ରାଜ୍ୟସଭା ପାଇଁ ବୁଧବାର ମନୋନୟନ ପତ୍ର ଦାଖଲ କରିବେ ସୋନିଆ ଗାନ୍ଧି 

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏହି ନିର୍ବାଚନ ପାଇଁ ବିଜେପି ସମେତ ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ଏହି ନିର୍ବାଚନର ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି ଯେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି । ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ସୋନିଆ ଗାନ୍ଧି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ କେଉଁ ରାଜ୍ୟରୁ ସେ ମନୋନୟନପତ୍ର ଦାଖଲ କରିବେ ତାହା ସ୍ପଷ୍ଟ ହୋଇପାରିନାହିଁ ।
ସୂଚନା ଅନୁଯାୟୀ ବୁଧବାର ନାମାଙ୍କନ ପତ୍ର ଦାଖଲ ସମୟରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ତେବେ ସୋନିଆ ଗାନ୍ଧି କେଉଁ ରାଜ୍ୟରୁ ନିର୍ବାଚନ ଲଢ଼ିବେ ସେ ନେଇ ଆଜି ରାତି ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସମ୍ଭାବିତ ରାଜ୍ୟ ମଧ୍ୟରେ ରହିଛି ରାଜସ୍ଥାନ ଓ ତେଲେଙ୍ଗାନା । ସେହିପରି ମଧ୍ୟପ୍ରଦେଶରୁ ବି ସେ ମନୋନୟନ ପତ୍ର ଦାଖଲ କରନ୍ତୁ ବୋଲି ସେଠାକାର ବିଧାୟକମାନେ ଆମନ୍ତ୍ରଣ କରିଛନ୍ତି । ତେବେ ଆଜି ରାତି ସୁଦ୍ଧା ତାହା ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।

nis-ad
Leave A Reply

Your email address will not be published.