ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ …

ଫୁଲବାଣୀ: ଆଜି ସକାଳ ସମୟରେ ଫୁଲବାଣୀ ଏନ ଏଚ୧୫୭ ସ୍ଥିତ ଗୋପାଳ ସାହି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇ ଜଣଙ୍କର ଘଟଣା ସ୍ତଳରେ ମୃତ୍ୟୁ ଘଟିଛି । ଏକ ହାଇବା ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଘଟଣା ସ୍ତଳରେ ମୃତ୍ୟୁ ହୋଇଛି । ମୃତକ ବ୍ୟକ୍ତି ଜଣକ ହେଲେ ଶେଷଦେବ ନାୟକ ବୋଲି ଜଣାପଡିଛି । ସେ ନିର୍ମାଣଧୀନ ଫୁଲବାଣୀ ମେଡିକାଲ କଲେଜରେ ଲିପ୍ଟ ଡ୍ରାଇଭର ଭାବେ କାମ କରୁଥିବା ଜଣା ପଡ଼ିଛି । ପ୍ରତେକ ଦିନ ଭଳି ମୃତ ବ୍ୟକ୍ତି ଶେଷଦେବ l ବାଇକରେ ନିଜ କାମକୁ ଗଲାବେଳେ ପଛପଟୁ ଆସୁଥିବା ଟ୍ରକଟି ଧକ୍କା ଦେଇଥିଲା ଯାହାଫଳରେ ଶେଷ ଦେବ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ l ଏହି ଘଟଣା ପରେ ଅଗ୍ନି ସମ ବିଭାଗ ଓ ଟିମ ହ୍ୟୁମାନିଟି ଘଟଣା ସ୍ଥଳରେ ପହଞ୍ଚି ମୃତକକୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ଫୁଲବାଣୀ ଟାଉନ ଥାନା ଅଧିକାରୀ ବିରେଶନ ଶବର ପଞ୍ଚନାମା କରିବା ସହ ଘଟଣା ସ୍ଥଳରେ ପହଂଚି ହାଇବାକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

nis-ad
Leave A Reply

Your email address will not be published.