ଇମ୍ରାନ, ନଓ୍ବାଜ୍ ଲଢେଇରେ ଫାଇଦା ମାରିପାରନ୍ତି ବିଲାଓ୍ବଲ

WhatsApp-Image-2024-02-09-at-18.12.50-750x430

ଇସ୍ଲାମାବାଦ : ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳିବାର ସମ୍ଭାବନା ଦେଖାଯାଉଛି । ଫଳରେ ଦେଶରେ ଏକ ମିଳିତ ସରକାର ଗଠନ ହେବାର ସମ୍ଭାବନା ରହିଛି ।

ନିର୍ବାଚନ ଫଳାଫଳରେ ଇମ୍ରାନ ଖାଁଙ୍କ ଦଳ ପିଟିଆଇ ସମର୍ଥିତ ପ୍ରାର୍ଥୀ ଆଗରେ ଅଛନ୍ତି, କିନ୍ତୁ ଏହି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳୁନାହିଁ। ପୁଣି ପିଟିଆଇ ସମର୍ଥନରେ ଆଗୁଆ ଥିବା ପ୍ରାର୍ଥୀମାନେ ସ୍ବାଧୀନଭାବେ ଲଢୁଛନ୍ତି । ଏଣୁ ସେମାନଙ୍କ ପକ୍ଷରେ ସରକାର ଗଠନ କରିବା ସମ୍ଭବ ହବ ନାହିଁ । ସେପଟେ ନୱାଜ ସରିଫ ଓ ବିଲାୱଲ ଭୁଟ୍ଟୋଙ୍କ ଦଳ ଏକାଠି ସରକାର ଗଢ଼ିବା ନେଇ କଳ୍ପନାଜଳ୍ପନା ପୁଣି ଜୋର ଧରିଛି । ନଓ୍ବାଜ ସରିଫ ନିର୍ବାଚନ ଜିତିଥିଲେ ବି ବିଲାଓ୍ବଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । କୁହାଯାଉଛି ଯେ ବିଲାଓ୍ବଲଙ୍କୁ ପାକିସ୍ତାନର ସେନା ବି ସମର୍ଥନ କରିପାରେ ।

ଏହି ନିର୍ବାଚନରେ ପାକିସ୍ତାନର ନିର୍ବାଚନ ଆୟୋଗ ପିଟିଆଇକୁ ନିର୍ବାଚନ ଲଢିବାକୁ ଅନୁମତି ଦେଇନଥିଲେ ଓ ତାହାର ଚିହ୍ନ ‘ବ୍ୟାଟ’କୁ ବି ପ୍ରତ୍ୟାହାର କରିନିଆାଇଥିଲା । ପୁଣି ଇମ୍ରାନଙ୍କୁ ବି ଜେଲରେ ଭର୍ତ୍ତି କରାଯାଇଛି । ଏଥିପାଇଁ ଲୋକମାନଙ୍କ ସମବେଦନା ଇମ୍ରାନଙ୍କ ପ୍ରତି ରହିଥିଲା ।

ପାକିସ୍ତାନରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ ୧୩୩ ଟି ଆସନ ର ଆବଶ୍ୟକତା ରହିଛି । ଇମ୍ରାନ୍ ସମର୍ଥକ ପ୍ରାର୍ଥୀସଂଖ୍ୟା ଗରିଷ୍ଠତା ଅତିକ୍ରମ କରିଛନ୍ତି। ସୂଚନା ଅନୁଯାୟୀ ନୱାଜ ସରିଫଙ୍କ ଦଳ ୪୭ ଟି ଆସନ ପାଉଥିବା ବେଳେ ବିଲାୱାଲଙ୍କ ଦଳ ପିପିପି କୁ ୪୭ ଟି ଆସନ ମିଳୁଛି । ସ୍ୱାଧୀନ ପ୍ରାର୍ଥୀମାନେ ୧୫୪ଟି ଆସନରେ ବିଜୟୀ ହୋଇଥିବା ଦେଖିବାକୁ ମିଳିଛି। ଏହି ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ପିଟିଆଇ ସମର୍ଥକ। ବିଶ୍ଳେଷକଙ୍କ ମତରେ ଏଥର ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ପାକିସ୍ତାନରେ ସରକାର ଗଠନ ହୋଇପାରେ।

nis-ad
Leave A Reply

Your email address will not be published.