ଆର,ଉଦୟଗିରି : ଗୋଆରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତର ମଝିକିରିମ୍ବ ଗାଁର ଗଙ୍ଗାଙ୍କ ମଳିକଙ୍କ ମୃତ୍ୟୁ ଘଟିଛି । ଗଙ୍ଗାଙ୍କ ପରିବାରରେ ସ୍ତ୍ରୀ ସହ ଚାରୋଟି ପିଲା ଘରେ ରହୁଥିବା ବେଳେ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇପଡିଥିଲା । ଗାଁର କାମ ନ ମିଳିବାରୁ ଚଳିତ ମାସ ୮ ତାରିଖ ଦାଦନ ଖଟିବାକୁ ସେ ଗୋଆ ଯାଇଥିଲେ । ହେଲେ ଗୋଆ ଯିବା ରାସ୍ତାରେ ହିଁ ତାଙ୍କର ମାନସିକ ବିକୃତ ଆରମ୍ଭ ହୋଇଯାଇଥିଲା । ଫଳରେ ପାଗଳ ଭଳି ହେଉଥିବା ଘର ଲୋକଙ୍କୁ ଖବର ଦେଇଥିଲେ ସାଥିରେ ଯାଇଥିବା କିଛି ଗ୍ରାମବାସୀ । ଗୋଆରେ ପହଞ୍ଚିବା ପରେ ସେଠାରୁ ସେ କେଉଁଆଡେ ନିଖୋଜ ହୋଇଯାଇଲେ । ସାଥିରେ ଯାଇଥିବା ଗ୍ରାମବାସୀ ବହୁ ଖୋଜା ଖୋଜି ପରେ ନ ମିଳିବାରୁ ଥାନାରେ ଏତଳା ଦେଇଥିଲେ । ଏତଲା ଦେବାର ଦୁଇ ଦିନ ପରେ ଏକ ପରିତ୍ୟକ୍ତ କୂଅରୁ ଗଙ୍ଗାଙ୍କ ମୃତଦେହ ପୁଲିସ ଜବତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.