ଶେରଗଡ଼ରେ ବିଜେପିର ନବ ମତଦାତା ସମ୍ମିଳନୀ

ହିଞ୍ଜିଳିକାଟୁ ୨୫/୧ : ଚଳିତ ନିର୍ବାଚନରେ ମୁଖ୍ୟ ନିର୍ଣ୍ଣାୟକ ସାଜିବେ ନୂତନ ମତଦାତା । ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଜେପିର ବଡ ପ୍ଲାନ । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହେବ ନବ ମତଦାତା ସମ୍ମିଳନୀ । ନୂଆ ଭୋଟରଙ୍କ ସହ ସିଧାସଳଖ ଯୋଡ଼ି ହେବେ ଦଳ । ଏହି ଅବସରରେ ଆଇନଜୀବୀ ତଥା ବିଜେପି ନେତା ରଜନୀକାନ୍ତ ପାଢି ଙ୍କ ତତ୍ବାବଧାନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଠାରେ ହଜାର ସଂଖ୍ୟାରେ ମହିଳା ପୁରୁଷ ଓ ଯୁବ ବିଜେପି କର୍ମୀ ଙ୍କୁ ନେଇ ଶେରଗଡ଼ ରେ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ‌ ।ଶେଷରେ ଶେରଗଡ଼ କୁମୁଟି ପେଣ୍ଠ କଲ୍ୟାଣ ମଣ୍ଡପ ରେ ପହଞ୍ଚି ଏକ ସଭା ଅନୁଷ୍ଠିତ ହୋଇଥିଲା।ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ଆଜି ନବ ମତଦାତା ସମ୍ମିଳନୀ କରିଛି ବିଜେପି । ୨୦୧୪ ଓ ୨୦୧୯ ରେ ନୂଆ ଭୋଟର ମୋଦୀଙ୍କ ପାଖରେ ଥିଲେ । ୨୦୨୪ରେ ମଧ୍ୟ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ତତ୍ପରତା ଓ ଉତ୍ସାହ ଅଛି । ସେହି ଦୃଷ୍ଟିରୁ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା ସହ ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣ କାରି ଯୋଜନା ବିଷୟରେ ନେତା ରଜନୀକାନ୍ତ ପାଢି ଅବଗତ କରାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅମ୍ବିକା ପଣ୍ଡା,୫୬ଜୋନ ସଭାପତି ସୁଜିତ ବିଷୋୟୀ, ସୂର୍ଯ୍ୟ ନାୟକ୫୮ଜୋନ ସଭାପତି, ଗୋରି ଶଙ୍କର ଗୌଡ ୫୭ଜୋନ ସଭାପତି, ପଞ୍ଚାନନ ଡାକୁଆ ପୂର୍ବତନ ସଭାପତି , ବୃନ୍ଦାବନ ଦାଶ, କାହ୍ନୁ ପାଣିଗ୍ରାହୀ, ତ୍ରିଲୋଚନ ଵେହେରା, ଘୁମୁସର ମହିଳା ମୋର୍ଚ୍ଚ ସମ୍ପାଦକ ସବିତା ନାୟକ, ଉପସଭାପତି ଆର ଗୀତାଞ୍ଜଳି, ବନମାଳୀ ସାସମଲ ପ୍ରମୁଖଙ୍କ ସହ ହଜାର ସଂଖ୍ୟକ କର୍ମୀ ସାମିଲ ହୋଇଥିଲେ।

nis-ad
Leave A Reply

Your email address will not be published.