ସାମ୍ବାଦିକ କାର୍ଯ୍ୟାଳୟ ଉପରେ ଆକ୍ରମଣ, ସଂଘ ବୋର୍ଡ ପରେ ଜାତୀୟ ପତାକାକୁ ଚିରି କଲେ ଅସମ୍ମାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମାର ଷ୍ଟେଟବ୍ୟାଙ୍କ ସାମ୍ନାରେ ଥିବା ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ 75ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗତକାଲି ଵନ୍ଧାହୋଇଥିବା ଜାତୀୟ ପତାକାକୁ ରାଜନଗର ନିବାସୀ ଜନୈକ ମହିଳା ଓ ତାଙ୍କ ଝିଅ ପୂର୍ବ ଶତୃତା ତଥା ଉଦେଶ୍ୟମୂଳକ ମନୋ ଭାବନେଇ ଜାତୀୟ ପତାକାକୁ ଅସମ୍ମାନ କରି ସକାଳ ପ୍ରାୟ 8.30ସମୟରେ ଚିରି ଟୁକୁରା ଟୁକୁରୀ କରି ନେଇ ଯାଇଥିବା ନେଇ ଗଣତନ୍ତ୍ରରଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକ ତଥା ଵୁଦ୍ଧଜୀବୀମାନଙ୍କୁ ଆଘାତ ଲାଗି ଥିବା ଵେଳେ ରାଜନଗର ଥାନା ଆଇଆଇସି ଶ୍ରୀ ଅଜୟ କୁମାର ଜେନା କହିଛନ୍ତି ଏଭଳି ଛୋଟ କେଶ ବୁଝିବାକୁ ସମୟ ନାହିଁ । ସଟ୍ ଆଉଟ କରିଦିଅ ଵୋଲି ଆଇଆଇସି ସଫେଇ ଦେଇଥିଲେ । ଜାତୀୟ ପତକାକୁ ଚିରି ଅସମ୍ମାନୀତ କରାଯାଇଥିଲେ ମଧ୍ୟ ଆଇଆଇସିଙ୍କର ଏପରି ହାଲକା ମନ୍ତବ୍ୟକୁ ବ୍ଲକ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କୁ ଆଘାତ ଦେଇଛି। ଅପରପକ୍ଷରେ ସାମ୍ବାଦିକ ସଂଘରେ ଜାତୀୟ ପତାକାକୁ ଛିଡାଇ ନେଉଥିବା ମାଆ ଝିଅଙ୍କ ସମେତ ତାଙ୍କ ବାପା ଏହି ପତାକା ଛିଡାଇବା ଦୃଶ୍ୟକୁ ଦେଖୁଥିବା ସଂଘ ଘରସହିତ ଜଡିତ ଥାଇ ନିକଟରେ ରହୁଥିବା ଆଉ ଜଣେ ମହିଳା ଦେଖି ସଂଘର ସଭାପତିଙ୍କୁ କହିଥିଲେ। ଏଥିରେ ଉପରୋକ୍ତ ଅଭିଯୁକ୍ତମାନେ ଉତ୍ କ୍ଷୀପ୍ତ ହୋଇ ଉକ୍ତ ମହିଳା ଙ୍କ ଉପରେ ଆକ୍ରମଣ କରିଥିବା ଗତକାଲି ଥାନାରେ ଏତଲା ହୋଇଥିଲେ ମଧ୍ୟ ତଦନ୍ତ ନହୋଇ ଥିବାରୁ ଆଜି ସକାଳେ ପୁନର୍ବାର ଗାଳିଗୁଲଜ ଧମକ ଆକ୍ରମଣର ଶିକାର ହୋଇଥିଲା।

ବାରମ୍ବାର ଏପରି ଅଭିଯୋଗ ମା ଝିଅ ବାପ ପୁଅଙ୍କ ନାମରେ ଆଗରୁ ସାମ୍ବାଦିକ ସଂଘ ସଭାପତି କରି ଆସୁଥିଲେ ମଧ୍ୟ ପୋଲିସ ତଦନ୍ତ କରି ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପଛରେ କି ସ୍ବାର୍ଥ ରହିଛି। ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି | ଏହି ପତାକା ଚିରା ଘଟଣାକୁ ନେଇ ଜିଲ୍ଲାପାଳ,ଏସ୍ ପି ଙ୍କ ସମେତ ମାନ୍ୟଵର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସାମ୍ବାଦିକ ସଂଘ ଦ୍ବୟଙ୍କୁ ଅବଗତ କରାଯାଇଛି।

nis-ad
Leave A Reply

Your email address will not be published.