ଉମେରକୋଟ ( ସପ୍ର ) ଦୀର୍ଘ ୨୨/୨୩ବର୍ଷଧରି ବିନା ପଦୋନ୍ନତିରେ ନିଶାର୍ଥପର ତିନିଗୁଣ କାର୍ଯ୍ୟଭାର ବହନ କରି ନିଜର ସେବା ଜାରି ରଖିଛନ୍ତି ଉମରକୋଟ ସବଡ଼ିଭିସନର ପ୍ରାଣୀ ଚିକିତ୍ସକ ମାନେ। ଓଡିଶାର ପ୍ରାଣୀ ଚିକିତ୍ସକ ମାନେ ଦୀର୍ଘଦିନ ଧରି ସରକାରଙ୍କ ନିକଟରେ ୪ଗୋଟି ଦାବୀ ଉପସ୍ଥାପନା କରି ଆସୁଥିଲେ ମଧ୍ୟ ସରକାର କୌଣସି ପ୍ରକାରର ଭୁକ୍ଷେପ ବା ପଦକ୍ଷେପ ନେଉନଥିବାରୁ ବିଗତ ୧୮ତାରିଖ ଠାରୁ ଓଡ଼ିଶା ପ୍ରଦେଶ ପ୍ରାଣୀ ଚିକିତ୍ସା ସେବା ସଙ୍ଘର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲାର ପ୍ରାଣୀ ଚିକିତ୍ସା ସଙ୍ଘର ସମସ୍ତ ସଦସ୍ୟ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୨୪ଦିନ ବିତିଯାଇଥିଲେ ମଧ୍ୟ ସରକାର ଏଯାଏ କୌଣସି ପଦକ୍ଷେପ ନେଇନଥିବା ଜଣା ପଡ଼ିଛି। ପ୍ରାଣୀ ଚିକିତ୍ସା କାର୍ଯ୍ୟ ବନ୍ଦ ଆନ୍ଦୋଳନର ପ୍ରଭାବ ଝରୀଗାଁ ବ୍ଲକରେ ଦେଖିବାକୁ ମିଳିଛି। ଝରୀଗାଁ ବ୍ଲକରେ ସର୍ବମୋଟ ୨୩ ଗୋଟି ପଂଚାୟତ ପାଇଁ ଦୁଇଗୋଟି (ଧୋଡ୍ରା ଓ ଝରୀଗାଁ )ପ୍ରାଣୀ ଚିକିତ୍ସା କେନ୍ଦ୍ର ରହିଥିବା ବେଲେ, ଝରୀଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ କେବଳ ଗୋଟିଏ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଜନା ଗାଡ଼ି ରହିଛି। ପ୍ରାଣୀ ଚିକିତ୍ସକ ମାନେ ସମୂହ କାର୍ଯ୍ୟ ବନ୍ଦ ଛୁଟିରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଗାଡ଼ିଟି ବି ଠପ ହୋଇଯାଇଛି। ଅଞ୍ଚଳର ପଶୁପାଳକ ମାନେ ତାଙ୍କର ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ନିମନ୍ତେ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆସି କେନ୍ଦ୍ର ମୁହଁରେ ତାଲା ଝୁଲୁଥିବାର ଦେଖି ନିରାଶ ହୋଇ ଫେରିଯାଉଥିବା ଦୃଷ୍ଟିଗୋଚର। ପ୍ରାଣୀ ଚିକିତ୍ସକ ମାନଙ୍କ ଉପସ୍ଥାପିତ ଦାବୀ ଗୁଡିକ ମଧ୍ୟରେ ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ଘଣ୍ଟିଆ ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା,ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା ଓ ନିଶୁକ୍ଳ ସେବା ସୁବିଧା,ଓଡିଶାର ପ୍ରାଣୀ ଚିକିତ୍ସକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସିକ ମାନଙ୍କ ସହ ସମାନ ପଦୋନ୍ନତି (ଡି ଏ ସି ପି )ସୁବିଧା। ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ହାରରେ ଏନ ପି ଏ ସୁଭିଧା। ରାଜ୍ୟରେ ପ୍ରାଣୀଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି କରିବା ସହ ଡାକ୍ତର ନିଯୁକ୍ତି ଓ କ୍ୟାଡର ପୁନର୍ଗଠନ ସୁବିଧା। ଉପରୋକ୍ତ ଚାରିଗୋଟି ପ୍ରମୁଖ ଦାବୀ ସରକାରଙ୍କ ସମ୍ମୁଖରେ ବାରମ୍ବାର ଉପସ୍ଥାପନା କରୁଥିବା ସ୍ୱତେ ଆଜି ଯାଏ ସରକାର କୌଣସି ପଦକ୍ଷେପ ବା କର୍ଣ୍ଣପାତ କରୁନଥିବାରୁ ଧାରଣାରେ ବସିଥିବା ସଙ୍ଘର କର୍ମକର୍ତାମାନେ କହିଛନ୍ତି।ଯେତେଦିନ ଯାଏ ସରକାର ଉପରୋକ୍ତ ଦାବୀଗୁଡଡ଼ିକ ପୂରଣ କରୁନାହାନ୍ତି ସେତେଦିନ ଯାଏ ଶାନ୍ତି ପୂର୍ଣ୍ଣ ଧାରଣା ଜାରିରହିବ ବୋଲି ପ୍ରାଣୀ ଚିକିତ୍ସକ ମାନେ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପଟେ ଝରୀଗାଁ ବ୍ଲକ ସଦର ମହକୁମାରେ ୨୪ଦିନ ହେଲା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ତାଲା ଝୁଲୁଥିବାରୁ ଝରୀଗାଁ ଅଂଚଳର ପଶୁପାଳକ ମାନେ ତାଙ୍କର ଗୃହପାଳିତ ପଶୁପକ୍ଷୀଙ୍କ ନେଇ ଚିନ୍ତାରେ ଦିନ ଗଣୁଛି। ସରକାର ପ୍ରାଣୀ ଚିକିତ୍ସକ ସଙ୍ଘର ଦାବୀଗୁଡିକ ଯଥାଶୀଘ୍ର ପୂରଣ କଲେ ପଶୁପାଳକମାନେ ଉପକୃତ ହୁଅନ୍ତେ ବୋଲି ଉମରକୋଟ ସବଡ଼ିଭିସନର ଜ୍ଞାନୀ ଗୁଣି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
Sign in
Sign in
Recover your password.
A password will be e-mailed to you.
Prev Post