ନୂଆପାରାଠାରେ ଇଟା ବୋଝେଇ ଟ୍ରାକ୍ଟର ଓଲଟି ୪ମହିଳା ଗୁରୁତର


ଉମରକୋଟ : ରାଇଘର ବ୍ଲକ କୁରବେଢ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଭାଟି ଗ୍ରାମର ନୁଆପାରାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ସୋନପୁର ଡିଏନକେ ଗ୍ରାମର ଦେବାନନ୍ଦ ମଣ୍ଡଳ ପିତା ଅମୁଲ୍ୟ ମଣ୍ଡଳଙ୍କ ଟ୍ରାକ୍ଟର ଯାହାର ନମ୍ୱର୍ ଓଡ଼ି ୨୪ଡି ୯୦୧୧ ନିଜ ଘର କାମ ଯୋଗୁଁ ଇଟା ଆଣିବା ପାଇଁ ଡ୍ରାଇବର୍ ସହ ୪ଜଣ ମହିଳା ଲେବରଙ୍କୁ ରେଙ୍ଗାଭାଟି ଗ୍ରାମର ଇଟାଭାଟିକୁ ପଠେଇଥିଲେ। ସନ୍ଧ୍ୟା ୫ ଘଣ୍ଟା ସମୟରେ ଟ୍ରାକ୍ଟରରେ ଇଟା ଲୋଡ୍ କରି ଅନ୍ଧାର ହେବାରୁ ତରବରିଆ ଭାବରେ ଫେରିବା ସମୟରେ ଟ୍ରାକ୍ଟରଟି ଭାରସମ୍ଭ ହରାଇ ଏକ ହିଡ ଉପରେ ଚଡ଼ି ଓଲଟି ପଡ଼ିଥିଲା ଯାହା ଫଳରେ ଟ୍ରାକ୍ଟର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୪ଜଣ ମହିଳାଙ୍କ ଉପରେ ଇଟା ଚାପୀ ହୋଇଥିବା ଦେଖିବାକୁ ମିଳିଥିଲା, ଏହା ଦେଖି ଡ୍ରାଇବର ଜଣକ କାଳବିଳମ୍ବ ନ କରି ନିକଟସ୍ତ ରେଙ୍ଗାଭାଟି ଗ୍ରାମର ନୁଆପାରା ଯାଇ କିଛି ଲୋକଙ୍କୁ ଖବର ଦେବା ସହ ନିଜ ମାଲିକଙ୍କୁ ଫୋନ୍ କରି ଘଟଣା ସ୍ଥଳକୁ ଡାକିଥିଲେ। ଗୁରୁବାର ସନ୍ଧ୍ୟା ଆନୁମାନିକ ୬ ଘଟିକା ସମୟରେ ଟ୍ରାକ୍ଟର ମାଲିକ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୪ଜଣ ଗୁରୁତର ମହିଳାଙ୍କୁ ଉଦ୍ଧାରକରି ରାଇଘର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଜ କାର ଯୋଗେ ଆଣିଥିଲେ । ଖବର ଲେଖିବା ଯାଏ ଗୁରୁତର ଚାରିଜନ ରାଇଘର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।ଗୁରୁତର ଚାରିଜଣ ମହିଳା ରେଙ୍ଗାଭାଟି ଗ୍ରାମର ବୋଲି ଜଣା ପଡ଼ିଛି।

nis-ad
Leave A Reply

Your email address will not be published.