ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ହିତାଧିକାରୀଙ୍କ ମୃତ୍ୟୁ ଜନିତ ସହାୟତା ରାଶି ଆତ୍ମସାତ… !

୫-ଟି ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କଲେ ହିତାଧିକାରୀ…



ଦେବଗଡ଼,:ବାରକୋଟ ଥାନା ଅନ୍ତର୍ଗତ କିସାନ ଗୟଳମରା ଗ୍ରାମର ଜଣେ ନିରୀହ ଆଦିବାସୀ ହିତାଧିକାରୀଙ୍କ ଠାରୁ ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ମୃତ୍ୟୁ ଜନିତ ସହାୟତା ରାଶି ହଡପ ହୋଇଥିବା ଅଭିଯୋଗ ହୋଇଛି । କିସାନ ଗୟଳମରା ଗ୍ରାମର ହିତାଧିକାରୀ ଝସକେତନ କିସାନ ମଙ୍ଗଳବାର ଏନେଇ ଭୂବନେଶ୍ୱର ସ୍ଥିତ ୫-ଟି ଅଧ୍ୟକ୍ଷଙ୍କ ନିକଟରେ ଲିଖୀତ ଅଭିଯୋଗ କରିବାସହ ଅଭିଯୋଗ ପତ୍ରର ନକଲ ବାରକୋଟ ଥାନା ଅଧିକାରୀ, ଜିଲା ଆରକ୍ଷୀ ଅଧିକ୍ଷକ , ଦେବଗଡ ଜିଲାପାଳ, ଭୁନେଶ୍ବରସ୍ଥିତ ଇଡି, ଓଡିଶା ସରକାରଙ୍କ ଶ୍ରମ ମନ୍ତ୍ରୀ ଓ ଭରବଙ୍କନଶ୍ୱର ସ୍ଥିତ ଆଇଟି ସେଲକୁ ପ୍ରେରଣ କରିଥିବା ଜଣାପଡିଛି । କିସାନ ଗୟଳମରା ଗ୍ରାମର ଗରିବ ହିତାଧିକାରୀ ଝସକେତନ କିସାନଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ତ୍ରୀ ବୈଦେହୀ କିସାନଙ୍କର ଗତ ୨୦୨୩ ମସିହା ଅଗଷ୍ଟ ମାସ ୨୩ ତାରିଖରେ କ୍ୟାନସର ରୋଗରେ ମୃତ୍ୟୁ ଘଟିଥିଲା । ଏକଥା ଜାଣିବା ପରେ ନିକଟସ୍ଥ କଲା ଗ୍ରାମର ସୁଜିତ କୁମାର ସାହୁ ଓ କିସାନ ଗୟଳମରା ଗ୍ରାମର ଭରତ କିସାନ ଝସକେତନଙ୍କ ଘରକୁ ଯାଇ ଲେବର କାର୍ଡ ଜରିଆରେ ମିଳୁଥରବା ମୃତ୍ୟୁ ଜନିତ ସହାୟତା ରାଶିକୁ ଶୀଘ୍ର ବାହାର କରିଦେବାର ପ୍ରତିଶୃତି ଦେଇ ମୃତା ବୈଦେହୀଙ୍କ ଅଧାର କାର୍ଡ ଓ ବ୍ୟାଙ୍କ ପାସ ବହି ମାଗିଥିଲେ । ଝସକେତଜନ ସେମାନଙ୍କ କଥାରେ ବିଶ୍ୱାସ କରି ସେମାନଙ୍କୁ ସମସ୍ତ ପ୍ରମାଣପତ୍ର ଦେଇଥିଲେ । କିନ୍ତୁ ସେମାନେ ଝସକେତନଙ୍କ ନାବାଳକ ସାନପୁଅ କୁ ନାନା ପ୍ରଲୋଭନ ଦେଖାଇ କଲା ଗ୍ରାମରେ ଥିବା ତାଙ୍କର(ନାବାଳକଙ୍କର) ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଥିବା ଏକାଉଂଟ ନେଇ ଟଙ୍କା ମଞ୍ଜୁର କରିବା ସହ ତାଙ୍କୁ (ନାବାଳକଙ୍କୁ)ଡାକି ଦସ୍ତଖତ ନେବାସହ ସରକାରଙ୍କ ପକ୍ଷରୁ ମିଳିଥିବା ୨ଲକ୍ଷ ଟଙ୍କାରୁ ୪୫ ହଜାର ଟଙ୍କା ଉଠାଇ ନେଇଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଝସକେତନ ବ୍ୟାଙ୍କରେ ପାସ ବହି ଯାଂଚ କରିବାରୁ ଉକ୍ତ ଟଙ୍କା ଆତ୍ମସାତ ହୋଇଥିବା ଜାଣିବାକୁ ପାଇବା ସହ ଏହି ଟଙ୍କା ଫେରସ୍ତ କରିବାକୁ ଅଭୀଯୁକ୍ତ ସୁଜିତ ଓ ଭରତକୁ କହିଥିଲେ । ସେମାନେ ଏହି ଟଙ୍କା ଶୀଘ୍ର ଫେରାଇ ଦେବାକୁ ପ୍ରତିଶୃତି ଦେଇଥିଲେ ହେଁ ଫେରସ୍ତ ନକରିବାରୁ ଝସକେତନ ଗତକାଲି ଏନେଇ ଲିଖୀତ ଅଭିଯୋଗ କରିବା ସହ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁୁଷ୍ଠାନ ଗ୍ରହଣ ପାଇଁ ଗୁହାରୀ ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଅଭୀଯୁକ୍ତ ସୁଜିତ ତାଙ୍କ ଘରେ କମ୍ପୂଟର , ଜେରକ୍ସ ମ୍ୟାସିନ ଓ ବହୁ ସରକାରୀ ଅଧିକାରୀଙ୍କ ଜାଲ ମୋହର ରଖି ଜାଲ୍ ବିବାହ ପ୍ରମାଣପତ୍ର ଓ ମୃତ୍ୟୁ ପ୍ରମାଣପତ୍ରଆଦି ବହୁ ବେଆଇନ କାର୍ଯ୍ୟ କରୁଥିବା ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ସେ ଦେବଗଡ ଓ ବମ୍ପରଡା ମେଡିକାଲ ଓ ବାରକୋଟ ଏବିଡିଓଙ୍କର ଜାଲ ଦସ୍ତଖତ ବ୍ୟବହାର କରି ଜାଲ ଲେବର କାର୍ଡ, ବିବାହ ପ୍ରମାଣପତ୍ର ଓ ମୃତ୍ୟୁ ପ୍ରମାଣପତ୍ର ବାହାରକରି ବେଆଇନ ଅର୍ଥ ଉପାର୍ଜନ କରୁଥିବା ମଧ୍ୟ ଲିଖୀତ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.