“ଆଶ୍ବସ୍ତି ହେବେ ନଦୀକୂଳିଆ ବାସିନ୍ଦା” : ୪୯ବର୍ଷ ପରେ ଏଵେ ଭିତରକନିକା ନଦୀ ନାଳକୁ ଵ଼଼ଉଳା କୁମ୍ଭୀର ମନା

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳର ନଦୀ ନାଳ ନିକଟରେ ଵସବାସ କରୁଥିବା ଲୋକମାନଙ୍କୁ ଏଵେ ଆଶ୍ବସ୍ତି ମିଳିଛି। ଦୀର୍ଘ ୪୯ ବର୍ଷ ପରେ ଏଵେ ଭିତରକନିକା ନଦୀ ନାଳରେ ବ଼଼ଉଳା କୁମ୍ଭୀର ନ ଛାଡିବାକୁ ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଗୋପିନାଥ ଯାଦବଙ୍କୁ ପ୍ରଧାନ ମୁଖ୍ୟ ଵନ ସଂରକ୍ଷକ(ବନ୍ୟପ୍ରାଣୀ) ଶ୍ରୀ ଯୁକ୍ତ ସୁଶାନ୍ତ ନନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ଭିତରକନିକା ଡାଙ୍ଗମାଳରେ (ହାଚେରୀ)କୁମ୍ଭୀର ଛୁଆଙ୍କୁ ନଦୀନାଳରେ ଛାଡିବା କାର୍ଯ୍ୟ ଵନ ବିଭାଗ ଦ୍ବାରା ବନ୍ଦ ହେଵାକୁ ଯାଉଛି। ଆମଦେଶରେ ଵ଼଼ଉଳା କୁମ୍ଭୀର ହ୍ରାସ ପାଇ ଆସୁଥିବା ଵେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶରେ କୁମ୍ଭୀର ସଂଖ୍ୟା ଵୃଦ୍ଧି କରିବା ଏବଂ ଗବେଷଣା କରିବାକୁ କୁମ୍ଭୀର ଗବେଷକ ଡ. ଏଚ୍ ଆର୍ ଵଷ୍ଟାର୍ଡଙ୍କୁ ଦାୟିତ୍ବ ଦେଇଥିଲେ। ତାଙ୍କ ତତ୍ବାବଧାନରେ ଭାରତରେ ୧୦ଟି ରାଜ୍ୟରେ ୩୪ଟି କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଓଡିଶାର ଟିକରପଡାରେ ଘଡିଆଳ କୁମ୍ଭୀର, ରାମତିର୍ଥରେ ମଗର କୁମ୍ଭୀର ଓ ରାଜନଗର ଭିତରକନିକା ଜାତୀୟ ଉଦ୍ୟାନ ଡାଙ୍ଗମାଳ ଠାରେ ବ଼଼ଉଳା ପ୍ରଜାତିର କୁମ୍ଭୀର କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ।ଏଥିସହିତ ତା ୧୦.୭.୧୯୭୫ ମସିହାରେ ଭିତରକନିକା ଡାଙ୍ଗମାଳ ଠାରେ ” କୁମ୍ଭୀର ପ୍ରଜନନ ” କେନ୍ଦ୍ରକୁ ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ କାଳିଭଞ୍ଜ ଡିଆ ସଂରକ୍ଷଣ ଜଙ୍ଗଲରୁ ୪୮ଟି ଅଣ୍ଡା ସଂଗ୍ରହ କରାଗଲା ଏବଂ ଡାଙ୍ଗମାଳ ଗଵେଷଣା କେନ୍ଦ୍ରରେ ରଖାଯାଇ, ସେଠାରେ କୁତ୍ରୀମ ଉପାୟରେ ୨୪ଟି ଅଣ୍ଡାରୁ କୁମ୍ଭୀର ଛୁଆ ଜାତ ହୋଇ ବଡହେବା ପରେ ନଦୀ ନାଳରେ ଛଡା ଯାଉଥିଲା। ଏହି କୁତ୍ରୀମ ଉପାୟରେ ଜନ୍ମୀତ କୁମ୍ଭୀର ଛୁଆ ମଧ୍ୟରୁ ବହୁଚର୍ଚ୍ଚିତ ଧଳା କୁମ୍ଭୀର “ଗୋରୀ “ଅନ୍ୟତମ। ଭାରତରେ ହୋଇଥିବା କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ କେବଳ ଓଡିଶାର ଭିତରକନିକାରେ ହିଁ ସଫଳତା ହାସଲ କରିଛି। ଭାରତରେ ବର୍ତ୍ତମାନ ୫ହଜାର