ଦେବଗଡ଼,୨୭|୨ : ବର୍ତ୍ତମାନ ସୁଦ୍ଧା ବିମଳାଗଡ -ତାଳଚେର ପାଇଁ ଦେବଗଡ଼ ଜ଼ିଲ୍ଲାରେ ମୋଟ ୧୯ଟି ଗ୍ରାମ ମଧ୍ୟରୁ ୧୫ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇ ରେଳ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ, ଅବଶିଷ୍ଟ ୪ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରି ରେଳବାଇ ବିଭାଗକୁ ହସ୍ତାନ୍ତର କରିବାକୁ ଜ଼ିଲ୍ଲା ନାଗରିକ କମିଟି, ଦେବଗଡ ଜ଼ିଲ୍ଲାପାଳଙ୍କ ନିକଟରେ ଦାବିକରିଛନ୍ତି ବୋଲି କମିଟି ସମ୍ପାଦକ ଶ୍ରୀ ସୁଧୀର କପରଦାର ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତିl ଅତତବ୍ୟତୀତ, ବର୍ତମାନ ଚାଲୁଥିବା ମୁଖ୍ୟ ଡାକ୍ତରଖାନା ବିଲଡିଂରେ ଏକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର (ଏହା ନୂଆ ବିଲଡିଂକୁ ଉଠିଯିବା ପରେ )ଖୋଲିବା, ଦେବଗଡ ପୌରସଂସ୍ଥାକୁ ଦୁର୍ନୀତିମୁକ୍ତ କରି ଚଳାଚଞ୍ଚଳ କରିବା, ସରକାରୀ ଅନୁଦାନ ମିଳିଥିବା ୪ଟି କଲ୍ୟାଣ ମଣ୍ଡପ, ବଡବନ୍ଧ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବା, କୁରୁଡ଼କୋଟ ଓ ପ୍ରଧାନପାଟ ଜଳପ୍ରପାତ ପାଇଁ ଅନୁଦାନକୁ ସଠିକ ବିନିଯୋଗ କରିବା, ରାଜା ବାସୁଦେବ ହାଇ ସ୍କୁଲରେ ପୁନଃ ଏନ. ସି ସି. ପ୍ରଚଳନ କରିବା,ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ତଥା ପ୍ରଧାନପାଟ ରାସ୍ତାକୁ ଅବରୋଧ ମୁକ୍ତ କରିବା ପ୍ରଭୃତି ଦାବି ଉପସ୍ଥାପନ କରାଯାଇଥିଲା lଆଗାମୀ ଦଶ ଦିନ ମଧ୍ୟରେ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାନଗଲେ, ଜ଼ିଲ୍ଲା ନାଗରିକ କମିଟି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନକୁ ଓ଼ଲ୍ଳେ୍ଇବ ବୋଲି କମିଟି ସମ୍ପାଦକ ସୂଚନା ଦେଇଛନ୍ତି lଏହି ପ୍ରତିନିଧି ଦଳରେ କମିଟି ସଭାପତି ସୁଶୀଲ କୁମାର କପରଦାର, ମାର୍କଣ୍ଡେଶ୍ୱର ଶତପଥୀ,ଉପ ନଗରପାଳ ପ୍ରଜିତ ଭୋଜ, କlଉନସିଲର ଧର୍ମେନ୍ଦ୍ର ଦେବତା,ଲଷ୍ମୀଣ ପ୍ରଧାନ, ସୁଦାମ ବୁଡ଼ା,ନରୁତ୍ତମ ସାହୁ, ମଞ୍ଜୁଳ ନାୟକ,ମହେଶ୍ୱର ପାଣି, ତଥା ଟିକେଶ୍ୱର ଗୁରୁ ପ୍ରମୁଖ ପ୍ରତିନିଧି ଦଳରେ ଯାଇଥିବା ଜଣାପଡ଼ିଛି
Sign in
Sign in
Recover your password.
A password will be e-mailed to you.