ଚିକିଟୀ : ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ ଉତ୍ସଵରେ ଚିକିଟୀ ବ୍ଲକରୁ ଶ୍ରେଷ୍ଠ ଶିକ୍ଷକ ଭାବେ କୋଳଥିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ବେହେରା ପୁରସ୍କୃତ ହୋଇଥିବା ବେଳେ ଛାତ୍ର ନେତୃତ୍ୱ ପାଇଁ ବ୍ଳକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୪୧ ଜଣ ଛାତ୍ର ଛାତ୍ରୀ,୨୦୨୨-୨୦୨୩ଶିକ୍ଷା ବର୍ଷ ପାଇଁ ବିଭିନ୍ନ ବିଦ୍ୟାଳୟ ରୁ ୧୦୬ ଜଣ ଛାତ୍ର ଛାତ୍ରୀ, ଉଚ୍ଚ ବିଦ୍ୟାଳୟ ସ୍ତରରେ କଳବlଡ଼ ସ୍ଥିତ ବାରାହୀ ବିଦ୍ୟାପୀଠ, ମାଧବନ୍ଧ ସ୍ଥିତ ଉତ୍କଳ ମଣି ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦନଗର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟରୁ ଖରଖରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ନୂଆଁ ମୈସlନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଡଭାର ପ୍ରାଥମିକ ବିଦ୍ୟାଳୟ ପୁରସ୍କୃତ ହୋଇଥିବା ବେଳେ ପଞ୍ଚlୟତ ସ୍ତରରେ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଓ ବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନି ପାଇଁ ମାଧବନ୍ଧ ସ୍ଥିତ ଉତ୍କଳ ମଣି ଉଚ୍ଚ ବିଦ୍ୟାଳୟ ପୁରସ୍କୃତ ହୋଇ ଥିବାରୁ ଗୋଷ୍ଟୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ଏହି ପୁରସ୍କାର ଗ୍ରହଣ ଅବସରରେ ବିଇଓ, ଏ ବି ଓ ସିମାଞ୍ଚଳ ପଣ୍ଡା, ନିଗମାନନ୍ଦ ପଣ୍ଡା ଉପସ୍ଥିତ ଥିବା ବେଳେ ବ୍ଲକ ର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l ପୁରସ୍କୃତ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କ ଗାଇଡ଼ ଟିଚର ଭାବେ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ,ଚିନ୍ତାମଣି ଜାନୀ,ବଦ୍ରୀନାଥ ପଣ୍ଡା, ମଞ୍ଜନ ବେହେରା,କ୍ଷୀରସିନ୍ଧୁ ବେହେରା ଓ ସୁନିତା ବିଷୋୟୀ ଦାୟିତ୍ୱ ନେଇଥିଲେ l
Sign in
Sign in
Recover your password.
A password will be e-mailed to you.