ଲେଡି ଡନ୍ ସାଜିଲେ ମା ଝିଅ, ସହଯୋଗ କଲେ ବାପ ପୁଅ, ପୋଲିସର ନିରଵତା ପାଇଁ ସାମ୍ବାଦିକ ସଂଘ ଘର ଉପରେ ଆକ୍ରମଣ…


ରାଜନଗର : ଗଣତନ୍ତ୍ରର ୪ର୍ଥ ସ୍ତମ୍ଭରେ ସ୍ଥାନିତ ଗଣପ୍ରତିନିଧିମାନେ ସମାଜରେ ଜାଗ୍ରତ ପ୍ରହରୀ ସାଜି ଘଟଣା ଅଘଟଣ,ଦୁର୍ନୀତି ସୁନୀତିକୁ ଲୋକଲୋଚନକୁ ଆଣି ସରକାରଙ୍କୁ ଚେତାଇ ଜନ ସାଧାରଣଙ୍କୁ ସୁଫଳ ଦେଇଥାନ୍ତି । ଆଜି ସମାଜର ମାଇଲଖୁଣ୍ଟ ସାଜିଥିବା ସେହି ସାମ୍ଵାଦିକମାନେ କେଉଁଠି ଆକ୍ରମଣର ଶିକାର ତ ଅନ୍ୟ କେଉଁଠି ଉଦ୍ଦେଶ୍ୟ ମୂଳକ ମିଥ୍ୟା କେଶରେ ଫସାଉ ଥିବା ନେଇ ଅସୁରକ୍ଷିତ ଅବସ୍ଥାରେ କାର୍ଯ୍ୟ କରିଚାଲୁଛନ୍ତି । କୌଣସି କାରଣରୁ ସାମ୍ବାଦିକ କିମ୍ବା ସାମ୍ଵାଦିକ ସଂଘ ଗୃହ ଉପରେ ଆକ୍ରମଣ ହେଲେ ପୋଲିସ୍ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଓଲଟି ଵିନା ତଦନ୍ତରେ ସାମ୍ବାଦିକଙ୍କ ନାମରେ ମିଥ୍ୟା କାଉଣ୍ଟର କେଶ୍ କରି ଚୁପ୍ ରହି ଯାଉଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜନଗର ଥାନା ସଦର ମହକୁମା ଷ୍ଟେଟବ୍ୟାଙ୍କ ସାମ୍ନାରେ ଥିବା ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉପରେ। ଓଡିଶା ଭାଷ୍କର ସମ୍ବାଦପତ୍ରର ସାମ୍ଵାଦିକ ତଥା ରାଜନଗର ବ୍ଲକ ସାମ୍ବାଦିକ ସଂଘ ସଭାପତି ଶ୍ରୀ ସୁକାନ୍ତ କୁମାର ଵେହେରାଙ୍କ ନେତୃତ୍ବରେ ଗଠିତ ସାମ୍ବାଦିକ ସଂଘ ଗୃହଟି ଅସ୍ଥାୟୀ ଭାବେ 2020ମସିହାରେ ନିର୍ମାଣ ହୋଇଥିଲା। ହେଲେ ଏହି ଗୃହଟି ମୌଜା ରାଜନଗର ଖାତାନମ୍ବର 452 ଓ ପ୍ଲଟ ନମ୍ବର 901ରେ ଥିବା ସରକାରୀ ଜାଗାରେ ଅଵସ୍ଥିତ। 30.9.023ରିଖରେ ସଭାପତି ସୁକାନ୍ତ କୁମାର ଵେହେରାଙ୍କ ନାମରେ ବିଦ୍ଵ୍ୟତ୍ ସଂଯୋଗ ଏହି ଗୃହରେ ରହିଛି। ସେଠାରେ ସାମ୍ବାଦିକମାନେ ନିଉଜ ପରିଵେଷଣ ଓ ସାମାଜିକ କାର୍ଯ୍ୟ ତଥା ସଭା ସମତି କରୁଥିଲେ। ଏହି କାର୍ଯ୍ୟାଳୟ ଜାଗାକୁ ରେକର୍ଡ ଭୁକ୍ତ କରିବାକୁ ତତ୍କାଳୀନ ତହସିଲଦାରଙ୍କୁ ତା ୧୬.