ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକଙ୍କ ଉପସ୍ଥିତରେ ତ୍ରିଦେବ ନଗର ବସ୍ତିର ଧର୍ମ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ଟିକୁ ତ୍ରିଦେବ ନଗର ବସ୍ତିର କମିଟି ସମ୍ପାଦକ ଚନ୍ଦ୍ରମଣି ଦେହୁରୀ ପରିଚାଳନା କରିଥିଲେ l ତ୍ରିଦେବ ନଗର ବସ୍ତିର ପ୍ରାୟ ତିନିଶହ ଘର ପରିବାର ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ବିଭିନ୍ନ ସମସ୍ୟା ତଥା, ରାସ୍ତା ନିର୍ମାଣ ଡ୍ରେନ, ବ୍ୟକ୍ତିଗତ ପାଇଖାନା କିପରି ପାଇ ପାରିବେ ଏବଂ ଆଗାମୀ ଦିନରେ ହେବାକୁ ଥିବା ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା l
ସୂଚନା ଥାଉକି ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତାଙ୍କ ତରଫରୁ ବାରମ୍ବାର ଜିଲ୍ଲା ପ୍ରଶାସନ ଅଧିକାରୀ ଓ ପୈାରପରିଷଦ ଅଧିକାରୀଙ୍କୁ ଲିଖିତ ଏବଂ ମୋୖଖିକ ଆକାରରେ ବସ୍ତିର ବିଭିନ୍ନ ସମସ୍ୟା ବିଷୟରେ ଦାବିପତ୍ର ଦେବା ସତ୍ତ୍ବେ କୈାଣସି କାର୍ଯ୍ୟକାରୀ ହେଉ ନଥିବାରୁ ତ୍ରିଦେବ ନଗର ବସ୍ତିର ଜନସାଧାରଣ ରାଜ୍ୟ ସରକାର ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତା ବୈଠକରେ ପ୍ରକାଶ କରିଥିଲେ । ଏହି ବୈଠକରେ ତ୍ରିଦେବ ନଗର ବସ୍ତିର ତାରାବତୀ ମାଝୀ, ପଦ୍ମଚରଣ ନାୟକ ସଭାପତି ସୁରଥ କହଁର ତ୍ରିଦେବ ନଗର ବସ୍ତିର ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ ଙ୍କ ସମେତ ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l