ପରୀକ୍ଷା ଆରମ୍ଭରୁ ସେଣ୍ଟର ଫିକ୍ସିଂ ଉଦ୍ୟମ..!

ମାଲକାନଗିରି : ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷଦାନ ଓ ଛାତ୍ର ଛାତ୍ରୀଙ୍କ ବିକାଶ ପାଇଁ ସ୍କୁଲ ଗୁଡିକୁ 5T ଅଧୀନରେ ଆଣିସ୍କୁଲ ର ପରିବେଶ,ଶିକ୍ଷ ଦାନ କୁ ଉନ୍ନତ ମାନର କରିବାକୁ ଯାଉଥିବା ବେଳେ ଏଥିରେ କିଛି ବ୍ୟତିକ୍ରମ ଦେଖାଯାଉଛି । ମାଲକାନଗିରି ଜିଲ୍ଲାର କିଛି ଆଭ୍ୟନ୍ତରୀଣ ଅଞ୍ଚଳର ସ୍କୁଲ ଗୁଡିକରେ ଶିକ୍ଷା ଦାନରେ ବ୍ୟତିକ୍ରମ ହେଉଥିବା ସୂଚନା ମିଳିଛି । ସ୍କୁଲର ପ୍ରଧାନ ଶିକ୍ଷକ ସ୍କୁଲରେ ଶିକ୍ଷା ଦାନ ନକରି ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିବା, ସ୍କୁଲକାର୍ଯ୍ୟ ବାହାନାରେ ଜିଲ୍ଲା ମୁଖ୍ୟାଳୟରେ ରହିବା ଓ ନିଜ ଗ୍ରାମକୁ ବାରମ୍ବାର ଯିବା ଆସିବା କରୁଥିବା ଦୃଷ୍ଟି ଗୋଚର ହେଉଅଛି। ଶିକ୍ଷା ଦାନରେ ଅବହେଳା କିମ୍ବା ପରୀକ୍ଷାରେ ଖରାପ ରେଜଲ୍ଟ ହେଲେ ପ୍ରଧାନ ଶିକ୍ଷକ ସରକାରଙ୍କ ଠାରେ ଉତ୍ତର ଦାୟୀ ରହୁଥିବାରୁ ବର୍ଷ ସାରା ସ୍କୁଲରେ ଶିକ୍ଷା ଦାନ ନକରି ପରୀକ୍ଷା କେନ୍ଦ୍ର ଫିକ୍ସିଂ ରେ ଲାଗିପଡିଥିବା ଖବର ମିଳୁଛି ।

କାଲି ଠାରୁ ମାଟ୍ରିକ ବୋର୍ଡ଼ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ରୁ ପରୀକ୍ଷା କିପରି ଶାନ୍ତି ଶୃଙ୍ଖଳାରେ ହେବା ସହିତ ପରୀକ୍ଷାରେ କପି ରୋକିବାକୁ ବୋର୍ଡ଼ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି l କାରଣ ହାଇସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ କେତେ ଶିକ୍ଷା ଦାନ କରିଛନ୍ତି ଏବଂ ଛାତ୍ରଛାତ୍ରୀମାନେ କେତେ ପରିମାଣର ଶିକ୍ଷା ଗ୍ରହଣ କରିଛନ୍ତି ତାହା ପରୀକ୍ଷା ଫଳା ଫଳରୁ ଜଣାପଡିବ l
ତେଣୁ ଏହି ସମ୍ବାଦ ପତ୍ର ମାଧ୍ୟମରେ ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଉ ଅଛି କି, ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ବୋର୍ଡ ପରୀକ୍ଷା କିପରି ଭାବରେ ସୁପରିଚାଳନା ହୋଇପାରିବ ସେଥି ନିମନ୍ତେ ସେଥି ନିମନ୍ତେ ଏହି ଜିଲ୍ଲାହେଉଥିବା ସମସ୍ତ ପରୀକ୍ଷା ସେଣ୍ଟର ଏବଂ ବିଶେଷତଃ ଉପାନ୍ତ ଅଞ୍ଚଳ ଯଥା ସାଲିମ, କିଆଙ୍ଗ, କାଳିଆଗୁଡା ଚିତ୍ରକୋଣ୍ଡା, ପଡିଆ, କୁଡୁମୁଲୁଗୁମ୍ମା ଭାରି ଦୁର୍ଗମ ଅଞ୍ଚଳରେ କପି ରୋକିବାକୁ ନିମନ୍ତେ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମସ୍ତ ପରୀକ୍ଷା ସେଣ୍ଟରରେ ସି.ସି କ୍ୟାମେରା ବ୍ୟବସ୍ଥା କରାଗଲେ ନିରପେକ୍ଷ ପରୀକ୍ଷା ପରିଚାଳନାର ପ୍ରମାଣ ମିଳିବା ସହ ରାଜ୍ୟ ସରକାରଙ୍କ ଶିକ୍ଷା ପ୍ରତି ହେଉଥିବା ଅଵଦାନର ମୂଲ୍ୟ ମିଳିପାରିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଚାଲିଛି ।

nis-ad
Leave A Reply

Your email address will not be published.