ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ଜନରାଜ୍ୟ ଦିବସ ପାଳନ

ଦାରିଙ୍ଗବାଡ଼ି,୨୭/୧ : ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏଥିରେ ବ୍ଳକର ୩୬ଟି ଦଳ ପ୍ୟାରେଡ଼ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାସତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ,ତହସିଲଦାର ଶରତ ଶବର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର,ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

ବ୍ଳକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା । କ୍ରୀଡ଼ା ଶିକ୍ଷକ ରଶ୍ମିରଞ୍ଜନ ତ୍ରିପାଠୀ ଓ ସୌମ୍ୟପ୍ରକାଶ କର୍ଣ୍ଣ ପ୍ୟାରେଡ଼ ପରିଚାଳନା କରିଥିଲା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସଂଯୋଜନା କରିଥିଲେ । ଶିକ୍ଷକ ବିଦେଶୀ ନାୟକ, ପତିତବାବନ ରାଉତ, ଶ୍ୟାମସୁନ୍ଦର ଦିଗାଲ, ମୋହନ କୁମାର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଏହି ଭଳି ପ୍ରତେକ ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ, ମହାବିଦ୍ୟାଳୟ, ସମସ୍ତ ସରକାରୀ ,ବେସରକାରୀ କାର୍ଯ୍ୟାଳୟରେ ଏହି ବର୍ଷ ଆନନ୍ଦ ଉଲ୍ଲାସରେ ଜନରାଜ୍ୟ ଦିବସ ପାଳନ କରାଯାଇଛି ।

nis-ad
Leave A Reply

Your email address will not be published.