କୁମ୍ଭୀର ରହିଥିବା ବେଳେ ଜାତୀୟ ଉଦ୍ୟାନ ଭିତରକନିକାରେ କେଵଳ ୧୮୧୧କୁମ୍ଭୀର ଅଛନ୍ତି। ଏଠାକାର ପ୍ରାକୃତିକ ପରିବେଶ ଓ ଜୈବବିବିଧତା ଜନସାଧାରଣ ଏବଂ ଵନବିଭାଗର ସହଯୋଗିତାରେ ତାହା ସମ୍ଭବ ହୋଇ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରୁଛି। ୧୯୭୬ମସିହାରେ ଭିତରକନିକା ନଦୀନାଳରେ ମାତ୍ର ୯୬ଟି କୁମ୍ଭୀର ଚଳ ପ୍ରଚଳ କରୁଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ କୁମ୍ଭୀର ସଂଖ୍ୟା ବଢାଇବାକୁ କୁତ୍ରୀମ ଉପାୟରେ କୁମ୍ଭୀର ଅଣ୍ଡା ସଂଗ୍ରହ କରାଯାଇ ହାଚେରୀରେ ରଖାଯାଉଥିଲା। ଏହି ଅଣ୍ଡାରୁ କୁମ୍ଭୀର ଛୁଆ ଫୁଟିବା ପରେ ଛୁଆକୁ ୩ବର୍ଷ ପର୍ଯ୍ୟନ୍ତ ଆବଦ୍ଧ ଏକ କୁଣ୍ଡରେ ଲାଳନ ପାଳନ କରାଯାଉଥିଲା। ଏହି କୁମ୍ଭୀର ଛୁଆ ୩ଫୁଟର ହେଲେ ତାକୁ ନଦୀ ନାଳରେ ଛଡାଯାଉଥିଲା।୧୯୯୫ରେ କୁତ୍ରୀମ ଉପାୟରେ ଛଡା ଯାଇଥିବା କୁମ୍ଭୀର ଛୁଆ ପରବର୍ତ୍ତୀ ସମୟରେ ମା ହୋଇ ଅଣ୍ଡାଦେବା ଆରମ୍ଭ କରି କ୍ରମଶଃ କୁମ୍ଭୀର ସଂଖ୍ୟା ଵୃଦ୍ଧି ହେବାରେ ଲାଗିଲା। ରାଜନଗର ବନବିଭାଗର ୨୦୨୪ଗଣନା ଅନୁଯାୟୀ ଭିତରକନିକା ଅଞ୍ଚଳରେ ୧୮୧୧କୁମ୍ଭୀର ରହିଛନ୍ତି। ଏଠାକାର ନଦୀ ନାଳରେ ଆବଶ୍ୟକ ପରିମାଣର କୁମ୍ଭୀର ରହିଥିବା ଵେଳେ , ଦିନକୁ ଦିନ କୁମ୍ଭୀର ସଂଖ୍ୟା ବଢୁଥିବାରୁ ଭିତରକନିକା ଅବବାହିକା ଅଞ୍ଚଳ ଛାଡି ଉପର ମୁଣ୍ଡକୁ ଚାଲିଆସି ନଦୀକୂଳିଆ ଲୋକଙ୍କ ଜୀବନ ନେଉଛନ୍ତି। ସେଥିପାଇଁ ଆମେ ଭିତରକନିକାରେ ରହିଥିବା କୁମ୍ଭୀର ହାଚେରୀ ଵନ୍ଦ କରିବିକୁ ନିଷ୍ପତ୍ତି ନେଇଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀଯୁକ୍ତ ନନ୍ଦ ମତପ୍ରକାଶ କରିଥିଲେ। ତେଣୁ କୁମ୍ଭୀର ଛୁଆଙ୍କୁ ନଦୀନାଳରେ ଛାଡିବା ଆବଶ୍ୟକତା ନାହିଁ। ପର୍ଯ୍ୟଟକଙ୍କ ଦେଖିବା ପାଇଁ ଗୋଟିଏ ଦୁଇଟି ଅଣ୍ଡା ସଂଗ୍ରହ କରାଯାଇ କୁମ୍ଭୀର ଛୁଆ ରହିଥିବାର ଵ୍ୟଵସ୍ଥା କରାଯିବ। ଏହି ପ୍ରକଳ୍ପ ବନ୍ଦ ହେବାର ଆବଶ୍ୟକତା ଥିଲା ବୋଲି କୁମ୍ଭୀର ଗବେଷକ ଡ. ସୁଧାକର କର କହିଛନ୍ତି। କୁତ୍ରୀମ ଉପାୟରେ କୁମ୍ଭୀର ବଂଶ ଵୃଦ୍ଧି ସଫଳ ହୋଇଥିବା ବେଳେ ଭିତରକନିକାରେ କୁମ୍ଭୀରଙ୍କ ରହିବା ସ୍ଥାନ କମ ରହିଛି, ସେଥିପାଇଁ ଅଧିକ ସଂଖ୍ୟାରେ କୁମ୍ଭୀର ନଦୀନାଳରେ ଛାଡିବା ଆବଶ୍ୟକ ନାହିଁ ଵୋଲି ଗବେଷକ ମତପୋଷଣ କରିଛନ୍ତି।

nis-ad
Leave A Reply

Your email address will not be published.