ପଞ୍ଚମ ସମ୍ଭାଗ ସ୍ତରୀୟ ଦୁଇ ଦିନିଆ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ…

ଫୁଲବାଣୀ:ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୁଲ୍ୟରେ ଶିକ୍ଷା ବିକାଶ ସମିତି ଓଡିଶା ଦକ୍ଷିଣ ପୂର୍ବ ସମ୍ଭାଗର ଖେଳକୁଦ ସମାରୋହ ଫୁଲବାଣୀ ସ୍ଥିତ ପୋଲିସ ରିଜର୍ଭ ପଡିଆଠାରେ ଉଦ୍ଘାଟିତ ହୋଇ ଯାଇଛି l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଞ୍ଜୟ କୁମାର ପାତ୍ର ଡ଼ି ପି ଇ ଓ ,ମୁଖ୍ୟ ବକ୍ତା ଦକ୍ଷିଣ ପୂର୍ବ ସଂଭାଗ ସମ୍ପାଦକ କିରଣ କୁମାର ପାଢୀ , ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ , ଗଂଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ, ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ ସମେତ କ୍ରୀଡା ପରିଚାଳକ ଉପସ୍ଥିତ ଥିଲେ ।


ଏହି ପ୍ରତିଯୋଗିତାଦୁଇ ଦିନ ଧରି ଚାଲିବ ।ଏଥିରେ ଗଞ୍ଜାମ,ଗଜପତି ଓ କନ୍ଧମାଳ ଜିଲ୍ଲାର ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହୋଇଥିବା କ୍ରୀଡାବିତଙ୍କୁ ନେଇ ଆୟୋଜିତ ହେଉଛି l ଏଥିରେ କୃତକାର୍ଯ୍ୟ ପ୍ରତିଯୋଗୀ ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟର ସମ୍ପାଦକ ସୂଚନା ଦେଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି ଶିବ ଶଙ୍କର ପାତ୍ର,ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀଙ୍କ ସମେତ ସମସ୍ତ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଉପସ୍ଥିତ ଥିଲେ । ସହ ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସମାନ୍ତ ରାୟ ପରିଚାଳନା କରିଥିବା ବେଳେ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ୧୬୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି ।

nis-ad
Leave A Reply

Your email address will not be published.