ନାଲକୋ ସମ୍ପ୍ରସାରଣ କାମ ବେଳେ ଅଘଟଣ, ଲୁହା ରଡ୍ ପଡ଼ି ୨ ଶ୍ରମିକ ମୃତ

କୋରାପୁଟ: ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ଅଘଟଣ । ରଡ୍‌ ବାଇଣ୍ଡିଂ ଚାଲିଥିବା ବେଳେ ରଡ୍‌ ପଡ଼ି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଠିକା ଶ୍ରମିକ ଝାଡଖଣ୍ଡର ବୋଲି ସୂଚନା ମିଳିଛି । ମୃତକ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣେ ମୃତକ ଓ ଗୁରତରଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ, କୋରାପୁଟ ନାଲକୋରେ ନିର୍ମାଣ କାମ ଚାଲିଥିଲା ଏହି ସମୟରେ ଲୁହା ରଡ୍ ବାଇଣ୍ଡିଂ ଚାଲିଥିବା ସମୟରେ ହଠାତ୍ ତିନି ଜଣ ଠିକା ଶ୍ରମିକଙ୍କ ଉପରେ ଲୁହା ରଡ୍ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଠିକା ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ଦାମନଯୋଡିର ନାଲୋକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ସମ୍ପର୍କରେ ଖବର ପାଇ ନାଲକୋର ଅଧିକାରୀ, ଦମାନଯୋଡି ପୋଲିସ ଓ ସିଆଇଏସଏଫ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠା ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁର୍ଘଟଣା ପରେ ବର୍ତ୍ତମାନ ଘଟଣାସ୍ଥଳରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।

nis-ad
Leave A Reply

Your email address will not be published.