ଏହାସହ ବିଏସକେୱାଇ ଯୋଜନା ଉପରେ ମଧ୍ୟ ଗୁରତ୍ୱ ଦେଇଛନ୍ତି ଭି କେ ପାଣ୍ଡିଆନ୍। ସେ କହିଛନ୍ତି, ମିଶନ ଶକ୍ତିରେ ଥିବା ମହିଳା ହୁଅନ୍ତୁ ବା ଭତ୍ତା ପାଉଥିବା ମହିଳା ସମସ୍ତେ ଏହି କାର୍ଡ ପାଇଁ ଆବେଦନ କରିବେ। ଏହାସହ ଅନ୍ୟ ସମସ୍ତେ ନବୀନ ବିଏସକେୱାଇ କାର୍ଡ ପାଇଁ ଆବେଦନ କରିପାରିବେ। ଏଥିପାଇଁ ୬ ତାରିଖରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହେଉଛି। ଏହାକୁ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଜନସାଧାରଣ ଏଥିପାଇଁ ନାମ ପଞ୍ଜିକରଣ କରାଇବେ ଏବଂ ସହରାଞ୍ଚଳ ଲୋକେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିବେ। ଏହାଦ୍ୱାରା ସ୍ୱାସ୍ଥ୍ୟ ସୁବିଧା ସୁଲଭରେ ଉପଲବ୍ଧ ହୋଇପାରିବ। ଗୋଟିଏ ବି ପରିବାର ଯେପରି ନବୀନ ବିଏସକେୱାଇ କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ସରକାର ନିଶ୍ଚିତ କରିବେ ।