ସ୍କୁଟିକୁ ଧକ୍କା ଦେଲା ପିକଅପ ଭ୍ୟାନ, ଜଣେ ଆହାତ, ଆଉ ଜଣେ ଗୁରତର

ଛତ୍ରପୁର : ଚମାଖଣ୍ଡି ଥାନା ଅର୍ନ୍ତଗତ ପୁଟବଗଡ ଛକ ରାଜପଥ ରେ ଏକ ସ୍କୁଟି କୁ ଧକ୍କା ଦେଲା ପିକଅପ ଭ୍ୟାନ । ଯାହାଫଳ ରେ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଆହତ ହୋଇଛନ୍ତି, ସ୍ୱାମୀଙ୍କ ଅବସ୍ଥା ଗୁରତର ଥିବା ଯୋଗୁଁ ତାଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ପଠାଯାଇଥିବା ଜଣାପଡିଛି, ସୂଚନା ଅନୁସାରେ ବ୍ରହ୍ମପୁର ରୁ ଏକ ସ୍କୁଟିରେ ସ୍ୱାମୀ ଓ ସ୍ତ୍ରୀ ଭାଟକୁମରଡ଼ା ଗ୍ରାମ କୁ ଯିବାବେଳେ ପଛପଟୁ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ସ୍କୁଟିକୁ ପଛରୁ ଧକା ଦେଇଥିଲା । ସ୍କୁଟି ରେ ବସିଥିବା ସ୍ୱାମୀ ସୁଶୀଲ ଓ ସ୍ତ୍ରୀ ସୁଶୀଳା ସାହୁ ଆହାତ ଅବସ୍ଥାରେ ଉଦ୍ଧାର କରି ମେଡିକାଲ କୁ ପଠାଯାଇଥିଲା । ଘଟଣା ସ୍ଥଳରେ ଚମାଖଣ୍ଡି ପୋଲିସ ପହଞ୍ଚି ପିକଅପ ଭ୍ୟାନ ର ଡ୍ରାଇଭର କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।

nis-ad
Leave A Reply

Your email address will not be published.