ଓଡ଼ଗାଁ ବ୍ଲକରେ ମୋ ଘର ଯୋଜନା ଦିଗହରା…

ଓଡଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରେ ମୋ ଘର ଯୋଜନା ଦିଗଗରା ହୋଇଛି । ଯୋଜନା କାର୍ଯ୍ୟକାରୀ ହେବାର ୭ମାସ ଅତିକ୍ରମ କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ଚୟନ କରାଯାଇଥିବା ୮୯୦ ଜଣଙ୍କ ମଧ୍ୟରୁ କେହି ଯୋଗ୍ୟ ଆବେଦନକାରୀ ମୋ ଘର ଯୋଜନା ପାଇନଥିବା ବେଳେ ଯୋଜନା ର କାର୍ଯ୍ୟ କାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରାଜ୍ୟ ସରକାର ୨୦୨୩ ମସିହା ମେ ୨୯ ତାରିଖରେ ମୋ ଘର ଯୋଜନା ଘୋଷଣା କରିଥିଲେ । ସର୍ବସାଧାରଣ ଜୁନ ୧୬ତାରିଖରୁ ଅନଲାଇନ ଆବେଦନ କରିଥିଲେ । ଓଡ଼ଗାଁ ବ୍ଲକ ରେ ୧୨୦୫ ଆବେଦନକାରୀଙ୍କ ମଧ୍ୟରୁ ପଞ୍ଚାୟତ ଅଧିକାରୀ ଯାଞ୍ଚ କରିବା ପରେ ୯୩୧ ଜଣ ଆବେଦନକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୭୨୨ଜଣଙ୍କ ଜିଓ ଟ୍ୟାଗିଙ୍ଗ ହୋଇଅଛି । ପ୍ରକଳ୍ପର ନକ୍ସା ଅନୁସାରେ ୭୧୪ଜଣ ଆବେଦନକାରୀଙ୍କ ପାଇଁ ବ୍ୟୟ ଅଟକଳ କରାଯାଇଥିଲା । ମାତ୍ର ବିଡ଼ିଓ ୮୯୦ଜଣ ଆବେଦନକାରୀଙ୍କ ଆବେଦନ ବ୍ୟାଙ୍କ ମାନଙ୍କୁ ପଠାଇଥିବା ବେଳେ ମାତ୍ର ୨ଜଣ ଆବେଦନକାରୀଙ୍କ ଆବେଦନକୁ ବ୍ୟାଙ୍କ ମଞ୍ଜୁର କରିଥିବାବେଳେ ବିଭିନ୍ନ ଆଳ ଦେଖାଇ ଅନ୍ୟ ଆବେଦନ ଗୁଡ଼ିକ କାର୍ଯ୍ୟକାରୀ ହୋଉନାହିଁ ବୋଲି ଅଭିଯୋଗ ହେଉଛି । ରାଜ୍ୟ ସରକାର, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରୁ ବାଦ ପଡ଼ିଥିବା ଅନେକ ହିତାଧିକାରୀ ଙ୍କୁ ପକ୍କା ଘର ଯୋଗାଇଦେବା ଉଦ୍ଦେଶ୍ୟ ରେ ମୋ ଘର ଯୋଜନା ଆରମ୍ଭ କରିଛନ୍ତି । ମାତ୍ର ଏହି ଯୋଜନା ଓଡ଼ଗାଁ ବ୍ଲକରେ ଦିଗହରା ହୋଇପଡିଛି ।

nis-ad
Leave A Reply

Your email address will not be published.