ଇମ୍ରାନଙ୍କ ପାର୍ଟି କଲା ବିରୋଧ: ମରିୟମ ନୱାଜଙ୍କୁ ମୁଖ୍ୟମନ୍ତ୍ରୀ ସ୍ବୀକାର କରିବାକୁ ମନା କଲା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ମରିୟମ ନୱାଜଙ୍କୁ ମୁଖ୍ୟମନ୍ତ୍ରୀ ସ୍ବୀକାର କରିବାକୁ ମନା କରିଛି। ଏହା ସହିତ ଇମ୍ରାନଙ୍କ ଦଳ ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଇଁ ସମାନ୍ତରାଲ ବୈଠକ ଡକାଇବାକୁ ଯୋଜନା କରିଛି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କରାଯିବ ବୋଲି ପିଟିଆଇ କହିଛି।
ମରିୟମ ନୱାଜଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ପରେ ପିଟିଆଇ ଏହାକୁ ବିରୋଧ କରିବାରେ ଲାଗିଛି। ଦଳ କହିଛି ମରିୟମ ଜନାଦେଶ ଚୋରି କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ପଞ୍ଜାବ ବିଧାନସଭାରେ ୩୨୭ ଆସନ ଅଛି। ମୁଖ୍ୟମନ୍ତ୍ରୀ ହେବା ପାଇଁ ୧୮୭ ଭୋଟ ଜରୁରୀ। ମରିୟମଙ୍କୁ ୨୨୦ ଭୋଟ ମିଳିଛି।
ପିଟିଆଇ କହିଛି ସମାନ୍ତରାଳ ବୈଠକରେ ବିଧାନସଭାର ୨୫୦ ସଦସ୍ୟ ସାମିଲ ହେବାର ସମ୍ଭାବନା ରହିଛି। ପିଟିଆଇ ନେତା ଶୌକତ ବସରା କହିଛନ୍ତି ମରିୟମ ପିଟିଆଇ ପ୍ରାର୍ଥୀ ମେହର ଶରାଫତଙ୍କଠାରୁ ପରାଜିତ ହେବା ନିଶ୍ଚିତ ଥିଲା। ମ‌ାତ୍ର ଜନାଦେଶ ଚୋରି କରି ପରେ ତାଙ୍କୁ ବିଜୟୀ କରାଯାଇଥିଲା। ଏହା ଦ୍ବାରା ଦେଶରେ ଅରାଜକତା ସୃଷ୍ଟି ହେବାର ଆଶଙ୍କା ରହିଛି।

nis-ad
Leave A Reply

Your email address will not be published.