ଚିକିଟୀ : ସ୍ଥାନୀୟ ବ୍ଲକ ପରିସରରେ ମିଶନ ଶକ୍ତି ଗ୍ରୁପର ସୁଧ ଫେରସ୍ତ ଓ ବିନା ସୁଧରେ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ଋଣ ମେଳା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସୀ ଜରିଆରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଚିକିଟୀ ବିଧାୟିକା ଶ୍ରୀମତୀ ଉଷାଦେବୀ ଯୋଗ ଦାନ କରି ସମସ୍ତ ମିଶନ ଶକ୍ତି ମା ମାନଙ୍କୁ ପ୍ରଶଂସା କରିବା ସହ ଓଡ଼ିଶାର ଉନ୍ନତି ପଛରେ ମା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଓଡ଼ିଶାରେ ପୁଣି ଥରେ ବଳିଷ୍ଟ ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ କରିଥିଲେ। ସେହି ପରି ଚିକିଟୀ ବ୍ଲକ ର ସମନ୍ନିତ ଶିଶୁବିକାଶ ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ପାଣିଗ୍ରାହୀ ମହିଳା ମାନେ ବର୍ତ୍ତମାନ ସରକାରଙ୍କ ସ୍ବଭାଲମ୍ବୀ ହୋଇ ପାରିଛନ୍ତି ବୋଲି ପ୍ରକାଶ କରିଥିଲେ। ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ମିଶନ ଶକ୍ତିର ସମସ୍ତ ଅଭିଯାନ କୁ ପ୍ରଶଂସା କରିବା ସହ ଆଗକୁ ମା ମାନଙ୍କ ଦ୍ଵାରା ରାଜ୍ୟର ଉନ୍ନତି ଘଟିବ ବୋଲି ମତପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଚିକିଟୀ ତହସିଲଦାର ବଳଦେବ ବେହେରା,ଚିକିଟୀ ବିଡିଓ ଲକ୍ଷ୍ମଣ କୁମାର ସୋରେନ,ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ ପ୍ରମୁଖ ମଞ୍ଚାସୀନ ହୋଇ ଥିବା ବେଳେ ସମସ୍ତ ପଞ୍ଚାଯତର ସରପଞ୍ଚ ମାନଙ୍କ ଦ୍ଵାରା ସମସ୍ତଙ୍କ ଉପସ୍ଥିତ ରେ ପ୍ରଥମେ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ପରେ ବିଭିନ୍ନ ଗ୍ରୁପ ନେଇଥିବା ରୁଣର ସୁଧ କୁ ଚେକ ମାଧ୍ୟମରେ ଫେରସ୍ତ କରାଯାଇଥିଲା।ପରେ ପରେ ସମସ୍ତ ବ୍ୟାଙ୍କମିତ୍ର ମାନଙ୍କୁ ଲ୍ଯାପଟପ ପ୍ରଦାନ କରିବା ସହ ସମସ୍ତ ରୁଣ ପ୍ରଦାନ କରିଥିବା ବ୍ୟାଙ୍କ ଶାଖା ପରିଚାଳକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମଟି ସମସ୍ତ ବ୍ଲକ କର୍ମଚାରୀଙ୍କ ଉପସ୍ଥିତ ଓ ସହଯୋଗରେ ସଫଳ ରୂପାୟନ ହୋଇପାରିଥିଲା।
Sign in
Sign in
Recover your password.
A password will be e-mailed to you.