ସରକାରୀ ପ୍ରାଥମିକ ବିଦ୍ୟାଳୟର୧୨ତମ ବାର୍ଷିକ ଉତ୍ସବ ପାଳିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ତୋଟା ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ୧୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗିତା ମହାରଣା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଲାଭ କରି ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଲାଭକରିବା ପାଇଁ ପରାମର୍ଶ ଦେବାସହ ଆମସମୟରେ ଏପରିକିଛି ଵି ସୁଵିଧା ନଥିଲା ଏ ସବୁର ଭରପୁର ଫାଇଦା ନେଇ ଶିକ୍ଷା କ୍ଷେତ୍ରରେ ଵାପା ମାଁ ଙ୍କ ନାଁ ରଖିବାକୁ କହିଥିଲେ,।ସମ୍ମାନୀୟ ଅତିଥି ଭାବେ ପ୍ରେସ କ୍ଲବ ହିଞ୍ଜିଳିକାଟୁ ସଭାପତି ଦ୍ଵିତୀକୃଷ୍ଟ ପଣ୍ଡା ଯୋଗ ଦେଇ ଗୁଣାତ୍ମକ ଶିକ୍ଷାଗ୍ରହଣ ଆବଶ୍ୟକତା ଉପରେ ଥୋମାସ ଏଡିସନ ଙ୍କ ଉଦାହରଣ ଦେଇ ସୁନ୍ଦର ଭାବେ ବୁଝାଇଥିଲେ । ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ହୃଦୟାନନ୍ଦ ମହାପାତ୍ର , ବିଦ୍ୟାଳୟ ପରିଚାଳନା ସଭାପତି ଦିଲିପ କୁମାର ବୈଠାରୁ , ବିଦ୍ୟାଳୟ ର ପୁର୍ବତନ ଶିକ୍ଷୟିତ୍ରୀ ରିନା ପଣ୍ଡା ଓ ସ୍ଥାନୀୟ ୱାର୍ଡ ସଭ୍ୟ ଅମୁଲ୍ୟ ସାହୁ ମଞ୍ଚାସିନ ରହିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗିତା ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ।ବାର୍ଷିକ ଉତ୍ସବରେ କ୍ରୀଡା ସଙ୍ଗୀତ ଖେଳ ଓ ଅନ୍ୟାନ୍ୟ କୃତିତ୍ୱ ଅର୍ଜନ କରିଥିବା ଛାତ୍ର- ଛାତ୍ରୀ ମାନଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟାରେ ଛାତ୍ର-ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ଗୀତିନାଟ୍ୟ ମଧ୍ୟ ପରିବେଷଣ କରିଥିଲ ।ଏହି ବାର୍ଷିକ ଉତ୍ସବରେ ଶିକ୍ଷୟିତ୍ରୀ କଳ୍ପନା ପ୍ରଧାନ, ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ପଣ୍ଡା, ଶିକ୍ଷକ ରଜନୀକାନ୍ତ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି,ପାଚିକା ସହାୟିକାଙ୍କ ସହ ଅଭିବାଭକବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.