ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀଠାରେ ଜିଲ୍ଲାସ୍ତରୀୟ ବୈଠକ

ଫୁଲବାଣୀ : ନିଖିଳ ଉତ୍କଳ ଖଡୁରା ସମାଜ, ଫୁଲବାଣୀ କନ୍ଧମାଳ ତରଫରୁ ସ୍ଥାନୀୟ ଡ୍ରିମ୍ ଲ୍ୟାଣ୍ଡ ହୋଟେଲ ଠାରେ ଜିଲ୍ଲାସ୍ତରୀୟ ବୈଠକ ଓ ପହିଲି ଭୋଗ ନୀତି, ଜିଲ୍ଲା ସଂଯୋଜକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜର ସଭାପତି ଅର୍ଜୁନ ସେନାପତି ସଭାପତିତ୍ବ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ନିଖିଳ ଉତ୍କଳ ଖଡୁରା ସମାଜ ସଭାପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ l ଉପ ସଭାପତି ପ୍ରଫେସର୍ ଟହଲୁ ସାହୁ, ସମ୍ପାଦକ ପ୍ରସନ୍ନ କୁମାର ନାୟକ, ସହ ସମ୍ପାଦକ ଅକ୍ଷୟ ନାୟକ, ଉପଦେଷ୍ଟା ଶ ଭିକାରୀ ଚରଣ ମହାପାତ୍ର ଓ ସନ୍ୟାସୀ ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଯୋଗେନ୍ଦ୍ର ନାୟକ, ବିଶ୍ୱଜିତ୍ ପାତ୍ର, ରବୀନ୍ଦ୍ର ସୁବୁଦ୍ଧି, ଯୋଗେନ୍ଦ୍ର ସେନାପତି, ପୀତବାସ ସାହୁ, ସୁବାଷ ଚନ୍ଦ୍ର ମହାପାତ୍ର, ଭୁବନେଶ୍ଵର ଖଡୁରା ସମାଜ ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି, ଉପସଭାପତ ସିମlଞ୍ଚଳ ନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ସହ ସମ୍ପାଦକ ଶରତ କୁମାର ନାୟକ, ସମ୍ବଲପୁର ନିଖିଳ ଉତ୍କଳ ଖଡୁରା ସମାଜ ସଭାପତି ବିଦେଶୀ ନାୟକ , ସଭ୍ୟ ଶ୍ରୀକାନ୍ତ ନାୟକ, କୃଷ୍ଣ ଚନ୍ଦ୍ର ନାୟକ, ଖେମୁଣ୍ଡୀ ପେଣ୍ଠର ସଭାପତି ରମେଶ ଚନ୍ଦ୍ର ମହାପାତ୍ର, ବାଲିଗୁଡା ନିଖିଳ ଉତ୍କଳ ଖଡୁରା ସମାଜ ସଭାପତି ସନ୍ୟାସୀ ନାୟକ, ସହ ସମ୍ପାଦକ ନିତ୍ୟାନନ୍ଦ ନାୟକ, କୋଷାଧ୍ୟକ୍ଷ ସନ୍ୟାସୀ ନାୟକ, ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜ ସଭାପତି ଅର୍ଜୁନ ସେନାପତି, ସମ୍ପାଦକ ଉମାଶଙ୍କର ମହାପାତ୍ର, କୋଷାଧ୍ୟକ୍ଷ ରବୀନ୍ଦ୍ର ସୁବୁଦ୍ଧି ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଓ ବାଲିଗୁଡ଼ା ନିଖିଳ ଉତ୍କଳ ଖଡୁରା ସମାଜର ୧୪୦ ପରିବାରର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ନିଖିଳ ଉତ୍କଳ ଖଡୁରା ସମାଜ କନ୍ଧମାଳ ଜିଲ୍ଲା ସଂଯୋଜକ ଭାବେ ସର୍ବସମ୍ମତି କ୍ରମେ ସଞ୍ଜୀବ କୁମାର ନାୟକଙ୍କୁ ମନୋନୀତ କରାଗଲା l ଗତ ଅଗଷ୍ଟ ୧୫ରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ରକ୍ତଦାନ କରି ଥିବା ରକ୍ତ ଦାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ସମ୍ପାଦକ ଉମାଶଙ୍କର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ଏଥି ସହିତ ଖଡୁରା ସାମାଜର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କ୍ଷେତ୍ରରେ ସହଯୋଗ କରିଥିବାରୁ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ସହ ସମ୍ପାଦକ ସଞ୍ଜୀବ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ଅର୍ଜୁନ ସେନାପତି ସଭା ସାଙ୍ଗ କରିଥିଲେ l ଏହା ପରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.