ପିଇଓଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ୱାର୍ଡ ମେମ୍ବର, ୫ ମାସ ହେଲା ହୋଇନି ପଞ୍ଚାୟତର ବୈଠକ

ଦାରିଙ୍ଗବାଡି,୭/୨ : ପିଇଓଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ୱାର୍ଡ ମେମ୍ବର । ପିଇଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ୫ ମାସ ହେଲା ବୈଠକ ବସୁନଥିବା ଫଳରେ ପଞ୍ଚାୟତରେ ରହୁଥିବା ଅନେକ ସମସ୍ୟା ଉପରେ ଆଲୋଚନା ହୋଇ ପାରୁନଥିବା ସହ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସୂଚନା ମିଳିପାରୁ ନଥିବା ୱାର୍ଡ ମେମ୍ବର ମାନେ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ଆସିଚି ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ । ପଞ୍ଚାୟତ କାର୍ଯ୍ୟାଳୟରେ ମାସିକ ବୈଠକ ହେବା ଫଳରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ନିଜସ୍ଵ ବିଭାଗରେ ମିଳୁଥିବା ବିଭିନ୍ନ ସରକାରୀ ଯୋଜନାରେ ବିଷୟରେ ସୂଚନା ପ୍ରଦାନ କରୁଥିଲେ । ଏଥି ସହିତ ପଞ୍ଚାୟତର ୱାର୍ଡରେ ରହୁଥିବା ବିଭିନ୍ନ ସମସ୍ୟା ଉପରେ ୱାର୍ଡ ମେମ୍ବର ଉପସ୍ଥାପନ କରିବା ସହ ଏହାର ସମାଧାନ ଉପରେ ଆଲୋଚନ ହେଉଥିଲା । ହେଲେ ବୈଠକ ବନ୍ଦ ରହିଥିବା ଯୋଗୁଁ ସରକାର ଙ୍କ ଅନେକ ଯୋଜନା ହେଉଥିଲେ ସୁଧା ଉକ୍ତ ସୂଚନା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ବେଳେ ଲୋକ ସରକାରୀ ଯୋଜନାରେ ଲାଭ ଉଠାଇ ପାରୁ ନାହାନ୍ତି ।

ଏଥି ସହିତ ପଞ୍ଚାୟତରେ ରହିଥିବା ପାନୀୟ ଜଳ ଯୋଗାଣ,ରାସ୍ତା ଘାଟ ସମସ୍ୟା, ମଧୁବାବୁ ପେନସନ ଯୋଜନା, ଜାତୀୟ ପରିବାର ମଙ୍ଗଳ ଯୋଜନା, ରାସନ କାର୍ଡ ସମସ୍ୟା, ଶିକ୍ଷା ସମସ୍ୟା ଭଳି ଅନେକ ସମସ୍ୟା ଉପରେ ଆଲୋଚନା ହୋଇ ପାରୁ ନାହିଁ । ଫଳରେ ଲୋକଙ୍କ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ସହ ସରକାରୀ ଯୋଜନା ଉପରେ ଲୋକ ସୂଚନା ପାଇ ପାରୁ ନାହାନ୍ତି। ପିଇଓ ସୁରେଶ ଚନ୍ଦ୍ର ଦିଗାଲ ୭ ମାସ ହେବ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ମାତ୍ର ଗୋଟିଏ ଥର ହିଁ ବୈଠକ କରିଛନ୍ତି । ଏହା ପର ଠାରୁ ଆଉ ବୈଠକ କରିନାହାନ୍ତି । ପିଇଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବୈଠକ ସଠିକ୍ ଭାବେ ହେଉନଥିବ ନାଏବ ସରପଞ୍ଚ ଏସ.ସୁନିଲ କୁମାର ସୁବୁଦ୍ଧି, ସମିତି ସଭ୍ୟ ସାଧୁ ନାୟକ ୱାର୍ଡ ମେମ୍ବର ଅମରେନ୍ଦ୍ର ପ୍ରଧାନ, ଶିଶିର ପ୍ରଧାନ,ସାନ୍ତା ପ୍ରଧାନ, ରନିତା ଦିଗାଲ , ଆରତୀ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଣୁ ପୂର୍ବ ଭଳି ପ୍ରତି ମାସରେ ବୈଠକ କରିବା ପାଇଁ ଅଞ୍ଚଳବାସି ସହ ୱାର୍ଡ ମେମ୍ବର ମାନେ ଦାବି କରିଛନ୍ତି । ପିଇଓ ସୁରେଶ ଚନ୍ଦ୍ର ଦିଗାଲ ଙ୍କୁ ପଚାରିବାରୁ ସେ କହିଲେ ଏହି ବୈଠକ ସରପଞ୍ଚଙ୍କ ଦ୍ଵାରା ଆଗତ କରାଯିବ ମୋର ଭୂମିକା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କହିଥିଲେ ।

nis-ad
Leave A Reply

Your email address will not be published.