ଓଡିଶାର ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ…

ଦେବଗଡ଼,:‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା ପରିପ୍ରେକ୍ଷୀରେ ବାରକୋଟ ବ୍ଲକ କଲା ସ୍ଥିତ ପଂଚାୟତ ଡିଗ୍ରୀ କଲେକରେ ଓଡିଶାର ଏତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ଏକ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ ପ୍ରତିଯୋଗିତାରେ କଲେଜର ୮ଟି ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପୂତୀ ଜଗନ୍ନାଥ ମନ୍ଦିରର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ, ଶ୍ରୀ ଜଗନ୍ନାଥ ମନ୍ଦିର ପରି୍‌କରମା ପ୍ରକଳ୍ପ, ମା’ ସମଲେଶ୍ୱରୀ ମନ୍ଦିର ପରିକ୍ରମା ପ୍ରକଳ୍ପ,ଜୈବ ବିବର୍ତନ ଓ ଦଶାବତାର ପ୍ରକଳ୍ପ, ଶ୍ରୀମନ୍ଦିର ଭୋଗ ମଣ୍ଡପ ଓ ଛପନ ଭୋଗ, ରଥ ଯାତ୍ରା ଓ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ,ଦେବ ସ୍ନାନ ପୂର୍ଣ୍ଣୀମା ମହାସ୍ନାନ , ଅଣସର ଗୃହ ମହଷୋଧି,ନୂଆଁଖାଇ ପରମ୍ପରା, ଓଡିଶାର ନୌବାଣିଜ୍ୟ, ପ୍ରାଚୀନ ସବ୍ୟତାର ବିବର୍ତନ, ଧଉଳୀ ସ୍ତୁପ,ହାତୀ ଗୁମ୍ଫା ଓ ଉଦୟଗିରି ଗୁମ୍ଫା , କୋଣାର୍କ ମନ୍ଦିର , ଚଉଷଠି ଯୋଗିନୀ ମନ୍ଦିର , ଲିଙ୍ଗରାଜ ମନ୍ଦିର , ମାଣବସା ଗୁରୁବାର,ପୁଅ ଜିଉନ୍ତିଆ,ଭାଇ ଜିଉନ୍ତିଆ ଓ କଣ୍ଢେଇ ନାଚର ଇତିହାଶ ଆଦି ଉପରେ ଆଧାରିତ ମୋଟ ୩୦ଟି ପ୍ରକଳ୍ପ ପ୍ରଦର୍ଶୀତ ହୋଇଥିଲା । ମହା ବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ କୁମାର ପ୍ରଦାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀ ମେଳାକୁ ଅତିଥି ଭାବେ ମହା ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ସୁରେଶ ଚନ୍ଦ୍ର ପ୍ରଧାନ, ଝସକେତନ ପ୍ରଧାନ ଓ ଅରୁଣ କୁମାର ସାହୁଙ୍କ ସମେତ ସମ୍ପୃକ୍ତ ମହାବିଦ୍ୟାଳୟ, କଲା ଉଚ୍ଚ ପଂଚାୟତ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ବୁଲି ଦେଖିଥିଲେ । ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ, ନୋଡାଲ ଅଫିସର ସୁଜିତ କୁମାର ସୁନାନୀ,ଅଧ୍ୟାପିକା ସଂଘମିତ୍ରା ଦେହୁରୀ, ବିଭୁ ନନ୍ଦିନୀ ବେହେରା, ପି.ଜାଗୃତୀ ସିମ୍ରନ,ଋତୁମ୍ଭରା ପ୍ରଧାନ, ଅଧ୍ୟାପକ ସନ୍ଦୀପ୍ତ ପୁରୋହିତ,ମଦନ ପଲାଇ,ନବକୃଷ୍ନ ବେହେରା, ରିତୁନ ସାହୁ, ମହେନ୍ଦ୍ର ସାହୁ ଓ ଆଲୋକ ବେହେରା ପ୍ରମୁଖ ନିଜ ନିଜ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ମାଗ୍ରଦର୍ଶନ କରିଥିଲେ । ମେଳା ଆୟୋଜନରେ ଅରୁଣ କୁମାର ଦଳବେହେରା, ପ୍ରଶାନ୍ତ କୁମାର ପ୍ରଧାନ, ବିରେନ ପ୍ରଧାନ ଅଗସ୍ତି ସାହୁ ଓ ସଚିନ ସାହୁ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.