୪.୦୨0 ରିଖରେ ଆବେଦନ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅବଗତ କରାଯାଇଥିଲା। ସେହି କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ମଞ୍ଚର ବୈଠକ, ଜାତୀୟ ସାମ୍ବାଦିକ ଦିବସ ପାଳନ ଅବସରରେ ତହସିଲଦାର, ଥାନା ଅଧିକାରୀ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଛନ୍ତି। ଏହି ସଂଘର ସାମ୍ବାଦିକମାନେ ନିରପେକ୍ଷ ଦୁର୍ନୀତି ବିରୁଦ୍ଧରେ ନିଉଜ ପରିବେଷଣ ଵିଭିନ୍ନ କାର୍ଯ୍ୟକ୍ରମ କରି ଲୋକମାନଙ୍କର ପ୍ରିୟ ଭାଜନ ହୋଇପାରିଥିଲେ, ଯାହାକି କିଛି ହୀନ ଚକ୍ରାନ୍ତକାରୀଙ୍କୁ ଅସହ୍ୟ କରିଥିଲା । ସଂଘ ଘରୁ ଉଠାଇବାକୁ ସେଥିପାଇଁ ଦୁଷ୍ଟ ପ୍ରକୃତିର ପରିବାରଙ୍କୁ ନିୟୋଜନ କରା ଯାଇଥିଲା। ପୂର୍ଵପ୍ରସ୍ତୁତି ପ୍ରକାରେ ତା ୧୩.୪.୦୨୪ ଅପରାହ୍ନ ପ୍ରାୟ ୪ଟା ସମୟରେ ସଭାପତି ସୁକାନ୍ତ କୁମାର ଵେହେରା ଏଵଂ ଅନ୍ୟ ସାମ୍ବାଦିକ ନିଉଜ ଲେଖୁଥିବା ସମୟରେ ହଠାତ୍ ଟୁଲୁ ଦଳେଇ ତାଙ୍କ ଝିଅ ଲିଲି ଦଳେଇ, ସ୍ବାମୀ ଅନିରୁଦ୍ଧ ଦଳେଇ, ପୁଅ କାହ୍ନା ଦଳେଇ ଯିଏକି ରାଜନଗର ଥାନାରେ ପୂର୍ଵରୁ ଦୁଇଦୁଇଟା ଚୋରି କେଶରେ ସମ୍ପୃକ୍ତ। ଏହି ଚାରିଜଣ ହଠାତ ସଂଘ କାର୍ଯ୍ୟାଳୟରେ ପ୍ରଵେଶ କରି ସାମ୍ବାଦିକଙ୍କୁ ଧମକ ଦେଇ ଘରୁ ଵାହାରିଯାଅ, ଏଇଟା ଆମ ଘର ୨୦୨୨ ମସିହାରେ ତୁମକୁ ଭଡାସୂତ୍ରରେ ଦେଇଥିଲୁ ।ଏପରି ମିଥ୍ୟା କଥା କହିବା ସହ ଆଶାଳୀନ ଭାଷାରେ ମା ଝିଅ ଗାଳିଗୁଲଜ କରିବା ସହ ଯିଏ ଏ ଘରକୁ ଆସିବ ତାକୁ ରେଫ୍ କେଶରେ ଫସାଇଵାକୁ ଧମକ ଦେଇ ମାରଣାସ୍ତ୍ରରେ ଆକ୍ରମଣର ଭୟ ଦେଖାଇ ଥିଲେ। ଏନେଇ ସଂଘର ସଭାପତି ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ କରିଥିଲେ। ,କିନ୍ତୁ ଆଜି ପର୍ଯ୍ୟନ୍ତ ତଦନ୍ତ ନ କରି ଥାନା କେଶନଂ ୦୬୩୪ ତା ୧୩.୧୧.୦୨୩ ପ୍ରକାର ମା ଝିଅ ସ୍ବାମୀ ଓ ପୁଅ ନାମରେ ଦଫା 448/294/506/507/34 ଆଇପିସରେ କେଶ ରୁଜୁ କରି କୌଣସି ପଦକ୍ଷେପ ନେଇନଥିଵାରୁ ସାମ୍ବାଦିକମାନେ ଇଜ୍ଜତ ଓ ଲୋକ ଲଜ୍ୟା ଭୟରେ ସଂଘ ଗୃହକୁ ଯାଉନାହାନ୍ତି। ଏହା ସତ୍ଵେ ମଧ୍ୟ ପୋଲିସର ନିରବତା ଯୋଗୁ ଉପରୋକ୍ତ ଅଭିଯୁକ୍ତ ମାନେ ୩୧.୧.୦୨୪ରିଖ ସନ୍ଧ୍ୟାରେ ସଂଘ କାର୍ଯ୍ୟାଳୟର ଵୋର୍ଡକୁ କଟୁରିରେ କାଟି ଦେଇଥିଲେ। ସଭାପତି ପୁରୀରେ ଥିବାରୁ ଖବର ପାଇ ଅଭିଯୁକ୍ତଙ୍କ ନାମରେ ରାଜନଗର ଥାନା ଦାୟିତ୍ବରେ ଥିବା ଏସ୍ ଆଇ ଦ୍ଵୟଙ୍କ ନିକଟକୁ ହ୍ବାଟସ୍ ଆପ୍ ରେ ଏଫ୍ ଆଇ ଆର ପଠାଇବା ସହ ତା ୧.୧.୦୨୪ରିଖ ଦିନ ଦାୟିତ୍ବରେ ଥିବା ଥାନା ଅଧିକାରୀଙ୍କୁ ଭେଟି ଏଫ ଆଇ ଆର ହାଡକପି ପ୍ରଦାନ କରିଥିଲେ। ପୁନର୍ବାର ଏହି ୪ଜଣଙ୍କ ନାମରେ ପୋଲିସ୍ ଥାନା କେଶନଂ 03/024ତା 1.1.024ରିଖରେ ଦଫା 427/294/506/34ଆଇପିସ ରେ କେଶ୍ ରୁଜୁ କରିଛନ୍ତି। ଆଜିକୁ ପ୍ରଥମ ଅଭିଯୋଗ ମାସେ କୋଡିଏ ଦିନ ବିତିଥିଲେ ମଧ୍ୟ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଶୂନ ହୋଇଥିବାରୁ ଅଭିଯୁକ୍ତ ବାରମ୍ବାର ଆକ୍ରମଣ କରିଚାଲିଛନ୍ତି। ଟୁଲୁ ଦଳେଇ ଓ ତାଙ୍କ ପରିବାର ମାଡିବସିଥିବା ସରକାରୀ ଜାଗା ଖାତାନମ୍ବର 451ପ୍ଲଟନଂ 957 ଏହି ସରକାରୀ ଜାଗାରେ ଗତଵର୍ଷ ଘର କରି ଏକଲକ୍ଷ ସିକ୍ଵ୍ୟରିଟ ଟଙ୍କା ନେଇ ଭଡା ସୂତ୍ରରେ ମା ମଙ୍ଗଳା ଅଫିସ ଷ୍ଟେସନାରୀ ଦୋକାନ ହୋଇଛି। ସାମ୍ଵାଦିକ ସଂଘ ଘର ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଏପରି ଲେଡି ଡନ୍ ସାଜି ମିଥ୍ୟା କେଶ୍ ରେ ଫସାଇବା ଧମକ ଦେଇ ଲୋକମାନଙ୍କୁ ଭୟଭିତ କରାଇବା ଅନ୍ୟର ଜାଗାକୁ ମୋର ଵୋଲି ଦାବୀ କରିବା ପଛରେ ପୋଲିସ କି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.