍ଜଙ୍କୁ ପ୍ରଥମ ପୁରସ୍କାର ବାବଦରେ ଟ୍ରଫି, ମାନପତ୍ର ସହ ନଗଦ ୬ ହଜାର ଟଙ୍କା, ଦ୍ଵିତୀୟ ପୁରସ୍କାର ବାବଦରେ ରିଆମାଳ ବ୍ଲକ ପଲସମା ଗ୍ରାମର ଶାନ୍ତିଲତା ଗଡ଼ନାୟକଙ୍କୁ ଟ୍ରଫି, ମାନପତ୍ର ସହ ନଗଦ ୫ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ବାବଦରେ ବାରକୋଟ ବ୍ଲକ ଖଜୁରୀଖମଣ ଗ୍ରାମର ସୁଷମା ନାଏକଙ୍କୁ ଟ୍ରଫି ଓ ମାନପତ୍ର ସହ ନଗଦ ୪ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସେହିପରି ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ଭାବେ ବାରକୋଟ ବ୍ଲକ ମଧ୍ୟପୁର ପଞ୍ଚାୟତ ବଡ଼ମାଣପୁର, ତିଳେଇବଣି ବ୍ଲକ ଦୁଧିଆନାଳୀ ପଞ୍ଚାୟତ ମୁଣ୍ଡଗୋହିରା ଓ ରିଆମାଳ ବ୍ଲକ ନୂଆଡ଼ିହି ପଞ୍ଚାୟତ ମହାସିନ୍ଧୁ ଗାଁ କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ଜନ ଆରୋଗ୍ୟ ସମିତି ଭାବେ ବାରକୋଟ ବ୍ଲକ ବସାଲୋଇ, ରିଆମାଳ ବ୍ଲକ ତାରଙ୍ଗ ଓ ତିଳେଇବଣି ବ୍ଲକ ଛେପଲିପାଲି ପଂଚାୟତକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.