କନ୍ଧମାଳ ପୁଲିସ ଜିଲ୍ଲାରେ ଏସଆଇ ଓ ଏଏସଆଇ ସ୍ତରରେ ବ୍ୟାପକ ଅଦଳ ବଦଳ…

କନ୍ଧମାଳ : କନ୍ଧମାଳ ଜିଲ୍ଲାର ପୋଲିସ୍ ଏସ୍ଆଇ ଏବଂ ଏଏସ୍ଆଇ ଅଦଳ ବଦଳ ହୋଇଥିବା ଜଣାପଡିଛି । କନ୍ଧମାଳ ପୋଲିସ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟିରେ ଅହି ବଦଳି ଆଦେଶ ବାହାରିଥିବା ଜଣାପଡିଛି । ମାନ୍ୟବର ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମାକୁ ପାଳନ କରି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଙ୍କ ନିର୍ଦେଶ ରେ ଏହି ବଦଳି କରାଯାଇଥିବା ଜଣାପଡିଛି । ୧୯ ଜଣ ଏସଆଇ ଓ ୧୨ ଜଣ ଏଏସଆଇ ଙ୍କ ବଦଳି ହୋଇଥିବା କନ୍ଧମାଳ ଏସପି ଅଫିସ ଚିଠି ନମ୍ବର ୨୧ /୨୪ ତା,୧୦- ୦୧-୨୪ ରେ ପ୍ରକାଶ ପାଇଛି ।

ଚିଠି ପ୍ରକାରେ ଏସଆଇ ତପନ କୁମାର ଦାସ ଫିରିଙ୍ଗିଆ ଥାନାରୁ ରାଇକିଆ , ବେଲଘର ଥାନାର ଭାରପ୍ରାପ୍ତ ଅଧିକାରୀ ଦୀପକ ରାଉତ ଙ୍କୁ ଫିରିଙ୍ଗିଆ , କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଚକାପାଦ ରୁ ସାରଙ୍ଗଡ, ପ୍ରମୋଦ କୁମାର ବେହେରାଙ୍କୁ କ.ନୂଆଗାଁରୁ ଫିରିଙ୍ଗିଆ,ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଙ୍କୁ କ.ନୂଆଗାଁ , କୃଷ୍ଣ ଚନ୍ଦ୍ର ଗୌଡ ଙ୍କୁ ସାରଙ୍ଗଡ ଥାନା ରୁ ଚାକାପାଦ , ସୋମ୍ୟ ରଂଜନ ପତି ଙ୍କୁ କ.ନୂଆଗାଁ ରୁ ବେଲଘର ଥାନା ଭାରପ୍ରାପ୍ତ ଅଧିକାରୀ , ରୂପକ ଦଳାଇ ଙ୍କୁ ଫୁଲବାଣୀ ଟାଉନ ଥାନା ରୁ ଗୋଛାପଡା ଥାନା , ମନୋରଂଜନ ଭୋଇଙ୍କୁ ଗୋଛାପଡା ଥାନା ରୁ ଟାଉନ ଥାନା, ଆଶୁତୋଷ ପାଇକରାୟ ଙ୍କୁ ବାଲିଗୁଡା ରୁ ରାଇକିଆ ଭାରପ୍ରାପ୍ତ ଥାନା ଅଧିକାରୀ , ରଣଜିତା ବେହେରା ଙ୍କୁ ଟାଉନ ଥାନା ରୁ ଘୁ.ଉଦୟଗିରି ଆଦର୍ଶ ଥାନା , ବିକାଶ କୁମାର ଜାଲିକୁ ଫିରିଙ୍ଗିଆ ରୁ ବାରଖମା ଫାଣ୍ଡି , ହରିଶଙ୍କର ମାଠିଆ ବାରଖମା ଫାଣ୍ଡି ରୁ ଖଜୁରୀପଡା , ଓମ୍ ନାରାୟଣ ପାତ୍ର ଙ୍କୁ ବାଲିଗୁଡା ରୁ ଜିଲ୍ଲା ମୁଖ୍ୟାଳୟ ,ଦୀନବନ୍ଧୁ ପ୍ରଧାନ ଙ୍କୁ ଖଜୁରୀପଡା ରୁ ଟିକାବାଲି , ସଞ୍ଜୟ କୁମାର ସ୍ଵାଇଁ ଙ୍କୁ ଟିକାବାଲି ରୁ ବାଲିଗୁଡା , କିଶୋର ଚନ୍ଦ୍ର ପ୍ରଧାନ ଙ୍କୁ ମୁଖ୍ୟାଳୟ ରୁ ବାଲିଗୁଡା , ରୀତାଞ୍ଜଳି ସାହୁ ଙ୍କୁ ମୁଖ୍ୟାଳୟ ରୁ ଟାଉନ ଥାନା , ଦାମୟନ୍ତୀ ବେହେରା ଙ୍କୁ ମୁଖ୍ୟାଳୟ ରୁ କ.ନୂଆଗାଁ ଥାନା କୁ ବଦଳୀ ହୋଇଛି । ସେହିପରି ଏଏସଆଇ ବିଦେଶୀ ପ୍ରଧାନଙ୍କୁ ବାଲିଗୁଡା ରୁ ପସରା ଫାଣ୍ଡି , ପ୍ରକାଶ କୁମାର ବିଷୋଇ ଙ୍କୁ ଖଜୁରିପଡା ରୁ ବାଲିଗୁଡା , ଯୁଗଳ କିଶୋର ନାୟକଙ୍କୁ ସଦର କୋର୍ଟ ରୁ କୋଟଗଡ କୋର୍ଟ, ବିଜୟ କୁମାର ନାୟକଙ୍କୁ କୋଟଗଡ କୋର୍ଟ ରୁ ସଦର କୋର୍ଟ, ନାରାୟଣ ପ୍ରଧାନଙ୍କୁ ବେଲଘର ରୁ ଘୁ . ଉଦୟଗିରି ଆଦର୍ଶ ଥାନା, ପ୍ରମୋଦ କୁମାର ଦୀପଙ୍କୁ ଲାଇନପଡା ଫାଣ୍ଡିରୁ ଖଜୁରୀପଡା ଥାନା , ବୀରେନ୍ଦ୍ର ପ୍ରଧାନ ଙ୍କୁ ରାଇକିଆ ରୁ ଟାଉନ ଥାନା, ବିଷ୍ଣୁ ଚରଣ କହଁର ଙ୍କୁ ପସରା ଫାଣ୍ଡି ରୁ ଲାଇନପଡା ଫାଣ୍ଡି , ଉଦ୍ଧବ କୁମାର ଜାନିଙ୍କୁ ଖଜୁରୀପଡା ରୁ ବାରଖମା ଫାଣ୍ଡି, ରାମକାନ୍ତ ପ୍ରଧାନଙ୍କୁ ଜିଲ୍ଲା ମୁଖ୍ୟାଳୟ ରୁ ଗୋଛାପଡା ଥାନା , ରାମକୃଷ୍ଣ ବେହେରା ଙ୍କୁ ଜିଲ୍ଲା ମୁଖ୍ୟାଳୟ ରୁ ଖଜୁରୀପଡା , ରବୀନ୍ଦ୍ର କୁମାର ସେଠୀ ଙ୍କୁ ଜିଲ୍ଲା ମୁଖ୍ୟାଳୟ ରୁ ଘୁ . ଉଦୟଗିରି ଆଦର୍ଶ ଥାନାକୁ ବଦଳୀ ହୋଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.