କୋର୍ଟକୁ ଅନ୍ଧାରରେ ରଖ ନାହିଁ: ଦିଲ୍ଲୀ ସରକାରଙ୍କୁ ଏଭଳି ଚେତାବନୀ ଦେଲେ କୋର୍ଟ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ସମ୍ପର୍କିତ ‘ଫରିସ୍ତେ’ ଯୋଜନା ସମ୍ପର୍କରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ ଯଦି ଏହି ଆବେଦନ ମାଧ୍ୟମରେ କୋର୍ଟକୁ ବିଭ୍ରାନ୍ତ କର ତେବେ ଜରିମାନା ଆଦାୟ କରାଯିବ। ବାସ୍ତବରେ ଦିଲ୍ଲୀ ସରକାର ଅଭିଯୋଗ କରିଛନ୍ତି ଯେ ଉପରାଜ୍ୟପାଳଙ୍କ ଅଫିସ ପାଣ୍ଠି ଯୋଗାଣରେ ବାଧା ସୃଷ୍ଟି କରୁଛନ୍ତି। ଏହାର ଜବାବରେ ଏଲଜି କାର୍ଯ୍ୟାଳୟ କୋର୍ଟଙ୍କୁ କହିଛନ୍ତି ଯେ ଏଲଜିକୁ ଅନାବଶ୍ୟକ ଭାବେ ଏହି ପ୍ରସଙ୍ଗରେ ଟାଣି ନିଆଯାଇଛି, ଯଦିଓ ତାଙ୍କର ଏହା ସହିତ କୌଣସି ସମ୍ପର୍କ ନାହିଁ। ଏହି ଯୋଜନା ଉପରେ ନିଷ୍ପତ୍ତି ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କମିଟି ନେଇଛି। ବାସ୍ତବରେ, ଦିଲ୍ଲୀ ସରକାରଙ୍କ ଏହି ଯୋଜନା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଆହତ ହୁଅନ୍ତି, ତେବେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳିବ । ଦିଲ୍ଲୀ ସରକାର ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ। କେଜ୍ରିୱାଲ ସରକାର ଏହାକୁ ୨୦୧୮ ମସିହାରେ ଆରମ୍ଭ କରିଥିଲେ।

ତେବେ ଅର୍ଥ ଅଭାବରୁ ଏହି ଯୋଜନା ବନ୍ଦ ହୋଇଯାଇଥିଲା। ଏହି ଯୋଜନା ଅନୁଯାୟୀ ଏଲଜି କାର୍ଯ୍ୟାଳୟ ପାଣ୍ଠି ଛାଡ କରୁନାହିଁ ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। କେବଳ ଏତିକି ନୁହେଁ, ଏହି ଯୋଜନା ପୁଣି ଆରମ୍ଭ କରିବାକୁ ଆପ ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ କରିଛି। ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏଲଜି ଭି.କେ ସାକ୍ସେନା ଏବଂ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଥିଲେ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ‘ଫରିସ୍ତେ ଯୋଜନାରୁ ଓହରିଯିବାକୁ ଚାଁହୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଭି.କେ ସାକ୍ସେନା କହିଥିଲେ ଯେ ଦିଲ୍ଲୀ ସରକାର ଏହାର ବିଫଳତା ପାଇଁ ଅନ୍ୟମାନଙ୍କୁ ଦାୟୀ କରୁଛନ୍ତି। ସେ କହିଛନ୍ତି ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ଏହି ଯୋଜନା ବନ୍ଦ କରିବା ପାଇଁ ସେ ଦାୟୀ ବୋଲି ଅଭିଯୋଗ କରି ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଛନ୍ତି।

nis-ad
Leave A Reply

Your email address will not be published.