ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲେ ଗ୍ରାମବାସୀ…

ସ୍ଵାସ୍ତ୍ୟ କେନ୍ଦ୍ର ନା ସ୍ୱାସ୍ଥ୍ୟ କର୍ମୀଙ୍କ ତେଜରାତି ଦୋକାନ…!

ଉମରକୋଟ (୩୦/୦୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତ ଏ ଏନ ଏମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଗତ ୧୬ ବର୍ଷ ହେବ ଦେବକୀ ପଲେଇ କାର୍ଯ୍ୟରତ ଅଛନ୍ତି ।କିନ୍ତୁ ଦିଦି ଜଣକ ନିଜ କାର୍ଯ୍ୟରେ ଅବହେଳା ପରଦର୍ଶନ କରି ଆସୁଛନ୍ତି , କେହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସିଲେ ମୋର ସମୟ ନାହିଁ ଓ ମୁ ଦେଖି ପାରିବି ନାହିଁ ବୋଲି ଜନ ସାଧାରଙ୍କ ସହିତ ଖରାପ ବ୍ୟବହାର କରୁଥିବା କୁ ନେଇ ଅନେକ ଅଭିଯୋଗ ଆସୁଛି ଅନେକ ଦିନ ଏହି ଅଞ୍ଚଳ ରେ ରହିବା ଯୋଗୁ ଏକଛାତ୍ରବାଦ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି l ସୂଚନା ଥାଉକି ଏହି ହଳଦୀ ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏ ଏନ ଏମ ଦିଦି ତାହାର ଫାଇଦା ଉଠେଇ ସ୍ୱାସ୍ଥ୍ୟ କେନ୍ଦ୍ରର ଅଫିସ ରେ ଦୋକାନ ଖୋଲି ବିଭିନ୍ନ ପ୍ରକାରର ବିକ୍ରୟ ସାମଗ୍ରୀ ରଖି ନିଜର ବ୍ୟବସାୟ ଚଲାଉଛନ୍ତି ଏବଂ ଅନେକ ଚଢ଼ା ଦରରେ ବିକ୍ରି ବି କରୁଥିବା ଦେଖିବାକୁ ମିଳୁଛି, ଏହା ସ୍ୱାସ୍ଥ୍ୟ କେନ୍ଦ୍ର ନା ଦୋକାନ ଗୃହ ସନ୍ଦେହ ଘେରରେ l ସ୍ୱାସ୍ଥ୍ୟ କେନ୍ଦ୍ରର ରେ ଔଷଦ ନ ରଖି ସେଠି ଶାଢ଼ୀ, ମନଲୋଭା ସାମଗ୍ରୀ , ଛତୁ, ପନିର, ପରିବା ଓ ନିଜର ବିଜନେସ ପାଇଁ ଟ୍ରାକଟର, ମକା ହଲାର, ଧାନ ପ୍ରେସର ମେସିନ ରଖି ଏ ଏନ ଏମ କାର୍ଯ୍ୟ ନ କରି ବିଜନେସରେ କରିବାରେ ବ୍ୟସ୍ତ l ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ ବସିଛି ରୋଗୀ ପ୍ରାଥମିକ ଚିକିତ୍ସା ପାଇବାରୁ ବଞ୍ଚିତ ଶୁଣିବାକୁ ମିଳୁଛି ଜିଲ୍ଲା ପ୍ରଶାସନ ର ମିଲି ଭଗତ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାସନ ଦୋକାନ ଚାଲିଛି l ଜିଲ୍ଲା ପ୍ରଶାସନ ଜାଣିବା ଉଚିତ ଯେ ହଳଦୀ ପଞ୍ଚାୟତର