ମାଲକାନଗିରି ସୀମାନ୍ତ ରେ ମାଓ ହାମଲାରେ ୩ ସହୀଦ ୨ ଗୁରୁତର…

ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକମା ଓ ବିଜାପୁର ଜିଲ୍ଲାର ସୀମାନ୍ତ ଟେକାଲଗୁଡା ଗ୍ରାମରେ ଠାରେ ୨୦୪ କୋବ୍ରା ଡ଼ିଆରଜି ଯବାନ ଙ୍କ ନୂତନ କ୍ୟାମ୍ପ ସ୍ଥାପନ ବେଳେ କ୍ୟାମ୍ପ ଠାରୁ କିଛିଦୂରରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୩ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ସୁକମା ଏବଂ ବିଜାପୁର ଅଞ୍ଚଳରେ ନକ୍ସଲ ଆତଂକକୁ ପ୍ରତିହିତ କରିବା ଉଦ୍ଦେଶ୍ୟରେ ନୂତନ କ୍ୟାମ୍ପ ସ୍ଥାପନ କରାଯାଇଥିବା ବେଳେ ଏହାକୁ ବିରୋଧକରି ନକ୍ସଲ ଓ ଯବାନ ଙ୍କ ଗୁଳିବିନିମୟ ଘଟିଥିଲା । ପୋଲିସ ପକ୍ଷରୁ ପ୍ରତିଆକ୍ରମଣ ୬ନକ୍ସଲ ଙ୍କ ମୃତ୍ୟୁ ହେଇଥିବା ଖବର ଥିବା ବେଳେ ଏହି ଅଞ୍ଚଳରେ କୁମ୍ବି ଅପରେସନ କୁ ଯୋରଦାର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.