ଉତ୍କଳ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ ସହିତ ବନ୍ଧୁ ମିଳନ…

ଦାରିଙ୍ଗବାଡି,୧୪/୧ : ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ବରେ ଓ ଉପସଭାପତିଙ୍କ ନେତୃତ୍ୱରେ ଦାରିଙ୍ଗବାଡି ପର୍ଯ୍ୟଟନ ସ୍ଥଳୀ ଡୁଲୁରି ପାଇନବଣ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେବା ସହ ବ୍ଲକ ସଂଘ ନିମନ୍ତେ କର୍ମକର୍ତ୍ତା ଚୟନ ହୋଇଥିଲା । ସର୍ବସମ୍ମତି କ୍ରମେ ଉତ୍କଳ ସାମ୍ବାଦିକ ସଂଘର ବ୍ଲକ ସଭାପତି ଭାବେ ତରଣୀ କୁମାର ସାହୁ ସମ୍ପାଦକ ଅଶ୍ୱିନ୍ ମନ୍ତ୍ରୀ ଚୟନ ହୋଇଥିଲେ। ସଂଘର ଉପସଭାପତି ଲକ୍ଷ୍ମୀକାନ୍ତ ରାଜଗୁରୁ, ସହ ସମ୍ପାଦକ ବରୁଣ କୁମାର ସିଂ, କୋଷାଧ୍ୟକ୍ଷ ରାଜୀବ ମୁଠାମାଝୀଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟା ଭାବେ ଜିଲ୍ଲା ଉପସଭାପତି ପ୍ରେମଚାନ୍ଦ ସିଂ ଚୟନ ହୋଇଥିଲେ । ଉତ୍କଳ ସାମ୍ବାଦିକ ସଂଘରେ ନୂତନ ସଦସ୍ୟ ଭାବେ ସତ୍ୟାର୍ଥ ସିଂ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କମିଟିର କୋଷାଧ୍ୟକ୍ଷ ସୁବାସ ମହାରଣା ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସହସମ୍ପାଦକ ଅଶ୍ୱିନ ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.