୫ଟି କାମର ଠିକାଦାର ସାଜିଛନ୍ତି ରା.ଉଦୟଗିରି ଗୋଷ୍ଠୀଉନ୍ନୟନ ଅଧିକାରୀ

ଆର,ଉଦୟଗିରି : ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକକୁ ୧୭ଟି ପଞ୍ଚାୟତ ନେଇ ଗଠିତ । ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକ ସ୍ଥାନୀୟ ଲୋକଙ୍କ ସହମତି ଓ ସହଯୋଗରେ କରିବାର ବ୍ୟବସ୍ଥା ଥିବାବେଳେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକରେ ଏହାର ବ୍ୟକ୍ତିକ୍ରର୍ମ ଦେଖିବାକୁ ମିଳୁଛି । ଏପରକି ସ୍ଥାନୀୟ ବିଡିଓ ରାଜ୍ୟ ସରକାରଙ୍କ ୫ଟି କାମ ଗୁଡିକୁ ନିଜର କିଛି ବ୍ୟକ୍ତି ଆଣି କାମ କରୁଥିବା ଅଭିଯୋଗ ହେଉଛି । ଏହି ବିଷୟ ଜିଲ୍ଲାପ୍ରଶାସନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବିଡିଓଙ୍କ ଉପରେ କୌଣସି ପ୍ରଭାବ ପଡୁନି କି ଜିଲ୍ଲାପ୍ରଶାସନ ଅଧିକାରୀ ମାନେ ଜାଣିମଧ୍ୟ ଦୁର୍ନିତୀଗ୍ରସ୍ତ ବିଡିଓ ଉପରେ କୌଣସି କାର୍ଯ୍ୟନୁଷ୍ଠା ଗ୍ରହଣ କରୁନାହାନ୍ତି । ସେହିପରି ପୁରୁଣାପାଣି ପଞ୍ଚାୟତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଞ୍ଚଳର ଲୋକମାନଙ୍କ ଦ୍ବାରା କାମ କରିବା ବଦଳରେ ତାଙ୍କର କିଛି ଖାସ ସଂପକ୍ରିୟ ଲୋକଙ୍କ ଦ୍ବାରା କାମ ନେଇ ସମସ୍ତ କାମଗୁଡିକୁ ନିଜେ କରୁଥିବା ଅଭିଯୋଗ ଅଞ୍ଚଳବାସି ଦ୍ୱାରା ଅଭିଯୋଗ ହୋଇଆସୁଅଛି । ଏହି ବ୍ଳକର ହେଉଥିବା ୫-ଟି କାମଗୁଡିକ ଅତିନିମ୍ନମାର କାମ କିଛି ବିଦ୍ୟାଳୟ ଅଧାକାମ କରି ସମ୍ପୂର୍ଣ ବିଲ କରାଯାଉଛି ତ କିଛି ବିଦ୍ୟାଳୟ ନିର୍ମାଣ ହୋଇଥିବା କବାଟ କାମ ଦେଉନି । ନିମ୍ନ ମାବନର ଓ ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ ବିଲ ପୈଠ ବ୍ଳକ ପ୍ରଶାସନ ଅଧିକାରୀ ଓ କିଛି ହାତଗଣତି ବିଯୁଜନତା ଦଳର କର୍ମୀ ଙ୍କ ଦ୍ୱାରା କରାଯାଉଥିବା ଯୋଗୁ ୫-ଟି କାମ ଗୁଡିକର ଏହି ଭଳି ଅବସ୍ଥା ହେଉଛି ବଳି ସାଧାରଣରେ ଚର୍ଚା ହେଉଛି । ୫- ଟି କାମଗୁଡିକ ଜିଲ୍ଲା ପ୍ରଶାସନ ଅଧିକାରୀମାନେ କାମ ହେବା ତଦନ୍ତ କରିବାକୁ ଆସନ୍ତି କିନ୍ତୁ ସବୁ ଦେଖି କାର୍ଯ୍ୟାନୁଷ୍ଠାନ ସୁନ ତେଣୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ରୁ ଆସୁଥିବା ତଦନ୍ତ କାରି ଅଧିକାରୀ ରାଧେ ରାଧେ ରେ ଚାଲୁଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ । ଏଥିସହିତ ଆର, ଉଦୟଗିରି ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ରେ ୧୨ଟି କାମ ଆସିଛି । ସେହି ସମସ୍ତ କାମକୁ ବିଜେଡି କର୍ମୀ ଓ ନେତା କାମ କରିବେ ବୋଲି ଅଡିବସିଛନ୍ତି ବିଜେଡି ବ୍ଳକ ସଭାପତି । ନଚେତ କାମ ଫେରାଇ ଦିଆଜିବ ବଲି ଧମକ ଦେଉଛନ୍ତି । ଚାଞ୍ଚଡାସାହି, ଦିଗବାରଣସାହି ଓ ପାତ୍ରସାହିକୁ ଆମ ଓଡିଶା ଓ ନବୀନ ଓଡିଶାରେ ସାହି କୋଠଘର ନିର୍ମାଣ ଆସିଛି । ଏହି କାମ ଗୁଡିକୁ ମଧ୍ୟ ବିଜେଡି କର୍ମୀହିଁ କାମ କରିବାକୁ ଅଡିବସିଛନ୍ତି ବିଜେଡି ବ୍ଲକ ସଭାପତି ମାତ୍ର ପାତ୍ରସାହିର କାମକୁ ସାହିର ମନ୍ଦିର କମିଟି ଲୋକ କାମ କରିବାକୁ ଅଡିବସିଛନ୍ତି ଯାହାଫଳରେ ଆଜିସୁଧା ସେହି ସାହିର କାମ ଆରମ୍ଭ ହୋଇପାରୁନି ଅନ୍ୟ ସାହିଗୁଡିକ ଆସିଥିବା କାମ ଗୁଡିକ ତାଙ୍କ କର୍ମୀମାନେ କରୁଥିବାରୁ କାମ ଆରମ୍ଭ ହୋଇଗଲାଣି ।

ଏହି ୩ଟି ସାହିର ଗୋଠଘର ତାଙ୍କ କର୍ମୀଙ୍କୁ କାମ କରିବାକୁ ଅନୁମତି ସାହିଲୋକ ନଦେବାରୁ ଆସିଥିବା ଟଙ୍କା ଫେରାଇ ଦେବାକୁ ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହେଉଛି । ଏହି କାମ ନିର୍ମାଣ ନେଇ ସାହିରେ ତାପଉତେଜନା ଲାଗିରହିଛି । ସେହିପରି ବ୍ରହ୍ମପୁର ସାଂସଦ ହାତପାଣ୍ଠିରୁ ୫ ଲକ୍ଷ ଟଙ୍କା ଜଗନ୍ନାଥ ମନ୍ଦିର ରୋଶେଇ ଘର ନିର୍ମାଣ ଅନୁଦାନ ଆସିଛି ଓ ସେହି କାମ ଜଗନ୍ନାଥ ମନ୍ଦିର କମାଟି ସଦସ୍ୟ ନାମରେ କାମ ଆଦେର୍ଶ ପାଇଥିଲେ । ସେହି କାମକୁ କମିଟି କରିପାରିବ ନାହିଁ ଆମ କର୍ମୀହିଁ କରିବ ବଲି ସଭାପତି ଅଡିବସି କମିଟି ସଦସ୍ୟ କାମ ପାଇଥିବା ଆଦେର୍ଶକୁ ବ୍ଳକରେ ବସି ରଦ୍ଦ୍ବୁକରି ବିଜେଡିର ୨ ଜଣ କର୍ମୀଙ୍କୁ କାମ କରିବା ଆଦେଶ ଦିଆଗଲା ମାତ୍ର ସେମାନେ ଆଜିସୁଧା କାମ ଆରମ୍ଭ ହୋଇପାରିନାହିଁ । ଲୋକଙ୍କ ଟାକ୍ସ ପଇସା ଯଦି ଲୋକ ମାନଙ୍କ କାମକରିବାର ସହମତି କିମ୍ବା ଅଧିକାର ରହିବ ନାହିଁ ତେବେ ଭାରତ ଗଣତନ୍ତ୍ର ଲୋକଙ୍କ ଅଧିକାର ରହିଲା କେଉଁଠି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚାର ବିଷୟ ପାଲଟିଛି । ଯଦି ଏହି ଭଳି କାର୍ଯ୍ୟକ୍ରମ ଅଞ୍ଚଳରେ ବିଜେଡି କର୍ମୀ ଓ ନେତା ଙ୍କ ଚାଲୁରହିବ ତେବେ ଅଂଚଳ ଲୋକେ ଏହାର ଜବାବ ବିଜେଡିକୁ ୨୦୨୪ ନିର୍ବାଚନରେ ସଠିକ ଦେବାର ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.