ପାଟିଆସିଲା, ସରତପାରା, ସିରାପାରା, ଚପରାଳୀପାରା, ଡ଼ଙ୍ଗରୀଗୁଡା, ବୁଟିଛାପର ଓ ହଳଦୀ ଗ୍ରାମ ସମୁହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ଭରଶିଳ l ଏହି ସମସ୍ତ ଗ୍ରାମ ବାସୀଙ୍କ କହିବା କଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସୁସ୍ଥ ରୋଗୀ ଗଲେ ଦିଦି ଜଣକ କୁହନ୍ତି ଏଠାରେ କୌଣସି ପ୍ରକାର ର ଔଷଧ ଫ୍ରି ରେ ଦିଆ ଯାଏ ନାହିଁ ତେଣୁ ଟଙ୍କା ଦିଅ ଔଷଧ ନିଅ, ଏବଂ ବେଳେବେଳେ କିଛି ଏକ୍ସପାଏର ଔଷଦ ମଧ୍ୟ ବିକ୍ରି କରୁନ୍ତି ବୋଲି ଅଭିଯୋଗ ଆସୁଛି l କେହି ଯଦି ତାଙ୍କ ବିରୁଦ୍ଧରେ ଅଭିଯୋଗ କରେ ତାହେଲେ ନିରୀହ ଗରିବ ଆଦିବାସୀଙ୍କୁ ମାରପିଟ କରିବା ସହିତ ଜୀବନ ରେ ମାରିଦେବି ବୋଲି ଧମକ ଦେଇ ଆସୁଛନ୍ତି l ଯଦି କେହି ରୋଗୀ ମୃତ୍ୟୁ ମୁହଁରେ ପଡ଼ିଲେ ମଧ୍ୟ ସେ ଜାଆନ୍ତି ନାହିଁ l ଏଠାରେ ସୂଚନା ଥାଉକି ଜଣେ ବ୍ୟକ୍ତିଙ୍କ ଝିଅ ଉପରେ ଗରମ ପାଣି ପଡ଼ି ଯିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବାରୁ ଟଙ୍କା ଦେଇ ଚିକିତ୍ସା କରିବାକୁ ପଡ଼ିବ, ନଚେତ ମୁଁ କିଛି କରିପାରିବି ନାହିଁ କହିଥିଲେ ବିଚାର ବ୍ୟକ୍ତି ଅତି ନେହୁରା ହୋଇ କହିଲେ ମୁଁ ଟଙ୍କା ଆଣି ନାହିଁ ମୁଁ ଘରକୁ ଯାଇ ଟଙ୍କା ଆଣିଦେଵି କହିଲେ କିନ୍ତୁ ଦିଦି କଥାକୁ ଭୃକ୍ଷେପ ନକରି ଆଗେ ଟଙ୍କା ଆଣ ତା ପରେ ଚିକିତ୍ସା କରିବି ଯାହାକି ଅତି ଦୁର୍ଭାଗ୍ୟ l ଉମରକୋଟ, ରାଇଘର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନେ ଉପାନ୍ତ ଅଞ୍ଚଳ ରୋଗୀମାନଙ୍କୁ କୌଣସି ପ୍ରକାର ସାଧାରଣ ଚିକିତ୍ସା କରୁନଥିବା ଅଭିଯୋଗ ହେଉଛି ଧର୍ମକୁ ଆଖିଠାର ନୀତିରେ ଚାଲିଛି ଏଠାକାର ସ୍ୱାସ୍ଥ୍ୟ ବ୍ୟବସ୍ଥା l ହଳଦୀ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ଯଦି କୌଣସି ରୋଗୀ ଏନ ଏମ ଦିଦିଙ୍କୁ ଙ୍କୁ ସାମାନ୍ୟ ଇଞ୍ଜେକ୍ସନ ଦେବାକୁ କହିଲେ ସେ ରୋକ ଠୋକ ମନା କରି ଦିୟନ୍ତି ଏ ଏନ ଏମ ଦିଦିଙ୍କ ଏହି ପରି ବ୍ୟବହାର ପାଇଁ ବିଗତ ଦୁଇ ବର୍ଷ ତଳେ ଆଖ ପାଖ ହଳଦୀ ଗ୍ରାମର ସ୍ୱାସ୍ଥ୍ୟ କେନ୍ଦ୍ରର ଗ୍ରାମବାସୀ ଓ ଭଦ୍ର ବ୍ୟକ୍ତି ମାନେ ବସି ଏକ ମିଟିଂ କରି ଏହି ପରି ବ୍ୟବହାର ନ କରିବାକୁ ଅନୁରୋଧ କରିଥିଲେ l ଉକ୍ତ ମିଟିଂରେ ଦିଦି ଜଣକ ନିଜର ଭୁଲ ମାନି ଆଉ ଏମିତି ଭୁଲ କେବେହେଲେ କରିବି ନାହିଁ ବୋଲି ଗ୍ରାମବାସୀ ଓ ଉପସ୍ଥିତ ଭଦ୍ର ବ୍ୟକ୍ତିଙ୍କ ପ୍ରତିଶୃତି ଦେଇଥିଲେ କିନ୍ତୁ ପରେ ସେହି ଭୁଲ ବାରମ୍ବାର କରୁଛି, ସେଥିପାଇଁ ଆଜି ୨୯/୦୧/୨୦୨୪ ରିଖ ହଳଦୀ ପଞ୍ଚାୟତର ଆଖ ପାଖ ଗ୍ରାମର ଗ୍ରାମବାସୀ ଏ ଏନ ଏମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ଧାରଣା ଦେଇ ଜବାବ ମାଗିଥିଲେ କିନ୍ତୁ ଯେପରି କଥାରେ ଅଛି “” ମୋତେ ଯେତେ ମାଠିବ ମାଠ, ମୁଁ ସେହି ଦରପୋଡ଼ା କାଠ””””।। ଏହି ଖବର ନବରଙ୍ଗପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟ ଅଧିକାରୀଙ୍କୁ ପାଖରେ ପହଞ୍ଚିବାକୁ ତୁରନ୍ତ ଏକ ସ୍ୱାସ୍ଥ୍ୟ ବିଭାଗ ଟିମ ହଳଦୀ ଗ୍ରାମ ପଞ୍ଚାୟତ ଏଏନଏମ ସେଣ୍ଟର ପହଞ୍ଚି ହସ୍ତକ୍ଷେପ କରି ଉତ୍ତକ୍ତ ଗ୍ରାମବାସୀଙ୍କ ବୁଝାସୁଝା କରି ଏକ ସପ୍ତାହ ଭିତରେ ଏଏନଏମ ଦିଦିଙ୍କୁ ଅନତ୍ର ବଦଳୀ କରାଯିବ କହି ପ୍ରତିଶୃତି ଦେବା ପରେ ଲୋକ ମାନେ ଶାନ୍ତ ହୋଇଥିଲେ। ହଳଦୀ ଗ୍ରାମବାସୀ ଓ ଆଖ ପାଖ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଲିଖିତ ଆକାରରେ ଏକ ଅଭିଯୋଗ ନବରଂଗପୁରଠୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗକୁ ଦେଇଛନ୍ତି। ଏକ ସପ୍ତାହ ଭିତରେ ଦେବକୀ ପଲେଇ ଏଏନଏମ ଦିଦି ଙ୍କୁ ଯଦି ବଦଳୀ ନ କରାଯାଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ମାନେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକେଇ ବା ସହିତ ରାଜ ରାସ୍ତାକୁ ଓଲ୍ହାଇ ବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଅଞ୍ଚଳ ରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳ ର ସାଧାରଣ ଓ ବୁଦ୍ଧିଜୀବୀ ପ୍ରଶାସନ କୁ ଅନୁରୋଧ କରିଛନ୍ତି ( ଉମରକୋଟ ରୁ, ରସିକ ସରକାର )

nis-ad
Leave A Reply

Your email address will not be published.