ସ୍ତ୍ରୀକୁ ମାରି ଜଙ୍ଗଲରେ ଫୋପାଡ଼ି ଦେଲା ସ୍ବାମୀ…

ଦାରିଙ୍ଗବାଡି,୨୫/୧ : କନ୍ଧମାଳ ଜିଲ୍ଲାଦାରିଙ୍ଗବାଡି ଥାନା ଅନ୍ତର୍ଗତ ବି. ଡକେବାଡ଼ିର ବଡଧାଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀକୁ ମାରି ପାହାଡ଼ରେ ଫୋପାଡ଼ି ଦେଇଛି ସ୍ବାମୀ । ବଡ଼ଧାଡ଼ି ଗ୍ରାମର ମୀତୁ ପ୍ରଧାନ ଙ୍କ ସ୍ତ୍ରୀ ସାନ୍ତନା ନାୟକ ମଙ୍ଗଳବାର ଠାରୁ ନିଖୋଜ ଥିଲେ । ବୁଧବାର ଦିନ ପରିବାର ଲୋକ ଖୋଜାଖୋଜି କରିବା ପରେ ଗୁରୁବାର ଦିନ ଗ୍ରାମ ନିକଟ ଅରିବାଲି ପାହାଡ଼ରେ ଖୋଜାଖୋଜି କରିବା ବେଳେ ମୃତ ଶରୀର ଦେଖିବାକୁ ପାଇଥିଲେ । ଏହାପରେ ମୃତ ସାନ୍ତ୍ୱନାଙ୍କ ଭଉଣୀ ଜୀବନଧାର ନାୟକ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ସୂଚନା ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମିତୁ ପ୍ରଧାନଙ୍କ ଘରେ ପହଞ୍ଚି ତଦନ୍ତ କରିବା ବେଳେ ମିତୁ ନିଜ ସ୍ତ୍ରୀ ର ବେକକୁ ଗାମୁଛାରେ ଗୁଡ଼ାଇ ହତ୍ୟା କରି ଅରିବାଲି ପାହାଡ଼ ରେ ଫୋପାଡ଼ି ଦେଇଥିବା ସ୍ପିକାର କରିଥିଲା । ପୋଲିସ ମିତୁ ପ୍ରଧାନ ଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି । ମିତୁ ପ୍ରଧାନ ୭ ବର୍ଷ ପୂର୍ବେ ସାନ୍ତନା କୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ୭ ବର୍ଷର ପୁଅ ରହିଛି । ଏହି ଘଟଣାରେ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ମୃତ ସାନ୍ତନାଙ୍କ ପରିବାର ଲୋକ ତଥା ବାପାଙ୍କ ପକ୍ଷରୁ ଝିଅର ହତ୍ୟାରେ ଅନ୍ୟ ଲୋକଙ୍କ ହାତଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମକଦମା ନଂ-୧୪/୨୦୨୪ ରୁଜୁକରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.