ରାସ୍ତା ସମସ୍ୟା, ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା…

ପ୍ରସବା ମା, ନବଜାତ ଶିଶୁ ପୁତ୍ରକୁ 6 କିମି ଷ୍ଟ୍ରେଚର ରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ…

ଆର,ଉଦୟଗିରି :- ପୁଣି ଜନନୀ ଯନ୍ତ୍ରଣା l ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ l ସେପଟେ ପ୍ରସବ ଯନ୍ତ୍ରଣlରେ ଛଟପଟ ହେଉଥିଲେ ମହିଳା l ଶେଷରେ ଘରେ ପ୍ରସବ କଲେ ମହିଳା ଜଣକ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଡlବରlଗୁଡା ପଞ୍ଚାୟତ ମଣ୍ଡମା ଗାଁରେ l ସୂଚନା ଅନୁସାରେ ଗାଁର ସlରଜlନୀ ପାଟମାଝିଙ୍କ ପ୍ରସବ ଯନ୍ତ୍ରଣା ହୋଇଥିବା l ଫଳରେ ପରିବାର ଲୋକେ ଆର.ଉଦୟଗିରି 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ଆମ୍ବୁଲାନ୍ସ କର୍ମଚାରୀ ତୁରନ୍ତ ବାହାରିଥିଲେ ମlଣ୍ଡମା ଗାଁକୁ l ହେଲେ ରାସ୍ତା ନଥିବା ଯୋଗୁଁ ଗାଁ ଠାରୁ 6 କିଲୋମିଟର ଦୂରରେ ଥିବା ଟୁଙ୍ଗୁରୁ ଗାଁରେ ରହିଯାଇଥିଲା ଆମ୍ବୁଲାନ୍ସ l ବାଧ୍ୟ ହୋଇ ଆମ୍ବୁଲାନ୍ସ ଫାର୍ମାସିଷ୍ଟ , ଡ୍ରାଇଭର ଓ ସହଯୋଗୀ ଚାଲି ଚାଲି ଗଲେ ମlଣ୍ଡମା ଗାଁକୁ l ହେଲେ ଆମ୍ବୁଲାନ୍ସ କର୍ମଚାରୀ ଗାଁରେ ପହଂଚିବା ବେଳେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ସାରିଥିଲେ l ଉଭୟ ମା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତୁରନ୍ତ ଆମ୍ବୁଲାନ୍ସ କର୍ମଚାରୀ ଉଭୟ ମା ଓ ଶିଶୁକୁ ଷ୍ଟ୍ରେଚର ରେ 6 କିମି ବୋହି ଆଣିଥିଲେ l ଏହାପରେ ଆମ୍ବୁଲାନ୍ସ ରେ ଆଣି ଆର.ଉଦୟଗିରି ମେଡିକାଲ ରେ ଭର୍ତ୍ତି କରିଛନ୍ତି l ବର୍ତମାନ ମା ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡିଛି l

nis-ad
Leave A Reply

Your email address will not be published.