ମହୁଲିଆରେ ଅନୁଷ୍ଠିତ ହେଵ ଅଭିରାମ ପରମହଂସ ଦେଵଙ୍କ ୫୪ତମ ବାର୍ଷିକୋତ୍ସବ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ମହୁଲିଆ ଠାରେ ଜଗତ୍ ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେଵଙ୍କ ୫୪ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହେବାକୁ ଥିବାରୁ ରାଜନଗର ଅଞ୍ଚଳର ଭକ୍ତ ଗୋଷ୍ଠୀ ଓ ବିଶେଷକରି ମହୁଲିଆ ଆଞ୍ଚଳିକ ଭକ୍ତ ଗୋଷ୍ଠୀମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇ ପ୍ରସ୍ତୁତି ପଥେ ଆଗେଇ ଚାଲିଛନ୍ତି। ଏହି ପବିତ୍ର ସନାତନଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀ ଚଳିତ ବର୍ଷ ଫେବୃଆରୀ ମାସ ୧୬ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଚାଲୁରହିବ । ଏଥିରେ ଵହୁ ସାଧୁ ସନ୍ଥ ମାନେ ପବିତ୍ର ଧାର୍ମୀକ ଉପରେ ପ୍ରଵୋଚନଦେଵଵାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରଵୋଚନ ଶୁଣି ସମାଜରେ କିଛି ପରିବର୍ତ୍ତନର ବାର୍ତ୍ତାମିଳିବାର ସମ୍ଭାବନା ରହିଛି । ଏହି ସମ୍ମିଳନୀକୁ ରାଜନଗର ଆଞ୍ଚଳିକ ଭକ୍ତ ଗୋଷ୍ଠୀ ଓ ମହୁଲିଆ ପଞ୍ଚାୟତର ଭକ୍ତମାନଙ୍କ ଦ୍ବାରା ଆୟୋଜନ କରାଯାଉଥିବା ଭକ୍ତ ଵାଵଲି ପରିଡା ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.