ଟିକାବାଲି ବ୍ଲକ ସରକାରୀ ଏସ. ଏସ. ଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସରକାରୀ ଏସ. ଏସ. ଡି ବାଳିକା ଉଚ୍ଚ ବିଦ୍ୟାଳୟ ପେନାଗୋବେରୀରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବାସିନୀ ସେଠୀଙ୍କ ସଭାପତିତ୍ୱ ରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ଭୁଶୁଡି ପଡୁଥିବା ସଂସ୍କୃତିକୁ ନେଇ କ୍ଷୋଭ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆମ ସଂସ୍କୃତି ହିଁ ଆମ ପରିଚୟ,ଏହାକୁ ନେଇ ଆମେଗର୍ବ କରିବା ଉଚିତ ବୋଲି ପରାମର୍ଶ ଦେଇଥଲେ । ସମ୍ମାନିତ ଅତିଥିଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର କଁହ ର,ଏ ବି ଓ ଶ୍ରୀମତୀ ବିନୋଦିନୀ ସାମଲ, ବୁର୍ବିନାଜୁ ସରପଞ୍ଚ ଶ୍ରୀମତୀ ସାଲିମା ପ୍ରଧାନ, ପ୍ରଧାନ ଶିକ୍ଷକ ରାଧେଶ୍ୟାମ ଦାସ, ସୁଧାଂଶୁ ଶେଖର ଦାଶ, ମନୋରଞ୍ଜନ ସେଠୀ ମଂଚାସୀନ ଥିଲେ । ଶିକ୍ଷକ ସନ୍ତୋଷ କୁମାର ରାଉତ ଅତିଥି ପରିଚୟ ଦେଇଥିବା ବେଳେ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟିତ୍ରୀ ସରିତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.