ପିଇଓ ବିଜୟ ସେଠିଙ୍କ କଳାକାରନାମା ପଛରେ ସରପଞ୍ଚଙ୍କ ହାତ..! ମିଳିମିଶି ଫଲସ୍ ବିଲକରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା…!!


ରାଜନଗର -: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ପଞ୍ଚାୟତରେ ସରପଞ୍ଚଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ସେଠୀ ପଞ୍ଚାୟତର ବିଭିନ୍ନ କାର୍ଯ୍ୟ କରାନଯାଇ ଏବଂ ନାମକୁ ମାତ୍ର କାର୍ଯ୍ୟ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ଆସୁଥିବା ଵେଳେ ଏଵେ ଜଗନ୍ନାଥଙ୍କ ପରିକ୍ରମା ପାଇଁ ଆସିଥିବା ଅର୍ଥକୁ ମିଥ୍ୟା ଦାଣ୍ଡ ସଫା ନାରେ ଲୁଟିବାକୁ ଛାଡିନଥିଲେ ଦୁର୍ନୀତିର ପାହଡରେ ବସିଥିବା ଏହି ଭଦ୍ର ପୋଷକ ପିନ୍ଧା ପିଇଓ। ପିଇଓ ଶ୍ରୀସେଠି କୁହନ୍ତି ମୁଁ ବିଧାୟକଙ୍କର ଖୋଦ୍ ଆନୁଗତ୍ୟ, ମୋ ଇଛାରେ ମୋର ଖନା ଗୁରୁ ଦୋକାନରେ ଵସି ତାଙ୍କଠାରୁ ପରାମର୍ଶ ଆଣି କାର୍ଯ୍ୟ କରେ, ସେଥିପାଇଁ ଅନ୍ୟ ଗଣମାଧ୍ୟମକୁ ଖାତିରି କରେ ନାହିଁ। ଆଜି ଏପରି ଆତ୍ମ ଗର୍ବି ପିଇଓ ଶ୍ରୀ ସେଠିଙ୍କ ଦୁର୍ନୀତି ହାଟରେ ପଡି ଦାଣ୍ଡରେ ଗଡିବା ସହ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ତଦନ୍ତ କରାଯିବାକୁ ମସୁଧା ଚାଲୁଥିବା ଶୁଣିବାକୁ ମିଳୁଛି। ଏନେଇ ପିଓ ଶ୍ରୀସେଠି ଓ ସରପଞ୍ଚଙ୍କୁ ପଚାରିବାରୁ ବାଉଳା ଚାଉଳା ହୋଇ ଗ୍ରାମସଭା ଛାଡି ଚାଲିଯାଇଥିଲେ। ରାଜନଗର ପଞ୍ଚାୟତ କହିଲେ ସରପଞ୍ଚଙ୍କ ୱାର୍ଡ଼ର ସଭ୍ୟ, ପଞ୍ଚାୟତ ପିଅନ, ଓ ଡନସାଜିଥିବା ପିଇଓ ଵିଜୟ କୁମାର ସେଠି ଏଵଂ ହାଇକୋର୍ଟର ନିୟମକୁ ଖାତିରି ନକରି ସରପଞ୍ଚଙ୍କ ସ୍ଵାମି ଓ ଜିଆର ଏସ୍ ସଵୁକିଛି ବୁଝୁଥିବା ଵେଳେ ପିଅନ ଓ ୱାର୍ଡ଼ ସଭ୍ୟଙ୍କୁ ଆଗରେ ରଖି ଠିକା କାର୍ଯ୍ୟ କରନ୍ତି। ସେଥିରେ କିଛି କାର୍ଯ୍ୟ ସମୁଦ୍ରକୁ ଶଙ୍ଖେ ହେଉଥିବା ବେଳେ ଅନେକ କାର୍ଯ୍ୟ ବିନା କାର୍ଯ୍ୟରେ ପିଇଓ ଓ ସରପଞ୍ଚ ଲୁଟ କରିଥିବା ଅଭିଯୋଗ ହେଉଛି। ଏହି ଚାରିଜଣଙ୍କୁ ଛାଡିଦେଲେ ୱାର୍ଡ଼ ସଭ୍ୟମାନଙ୍କୁ କିଛି ନଜଣାଇ ସଵୁ କିଛି କାର୍ଯ୍ୟ କରନ୍ତି ଏହି ଦୁର୍ନୀତି ଖୋର ପିଇଓ। ସରପଞ୍ଚ ସୁଶ୍ରୀ ସଙ୍ଗୀତା ମହାପାତ୍ର ନିର୍ବାଚିତ ହେଵା ପର ଠାରୁ କୋଟି କୋଟି ଟଙ୍କାର କାର୍ଯ୍ୟ ପଞ୍ଚାୟତରେ ହୋଇଛି ତାର ଖୋଳତାଡ କଲେ ହଳଦୀନାଳୀ ଠାରୁ ଆରମ୍ଭ କରି ମଶାଣି, ପୋଖରି,ଡ୍ରେନ୍ ସଫା ଚାନ୍ଦିନୀ ,ଏବଂ ପ୍ରତ୍ୟେକ ୱାର୍ଡ଼ରେ ରାସ୍ତା ସଫା ,ଅଳିଆ ଫିଙ୍ଗା,ମାଟି ପୋତା ଏଵଂ ସ୍ଵଛ ଭାରତ ଏ ସଵୁ ଦୁର୍ନୀତିର ଚେର ବ୍ଲକ ଅଫିସରେ ପହଁଚିଛି। ଜେଇ ଏଇ ବିଡିଓଙ୍କ ନାକତଳେ ସଦର ପଞ୍ଚାୟତର ଦୁର୍ନୀତିର ଗନ୍ଧ ବାଜୁଥିବା ଵେଳେ ବ୍ଲକର ଅନ୍ୟ ପଞ୍ଚାୟତ କଣ ହେଉଥିବ ତାହା ବ୍ଲକ ଅଧିକାରୀଙ୍କୁ ଜଣା ଥିବ। ରାଜନଗର ପଞ୍ଚାୟତର ତଟକା ଚିତ୍ର ଅନୁଯାୟୀ ରାଜ୍ୟସରକାର ଜଗନ୍ନାଥଙ୍କ ରଥ ପରିକ୍ରମା କରିବା ଉଦ୍ଦେଶ୍ୟରେ ସଫେଇ କରିବାକୁ ପଞ୍ଚାୟତକୁ ଟଙ୍କା ଆସିଥିଲା ।ପଞ୍ଚାୟତର ପ୍ରତ୍ୟେକ ଗାଁ ଓସାହି ସଫେଇ କରାଯାଇ ଅନ୍ୟାନ୍ୟ କାର୍ଯ୍ୟ କରାଯିବ । ହେଲେ ଜଗନ୍ନାଥ ବେଢା ଓ ଖାଇବା ପାଇଁ ବାଡି ଆଂଶିକ ସଫା କରିବାକୁ ଗୋଟିଏ ଘଣ୍ଟା ଜେସିବି ଓ 6 ଟି ଲେଵର ଲାଗି ସଫା କରିଥିଲେ ,ଅତିବେଶିରେ ୫/୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବ, କିନ୍ତୁ ଏ ବାବଦକୁ ୨୫ହଜାର ୫୦୦ଟଙ୍କା ଦର୍ଶାଇ ପିଇଓ ଶ୍ରୀ ସେଠୀ ଓ ସରପଞ୍ଚ ଉଠାଇଥିବା ସରକାରୀ ତଥ୍ୟ କହୁଛି, ସେହିପରି କିଛି କାର୍ଯ୍ୟ ନହୋଇ ବରୁଗୁଡି ଦଣ୍ଡା ୫ହଜାର, ୱାର୍ଡ଼ ନଂ (୬,୭,୮)୧୦ହଜାର, ହରିଜନ ସାହିର ଡ୍ରେନ ଓ ସଫେଇ ବାବଦ ୧୫ହଜାର ,ସେହିପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଦସ୍ୟ ଏବଂ ବଡଦାଣ୍ଡରେ ପିଲାଛୁଆ ମହିଳାମାନେ ସଫା କରିଥିବା ଵେଳେ ୧୩ହଜାର ଟଙ୍କା ଉଠାଯାଇଛି। ଏସଵୁ ପିଇଓ ବିଜୟ ସେଠିଙ୍କ ନାମରେ ବିଲହୋଇ ସରପଞ୍ଚ ସୁଶ୍ରୀ ସଙ୍ଗୀତା ମହାପାତ୍ରଙ୍କ ସହମତି ଦସ୍ତଖତରେ ଟଙ୍କା ଉଠାଇ ବଡପଣ୍ଡାଙ୍କୁ କିଛି