ଧୁମଧାମରେ ପାଳନ ହେଲା ଷ୍ଟେଟ ୟୁନିଅନ ଅଫ ଜର୍ଣାଲିଷ୍ଟ (ଏସ୍‌ୟୁଜେ )ର ବାର୍ଷିକ ଉତ୍ସବ

ଭୁବନେଶ୍ୱର (୯/୨) : ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ଓଡ଼ିଶା ର ବାର୍ଷିକ ଉତ୍ସବ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା , ମୁଖ୍ୟବକ୍ତା ଭାବେ
ଭୁବନେଶ୍ବର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ସାମ୍ବାଦିକମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାମ କରିଆସୁଛନ୍ତି | ପକ୍ଷପାତ ନକରି ସମାଜର ହିତକୁ ଦୃଷ୍ଟିରେ ରଖି ନୀତି ନୈତିକତା ବଜାୟ ରଖି ସାମ୍ବାଦିକତା କରି ବୃତିକୁ ଗୌରବାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ । ସାମ୍ବାଦିକଙ୍କ ସୁରକ୍ଷା ସକାଶେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁବନେଶ୍ବରକୁ ଆସୁଥିବା ରାଜ୍ୟର ସାମ୍ବାଦିକ ମାନଙ୍କ ରହଣି ସକାଶେ ସାମ୍ବାଦିକ ଅତିଥି ଭବନ ନିର୍ମାଣ କରିବା ଦାବିର ଯଥାର୍ଥତା ରହିଥିବା ସହ ଦାବି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମନ୍ତ୍ରୀ ଓ ଅତିଥିମାନେ ପ୍ରତିଶୃତି ଦେଇଚନ୍ତି ।

ସାମ୍ବାଦିକ ସୁରକ୍ଷା ଆଇନକୁ କାର୍ଯ୍ୟକାରି କରିବା ସହ, ସାମ୍ବାଦିକଙ୍କ ସାମାଜିକ ନିରାପତ୍ତା, ଭବିଷ୍ୟତ ନିଧି ଓ କର୍ମଚାରୀ ବୀମା ଯୋଜନା ସରକାରଙ୍କ ଶ୍ରମବିଭାଗରେ ସିଡୁଲ ଅଫ ଏମ୍ପୋଲୟମେଣ୍ଟରେ ନାମକୁ ସଂଶ୍ଲିଷ୍ଟ କରି ନୋଟିଫିକେସନ ଜାରି କରାଯିବା ,୬୦ ବର୍ଷ ପୂରଣ କରିଥିବା ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା କରାଇବା ଆଦି ଦାବି ଗୁଡିକ ପୂରଣ କରିବା ସକାଶେ ଏସୟୁଜେ ସଂଘ ପକ୍ଷରୁ ରାଜ୍ୟ ସଭାପତି କୈଳାଶ ନାୟକ ଦାବି ରଖିଥିଲେ ।ସାମ୍ବାଦିକଙ୍କ ସୁରକ୍ଷା ସକାଶେ ସଂଘ ବଦ୍ଧ ପରିକର ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତି ରଂଜନ ଘଡାଇ, ବିଧାୟକ ତାରା ପ୍ରସାଦ ବାହିନୀ ପତି , ବିଧାୟକ ଅନନ୍ତ ନାରାୟଣ ଜେନା , ଏନୟୁଜେଆଇ ସଭାପତି ଅଶୋକ ମଲିକ ,ଏନୟୁଜେଆଇ ମହାସଚିବ ସୁରେଶ ଶର୍ମା, ଓଡ଼ିଆ ଫିଲ୍ମ ଅଭିନେତା ଆକାଶ ଦାସ ନାୟକ ସମ୍ପାଦକ ବବୁଲ ସିଂ ପ୍ରମୁଖ ଯୋଗଦେଇ ରାଜ୍ୟ ସଂଘଠର ଉଦ୍ୟମକୁ ପ୍ରଂଶ ସା ଜରିଥିଲେ ,ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସଭା ପରିଚାଳନା କରିଥିଲେ ରାଜ୍ୟ ଉପସଭାପତି କୀର୍ତିଚନ୍ଦ୍ର ସାହୁ | ଧନ୍ୟବାଦ ଅର୍ପଣ କରିଥିଲେ ରାଜ୍ୟ ଉପ ସଭାପତି ବାସୁଦେବ ତ୍ରିପାଠୀ | ସଂଘର ସ୍ମରଣିକା ସଙ୍କଳ୍ପ ଉନ୍ମୋଚନ କରାଯାଇଥିଲା । ସଭା ପରିଚାଳନାରେ ସହଯୋଗ କରିଥିଲେ ଏନୟିଜେଆଇ ସଦସ୍ୟ ପ୍ରୟାଗ ରାଜ କର, ଚିନ୍ତାମଣି ପାଢି, ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି, ଦୁଷ୍ମନ୍ତ ପଣ୍ଡା , ସମ୍ପାଦକ ହେମାଙ୍ଗ ରାଉଳ, ସଂଗଠନ ସମ୍ପାଦକ ସନ୍ତୋଷ ସ୍ବାଇଁ, ରାଧେଶ୍ୟାମ ପ୍ରଧାନ , ଅନୁଗୁଳ ଜିଲ୍ଲା ସମ୍ପାଦକ ମନରଂଜନ ପାଣି ସମେତ ନେତୃବୃନ୍ଦ ସହଯୋଗକରିଥିଲେ । ସଂଘର ସମସ୍ତ ସଦସ୍ୟଙ୍କୁ ସ୍ମାରକି ପ୍ରଦାନ କରାଯାଇଥିଲା ରାଜ୍ୟର ସମସ୍ତ ଜିଲ୍ଲାରୁ ୬୦୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.