ଆଜି ପ୍ରତ୍ୟେକ କ୍ଷେତ୍ରରେ ୟୁଏଇ ଓ ଭାରତ ମଧ୍ୟରେ ସହଯୋଗିତା ରହିଛି : ମୋଦୀ

ଦୁବାଇ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇ ଆବୁଧାବିରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ୟୁନାଇଟେଡ୍ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ଉପସ୍ଥିତ ରହି ମୋଦୀଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।
ଏହା ପରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦଙ୍କ ସହ ମୋଦୀଙ୍କ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ “ଆଜି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଭାଗିଦାରୀ ରହିଛି। ଆମେ ଆଗକୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛୁ। ସମ୍ପର୍କର ଏକ ନୂଆ ଯୁଗ ଆରମ୍ଭ ହେଉଛି। ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦଙ୍କ ସହ ଗତ ୭ ମାସରେ ୫ ଥର ସାକ୍ଷାତ ହୋଇଛି । ଏହା ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ ସଂପର୍କକୁ ଦର୍ଶାଉଛି । ମୁଁ ଆପଣମାନଙ୍କୁ ସମୟ ବାହାର କରି ‘ଭାଇବ୍ରେଣ୍ଟ ଗୁଜରାଟ’ ଶିଖର ସମ୍ମିଳନୀକୁ ଆସିବାକୁ ନିମନ୍ତ୍ରଣ କରୁଛି । “

ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା । ଫେବ୍ରୁଆରି ୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ। ଏହା ସହିତ ୟୁଏଇରେ ଭାରତ ଦ୍ବାରା ବିକଶିତ ରୁପେ କାର୍ଡକୁ ଉନ୍ମୋଚନ କରିବେ ।

nis-ad
Leave A Reply

Your email address will not be published.