ଦେଇ ବଳକା ଉଭୟେ ଚଳୁ କରିଦେଇ ଭାବିଥିଲେ ଜଣାପଡିବ ନାହିଁ। ଏସଵୁ ଜଣାପଡିବା ପରେ ଗତକାଲି ୧୦ଟା ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ଵିଶ୍ବ କବିସମ୍ମିଳନୀ ପାଇଁ ଗ୍ରାମସଭା ବିନା ପ୍ରଚାରରେ ଅନୁଷ୍ଠିତ ହେଉଥିଲା। ଏଭଳି ପଞ୍ଚାୟତରେ ଦୁର୍ନୀତି ଵାରମ୍ବାର ଘଟୁଥିଲେ ମଧ୍ୟ ବିରକ୍ତି ପ୍ରକାଶ କରି ୩/୪ଜଣ ସଭ୍ୟ ଓ 10ଜଣ ସ୍କୁଲ ଛାତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଫଟୋ ଉଠା ପରେ ପିଲାମାନେ ସ୍କୁଲକୁ ଚାଲିଯାଇଥିଲେ।ଏହି ସୁଯୋଗରେ ସରପଞ୍ଚ ସୁଶ୍ରୀ ସଙ୍ଗୀତା ମହାପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ସେଠୀଙ୍କୁ ପଚାରିବାରୁ ସେ ଵାଉଳା ଚାଉଳା ହୋଇ ସଠିକ ଉତ୍ତର ଦେଇ ନ ପାରି ଚାଲିଯାଉଥିବା ବେଳେ କହିଥିଲେ ,କିଛି ଖର୍ଚ୍ଚ ହୋଇଛି କିଛି ରହିଛି ଅନ୍ୟ କାର୍ଯ୍ୟ ହେଵ ବୋଲି କହି ଚାଲିଯାଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯଦି ଅନ୍ୟ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେଵ ତେବେ କାର୍ଯ୍ୟ ନ କରି ସରପଞ୍ଚ ଓ ପିଇଓ ଟଙ୍କା ଉଠାଇଲେ କାହିଁକି? ଏବେ ଧରାପଡିବାରୁ ଏମିତି ସଫେଇ ଦେଇ ଖସିଯିବାକୁ ପ୍ରୟାସ କରିଛନ୍ତି ପିଇଓ ଶ୍ରୀ ସେଠୀ। ଯିଏ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆସିଥିବା ଅର୍ଥକୁ ଚଳୁ କରି ପାରିଛନ୍ତି, ସିଏ ଜଗନ୍ନାଥଙ୍କ ଚାଉଳରୁ କାହିଁକି ମାରିନଥିବେ ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ପିଇଓ ଶ୍ରୀ ସେଠୀ ଯେଉଠି ସଵୁ ଦାୟିତ୍ବରେ ଅଛନ୍ତି ଅଥବା ଦାୟିତ୍ଵରେ ଥିଲେ ସେସଵୁ ପଞ୍ଚାୟତକୁ ଉଚ୍ଚସ୍ତରୀୟ ସର୍ବସାଧାରଣରେ ତଦନ୍ତ କରିବା ସହ ରାଜନଗର ପଞ୍ଚାୟତକୁ ସ୍ବତନ୍ତ୍ର ଭିଜିଲାନ୍ସ ଦ୍ବାରା ତଦନ୍ତ କରାଯିବାକୁ ଦାଵୀ ହେଉଛି।

nis-ad
Leave A Reply

Your email address will not be published.